Odisha News: ଭୁବନେଶ୍ଵରରେ କର୍ଟିକାଲ୍ ଭିଜୁଆଲ୍ ଇମ୍ପେୟାରମେଣ୍ଟ୍ ରିସୋର୍ସ ସେଣ୍ଟର୍
Advertisement
Article Detail0/zeeodisha/odisha2652934

Odisha News: ଭୁବନେଶ୍ଵରରେ କର୍ଟିକାଲ୍ ଭିଜୁଆଲ୍ ଇମ୍ପେୟାରମେଣ୍ଟ୍ ରିସୋର୍ସ ସେଣ୍ଟର୍

Odisha News: ଶିଶୁମାନଙ୍କ ମଧ୍ୟରୁ ଆଶ୍ଚର୍ଯ୍ୟଜନକ ଭାବରେ ୬୦-୭୦% ଅତିରିକ୍ତ ଅକ୍ଷମତା ସହିତ ମଧ୍ୟ ସଂଘର୍ଷ କରନ୍ତି, ଯାହା ସେମାନଙ୍କ ଜୀବନର ଜଟିଳତାକୁ ବୃଦ୍ଧି କରିଥାଏ। ସିଭିଆଇର ପ୍ରଭାବ ଶାରୀରିକ ସମସ୍ୟା ଠାରୁ ଆରମ୍ଭ କରି ବ୍ୟାପକ ହୋଇଥାଏ, ଯାହା ଶିଶୁର ଶିକ୍ଷଣ, ସାମାଜିକ ସମ୍ପର୍କ ଏବଂ ସାମଗ୍ରିକ ଜୀବନର ଗୁଣବତ୍ତାକୁ ପ୍ରଭାବିତ କରିଥାଏ।

 

Odisha News: ଭୁବନେଶ୍ଵରରେ କର୍ଟିକାଲ୍ ଭିଜୁଆଲ୍ ଇମ୍ପେୟାରମେଣ୍ଟ୍ ରିସୋର୍ସ ସେଣ୍ଟର୍
Odisha News: କର୍ଟିକାଲ୍/ସେରେବ୍ରାଲ୍ ଭିଜୁଆଲ୍ ଇମ୍ପେୟାରମେଣ୍ଟ (CBI) ରୋଗରେ ପୀଡ଼ିତ ଶିଶୁମାନଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଦୃଷ୍ଟି ପୁନର୍ବାସ କେନ୍ଦ୍ର ପକ୍ଷରୁ ଭୁବନେଶ୍ୱରରେ ସ୍ୱତନ୍ତ୍ର 'କର୍ଟିକାଲ୍/ସେରେବ୍ରାଲ୍ ଭିଜୁଆଲ୍ ଇମ୍ପେୟାରମେଣ୍ଟ୍ ରିସୋର୍ସ ସେଣ୍ଟର' ଉଦଘାଟିତ ହୋଇଛି । ଆମେରିକାର 'ଭିଜନ-ଏଡ୍'ର ବଦାନ୍ୟ ସହଯୋଗ ଦ୍ୱାରା ସମ୍ଭବ ହୋଇଥିବା ଏହି ଅଗ୍ରଣୀ କେନ୍ଦ୍ର ଆଶାର କିରଣ ଭାବେ ଉଭା ହୋଇଛି, ଯାହାର ଲକ୍ଷ୍ୟ ହେଉଛି ସିଭିଆଇ ଦ୍ୱାରା ପ୍ରଭାବିତ ଶିଶୁ ଏବଂ ପରିବାରମାନେ ସମୁଖୀନ ହେଉଥିବା ସମସ୍ୟାକୁ ଦୂର କରିବା।
 
