KIIT Tragedy Viral Images: ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଥିବା କିଟ୍ ବିଶ୍ବ ବିଦ୍ୟାଳୟରେ ନେପାଳୀ ବି-ଟେକ୍ ଛାତ୍ରୀଙ୍କ ମୃତ୍ୟୁର ପର୍ଦ୍ଦାଫାଶ୍ ପାଇଁ ଅଭିଯୁକ୍ତ ଆଦବିକ୍ ଶ୍ରୀବାସ୍ତବ ରିମାଣ୍ଡରେ ଆସିବେ। ରିମାଣ୍ଡରେ ଆଣିବା ପାଇଁ ଆଜି କୋର୍ଟରେ ପୋଲିସ ପକ୍ଷରୁ ଆବେଦନ କରାଯିବ। ଅଧିକ ପଚରା ଉଚରା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ ଇନଫୋସିଟି ଥାନା ପୋଲିସ କୋର୍ଟଙ୍କ ନିକଟରେ ବୁଧବାର ଆବେଦନ କରିବ। ହେଲେ ଏହି ଘଟଣାକୁ ନେଇ ଏବେବି ତାତି ଥମିବାର ନାଁ ଧରୁନି । ସେପଟେ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ସଂଗଠନ ମଧ୍ୟ ହୋହଲ୍ଲା କରିଛନ୍ତି।
ସେପଟେ ମୃତ ଛାତ୍ରୀଙ୍କ ନିକଟରୁ ଜବତ୍ ମୋବାଇଲ ଓ ଲାପଟପ୍ରୁ ତଥ୍ଯ ଜାଣିବା ପାଇଁ ରାଜ୍ଯ ଫରେନସିକ୍ ଲାବ୍କୁ ପଠାଯାଇଛି। ଅନ୍ୟପଟେ କିଟ୍ ଅନ୍ତର୍ଜାତୀୟ ସମ୍ପର୍କ ଅଧିକାରୀ (ଆଇଆରଓ) , ନେପାଳୀ ଛାତ୍ରୀଙ୍କୁ ଧମକ ଦେଇଥିବା ୨ ହଷ୍ଟେଲ୍ ୱାର୍ଡେନଙ୍କୁ ଜେରା କରିବା ପାଇଁ ନୋଟିସ୍ ଜାରି କରାଯାଇଛି।
Also Read: KIIT University Viral Photos: ମୃତ ନେପାଳୀ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ବୟଫ୍ରେଣ୍ଡ ର ଫଟୋ ଭାଇରାଲ
Also Read: KIIT University Fees: କିଟ୍ ରେ ପଢିବାକୁ ଚାହୁଁଛନ୍ତି କି? ଜାଣନ୍ତୁ କେଉଁ କୋର୍ସ ପାଇଁ କେତେ ଦେବାକୁ ପଡେ ଫି?
ଏହାରି ମଧ୍ୟରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଧରି କିଟ୍ ବିଶ୍ୱବିଦ୍ୟାଳୟର ସାମ୍ନାରେ ଓ ହଷ୍ଟେଲ ସାମ୍ନାରେ ବିକ୍ଷୋଭ ଜାରି ରଖିଛନ୍ତି।
କିଟ୍ ଅଶାନ୍ତ ହୋଇ ଉଠୁଥିବା ବେଳେ ନ୍ୟାୟ ଦାବିରେ ଗତରାତିରେ କିଟ୍ ଛାତ୍ରଛାତ୍ରୀ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ଏବେ କିଟ୍ ମୁଖ୍ୟ ଫାଟକ ସାମନାରେ ପୋଲିସ୍ ଛାଉଣୀ । ୪ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି । ଅତିରିକ୍ତ ଡିସିପିଙ୍କ ସହ ବହୁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
ଅନ୍ୟପଟେ ଏହାରି ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ କିଛି ଘଣ୍ଟା ପୂର୍ବରୁ କିଛି ଟା ଫଟୋ ସେୟାର କରିଛି । ଏହି ଫଟୋରେ କ୍ୟାପସନ ରଖାଯାଇଛି ଯେ, ଆମର ପ୍ରିୟ ଛାତ୍ରୀଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରୁଛୁ।
ମଙ୍ଗଳବାର କିଟ୍ ର ସମସ୍ତ ବରିଷ୍ଠ କର୍ମକର୍ତ୍ତା ଏକତ୍ରିତ ହୋଇ ଗଭୀର ସମବେଦନା ଜଣାଇବା ସହ ତାଙ୍କ ପରିବାର, ବନ୍ଧୁ, ଓ ଛାତ୍ର ସମ୍ପ୍ରଦାୟ ପ୍ରତି ସମବେଦନା ଜଣାଉଛୁ। ସମସ୍ତଙ୍କ ପାଇଁ ନ୍ୟାୟ ଏବଂ ସମର୍ଥନ ସୁନିଶ୍ଚିତ କରିବାକୁ ଆମେ ପ୍ରତିଶ୍ରୁତି ବଦ୍ଧ। ଛାତ୍ରୀଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ଏହି ପୋଷ୍ଟରେ ଉଲ୍ଲେଖ ରହିଛି।
ट्रेन्डिंग फोटोज़