Advertisement
Photo Details/zeeodisha/odisha2652570
photoDetails0hindi

Odisha Matric Exam: ଆସନ୍ତା ୨୧ରୁ ମାଟ୍ରିକ୍ ପରୀକ୍ଷା, ଏଥର ଲିକ୍ ହୋଇପାରିବନି ପ୍ରଶ୍ନପତ୍ର

Odisha Matric Exam: ଆସନ୍ତା ୨୧ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ପ୍ରଶ୍ନପତ୍ର ପଠାଯିବା ପ୍ରକ୍ରିୟା ଆଜି ଶେଷ ହୋଇଛି। ଦୂରଦୂରାନ୍ତ ଜିଲ୍ଲାଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚି ସାରିଥିବା ବେଳେ ଗୁରୁବାର ସୁଦ୍ଧା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଜିଲ୍ଲାର ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। 

 

1/5

ଚଳିତ ବର୍ଷ ପରୀକ୍ଷାରେ କପି ନିୟନ୍ତ୍ରଣ, ପରୀକ୍ଷା କେନ୍ଦ୍ରଗୁଡ଼ିକ ଉପରେ କଡ଼ା ନଜର ରଖୁବା ପାଇଁ ବୋର୍ଡ ପକ୍ଷରୁ ଗଠିତ୍ ୪୨ଟି ସ୍କାଡ୍‌କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି। 

Also Read:  KIIT University Viral Photos: ମୃତ ନେପାଳୀ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ବୟଫ୍ରେଣ୍ଡ ର ଫଟୋ ଭାଇରାଲ

Also Read: KIIT University Tragedy: ଏପଟେ ଚାଲିଥିଲା କିଟ୍ ଫେଷ୍ଟ 8.0...ସେପଟେ ଚାଲିଥିଲା ପ୍ରମାଣ ନଷ୍ଟ !

2/5

ଅନ୍ୟପକ୍ଷରେ ବୋର୍ଡ ପକ୍ଷରୁ ଚୟନ ହୋଇଥିବା କମାଣ୍ଡ ସେଣ୍ଟର୍ ତଥା ନୋଡାଲ୍ ସେଣ୍ଟର ଓ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଭିଡିଓ ସିଧା ପ୍ରସାରଣ (ଲାଇଭ୍ ଷ୍ଟ୍ରିମିଙ୍ଗ୍) ବ୍ୟବସ୍ଥା ଅନୁଧ୍ୟାନ ଲାଗି ଆଜି ଅର୍ଥାତ ଗୁରୁବାଠାରୁ ପରୀକ୍ଷାମୂଳକ ପ୍ରଦର୍ଶନ (ଡ୍ରାଏ ରନ୍) କରାଯିବ। 

 

3/5

ବୋର୍ଡ କର୍ତ୍ତୃପକ୍ଷ ଓ ଦାୟିତ୍ବରେ ଥ‌ିବା ଅନ୍ୟ ଅଧିକାରୀମାନେ ୬ ଶହ କେନ୍ଦ୍ରରେ ଭିଡିଓ ଲାଇଭ୍ ବ୍ୟବସ୍ଥାର ଅନୁଧ୍ୟାନ କରିବେ। ରାଜ୍ୟର ୨୮୬ଟି ସମ୍ବେଦଶୀଳ ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ୍ ସେଣ୍ଟରରେ ଲାଇଭ୍ ଭିଡିଓର ଅନୁଧ୍ୟାନ ଲାଗି ବୋର୍ଡ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍ ରୁମ୍ କରାଯାଇଛି।

4/5

୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୧୦ ହଜାର ୭୭୮ ପିଲା ପରୀକ୍ଷା ଦେବେ । ରାଜ୍ୟରେ ୩୧୪ଟି ନୋଡାଲ କେନ୍ଦ୍ର ରହିଥିବାବେଳେ ସେଥି ମଧ୍ୟରୁ ୨୧ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ବିଶେଷକରି ମାଓ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ଥାନା ନୋଡାଲ ସେଣ୍ଟର କରାଯାଇଛି ।

5/5

ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ କ୍ରମିକ ନମ୍ବର ଏବଂ ୱାଟର୍ ମାର୍କ ବ୍ୟବସ୍ଥା କରାଯାଇଛି । ବୁକଲେଟ୍ ନମ୍ବର ୱାଟର ମାର୍କ ସହ କ୍ୟୁ-ଆର୍ (କୁଇକ୍ ରେସ୍‌ପନ୍ସ) କୋଡ୍ ନମ୍ବର ଏବଂ ଷ୍ଟାଟିକ୍ କ୍ୟୁ-ଆର୍ କୋଡ୍ ପ୍ରତି ପ୍ରଶ୍ନପତ୍ର ଉପରେ ରହିବ । ଯାହା ଦ୍ୱାରା କେଉଁ ପରୀକ୍ଷା କେନ୍ଦ୍ର ଏବଂ କେଉଁ ପିଲାର ପ୍ରଶ୍ନ ପତ୍ର ସବୁକିଛି ଜଣାପଡ଼ିବ ।