ସିଭିଆଇ ଏକ ମସ୍ତିଷ୍କ-ଭିତ୍ତିକ ଦୃଷ୍ଟିଶକ୍ତି ଦୁର୍ବଳତା ରୋଗ ଯେଉଁଥିରେ ଚକ୍ଷୁ ସ୍ୱାଭାବିକ ଭାବରେ କାର୍ଯ୍ୟ କରିପାରେ, କିନ୍ତୁ ମସ୍ତିଷ୍କ ଦ୍ୱାରା ଦୃଷ୍ଟିଶକ୍ତି ସୂଚନାକୁ ବ୍ୟାଖ୍ୟା କରିବା ଏବଂ ବୁଝିବାର କ୍ଷମତା ହ୍ରାସ ପାଇଥାଏ। ଦୃଷ୍ଟିଶକ୍ତି ଦୁର୍ବଳତା ଥିବା ପ୍ରାୟ ୩୦-୪୦% ଶିଶୁ ସିଭିଆଇ ଦ୍ୱାରା ପ୍ରଭାବିତ ହୁଅନ୍ତି, ଯାହା ବିଶ୍ୱବ୍ୟାପୀ ଶିଶୁଙ୍କ ଦୃଷ୍ଟିଶକ୍ତି ଦୁର୍ବଳତା ରୋଗର ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ ଅଟେ। ଏହି ଶିଶୁମାନଙ୍କ ମଧ୍ୟରୁ ଆଶ୍ଚର୍ଯ୍ୟଜନକ ଭାବରେ ୬୦-୭୦% ଅତିରିକ୍ତ ଅକ୍ଷମତା ସହିତ ମଧ୍ୟ ସଂଘର୍ଷ କରନ୍ତି, ଯାହା ସେମାନଙ୍କ ଜୀବନର ଜଟିଳତାକୁ ବୃଦ୍ଧି କରିଥାଏ। ସିଭିଆଇର ପ୍ରଭାବ ଶାରୀରିକ ସମସ୍ୟା ଠାରୁ ଆରମ୍ଭ କରି ବ୍ୟାପକ ହୋଇଥାଏ, ଯାହା ଶିଶୁର ଶିକ୍ଷଣ, ସାମାଜିକ ସମ୍ପର୍କ ଏବଂ ସାମଗ୍ରିକ ଜୀବନର ଗୁଣବତ୍ତାକୁ ପ୍ରଭାବିତ କରିଥାଏ।
 
ଭିଜନ-ଏଡ୍ ର ପ୍ରତିଷ୍ଠାତା ରାମକୃଷ୍ଣ (ରାମ) ରାଜୁ ଏବଂ ରେବତୀ ରାମକୃଷ୍ଣ କହିଛନ୍ତି ଯେ, “ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ କର୍ଟିକାଲ୍/ସେରେବ୍ରାଲ୍ ଭିଜୁଆଲ୍ ଇମ୍ପେୟାରମେଣ୍ଟ (ସିଭିଆଇ) ରୋଗରେ ପୀଡ଼ିତ ଶିଶୁମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ସେବା ପ୍ରଦାନ କରୁଥିବା ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ) ଭୁବନେଶ୍ୱର କ୍ୟାମ୍ପସ୍ ପରିସରରେ ''ମନୋରମା ଚୌଧୁରୀ ନୟନ ଜ୍ୟୋତି'' ଭିଜନ-ଏଡ୍ ସିଭିଆଇ ରିସୋର୍ସ ସେଣ୍ଟରର ଶୁଭାରମ୍ଭ ନେଇ ଭିଜନ-ଏଡ୍ ପରିବାର ଅତ୍ୟନ୍ତ ଆନନ୍ଦିତ ଓ କୃତଜ୍ଞତା ଜଣାଉଛୁ । ଏଲ୍. ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଦଳ ସହିତ ସହଭାଗୀ ହୋଇ ଆମେ ଗର୍ବିତ ଏବଂ ଦୃଷ୍ଟିହୀନଙ୍କ ପ୍ରତି ସେମାନଙ୍କର ଅସୀମିତ ପ୍ରତିବଦ୍ଧତା, ଉତ୍ସର୍ଗ ଏବଂ ସେବା ପାଇଁ ଆମେ ଗଭୀର ପ୍ରଶଂସା କରୁଛୁ । ଡାକ୍ତର ବେଉଲା ଖ୍ରୀଷ୍ଟି ଏବଂ ସମଗ୍ର ଭିଜନ୍ ରିହାବିଲିଟେସନ୍ ଟିମ୍ କୁ ସେମାନଙ୍କର ଦୀର୍ଘସ୍ଥାୟୀ ଭାଗିଦାରୀ ଏବଂ ବନ୍ଧୁତା ତଥା ଡାକ୍ତର ସାହୁ, ଡାକ୍ତର ମାଝୀ ଏବଂ ଅନ୍ୟମାନଙ୍କ ନେତୃତ୍ୱରେ ପରିଚାଳିତ ଏଲଭିପିଇଆଇ ଭୁବନେଶ୍ୱରର ଆଶ୍ଚର୍ଯ୍ୟଜନକ ଦଳକୁ ଆମର ବିଶେଷ ଧନ୍ୟବାଦ ।”