Advertisement
Photo Details/zeeodisha/odisha2652260
photoDetails0hindi

KIIT Student Death Update: କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ମିଳିଲା ସୁଇସାଇଡ ନୋଟ, ଭାଇରାଲ ହେଉଛି ଏହି ଫଟୋ...

KIIT Student Death: କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ କେବଳ ରାଜ୍ୟ ରାଜ୍ୟ ନୁହେଁ ଦେଶରେ ଚର୍ଚ୍ଚା ଲାଗି ରହିଛି। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କିଟ୍ କ୍ୟାମ୍ପସରେ ଅଶାନ୍ତି ଥମିବାର ନାଁ ନେଉନାହିଁ। 

1/4
ଘଟଣା ଯେତିକି ଆଗକୁ ବଢୁଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହାରି ମଧ୍ୟରେ ମୃତ ନେପାଳୀ ଛାତ୍ରୀଙ୍କ ସୁଇସାଇଡ ନୋଟ ଜବତ କରିଛି ପୋଲିସ। ଯାହାକୁ ନେଇ ଏବେ ସବୁଠି ହଇଚଇ ସୃଷ୍ଟି ହୋଇଛି।

2/4

ଜବତ ହୋଇଥିବା  ସୁଇସାଇଡ ନୋଟ ନେପାଳୀ ଭାଷାରେ ଲେଖା ହୋଇଥିବା ସୂଚନା ମିଳିଛି। ଏହି ସୁଇସାଇଡ ନୋଟ୍‌ରେ ପୁରୁଷ ବନ୍ଧୁ ଦେଉଥିବା ନିର୍ଯାତନା ବିଷୟରେ ଲେଖା ହୋଇଛି। 

3/4

ଜବତ ସେହି ନୋଟ୍‌କୁ ହ୍ୟାଣ୍ଡ ରାଇଟିଂ ବ୍ୟରୋକୁ ପଠାଇଛି ପୋଲିସ। ସେପଟେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଗିରଫ ୫ ଜଣଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ ବଣ୍ଡରେ ଭୁବନେଶ୍ବର JMFC - 2 କୋର୍ଟ ସେମାନଙ୍କୁ ଜାମିନ ଦେଇଛି।

4/4

ସୂଚନା ଅନୁସାରେ ବି.ଟେକ୍‌ ତୃତୀୟ ବର୍ଷ (Mechanical) ଛାତ୍ର ତଥା ମୃତା ଛାତ୍ରୀଙ୍କ ପୁରୁଷ ବନ୍ଧୁ ଆଦଭିକ୍‌ ଶ୍ରୀବାସ୍ତବ(Advik srivastava) ତାଙ୍କୁ ନିର୍ଯାତନା ଦେଉଥିଲେ। ଏହାକୁ ସହ୍ୟ ନକରି ପାରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ସ୍ଥିତ ହଷ୍ଟେଲ ‘କ୍ୟୁସି୪’ର ରୁମ ନଂ.୪ଏ୧୨୫ରେ ରବିବାର ଅପରାହ୍ନରେ ପ୍ରକ୍ରିତି ଆତ୍ମହତ୍ୟା କରିଥିଲେ।