Advertisement
Photo Details/zeeodisha/odisha2652521
photoDetails0hindi

IND vs BAN: ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଭାରତ, ଜାଣନ୍ତୁ ଉଭୟ ଦଳର ହେଡ୍ ଟୁ ହେଡ୍ ରେକର୍ଡ

IND vs BAN: ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିରେ ନିଜର ଅଭିଯାନ ଆରମ୍ଭ କରିବ। ଗୁରୁବାର ଦିନ, ଭାରତ ଏବଂ ବାଂଲାଦେଶ ଦଳ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ତେବେ ଜାଣନ୍ତୁ ଉଭୟ ଦଳର ହେଡ୍ ଟୁ ହେଡ୍ ରେକର୍ଡ।

1/5
ଆଜିଠାରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଦଳ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଦଳ ଗୁରୁବାରଠାରୁ ଏହାର ଅଭିଯାନ ଆରମ୍ଭ କରିବ। 

2/5
ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨.୩୦ ରେ ଆରମ୍ଭ ହେବ। 

3/5
ବାଂଲାଦେଶ ଦଳ କ’ଣ ଭାରତକୁ ଚ୍ୟାଲେଞ୍ଜ କରିପାରିବ? ଭାରତ-ବାଂଲାଦେଶ ମ୍ୟାଚରେ କେଉଁ ଦଳ ଉପରେ ପ୍ରଭାବ ପକାଇବ? ODI ଫର୍ମାଟରେ ବାଂଲାଦେଶ ବିପକ୍ଷରେ ଭାରତର ହେଡ୍ ଟୁ ହେଡ୍ ରେକର୍ଡ କ’ଣ? 

4/5
ପରିସଂଖ୍ୟାନ ଦର୍ଶାଉଛି ଯେ ବାଂଲାଦେଶ ବିପକ୍ଷରେ ଭାରତୀୟ ଦଳ ପ୍ରାଧାନ୍ୟ ବିସ୍ତାର କରିଛି। ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମୋଟ ୪୧ ଟି ODI ମ୍ୟାଚ୍ ଖେଳାଯାଇଛି। ଯେଉଁଥିରେ ଭାରତ ୩୨ ଥର ବାଂଲାଦେଶକୁ ପରାସ୍ତ କରିଛି। ଯେତେବେଳେ କି ଟିମ୍ ଇଣ୍ଡିଆକୁ ୮ ଥର ପରାଜୟର ସାମ୍ନା କରିଛି। ଏହା ବ୍ୟତୀତ ଗୋଟିଏ ମ୍ୟାଚ୍ କୌଣସି ଫଳାଫଳ ବିନା ଶେଷ ହୋଇଥିଲା।

5/5
ଏହା ସମେତ ଭାରତ ଏବଂ ବାଂଲାଦେଶ ଦଳ ନିରପେକ୍ଷ ସ୍ଥାନରେ ମୋଟ ୧୦ ଥର ପରସ୍ପରର ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ଭାରତୀୟ ଦଳ ୮ ଥର ବାଂଲାଦେଶକୁ ପରାସ୍ତ କରିଛି। ଯେତେବେଳେ ବାଂଲାଦେଶ ଦୁଇଥର ଜିତିଛି। (ସମସ୍ତ ଫଟୋ- ସୋସିଆଲ ମିଡିଆ)