Gujarat Politics: ଅମିତ ଶାହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ବିଜେପି?
Advertisement
Article Detail0/zeeodisha/odisha1292850

Gujarat Politics: ଅମିତ ଶାହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ବିଜେପି?

Gujarat Assembly Election 2022:  ଗୁଜୁରାଟ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ ସେ ନେଇ ବିଜେପି ପକ୍ଷରୁ କୌଣସି ଜବାବ ରଖାଯାଇନାହିଁ। 

Gujarat Politics: ଅମିତ ଶାହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ବିଜେପି?

Gujarat Elelction 2022: ଚଳିତ ଅନୁଷ୍ଠିତ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି ବର୍ତ୍ତମାନ ଦଳୀୟ ରାଜନୈତିକ କ୍ଷେତ୍ର ବୃଦ୍ଧି କରୁଛି। ଏହିକ୍ରମରେ ଦଳର ରାଷ୍ଟ୍ରୀୟ ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର କହିଛନ୍ତି ଯେ ଗୁଜୁରାଟରେ ଆମ ଆଦମୀ ପାର୍ଟି ଭଳି ଦଳର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ବିଜେପି ଚକିତ ହୋଇଉଠିଛି। ବିଜେପି ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରି ସେ କହିଛନ୍ତି ଯେ ଏଥର ବିଜେପି କ'ଣ ଅମିତ ଶାହାଙ୍କୁ ଗୁଜରାଟ ବିଧାନସଭା ନିର୍ବାଚନରେ ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବ? ଭୂପେନ୍ଦ୍ରଭାଇ ପଟେଲଙ୍କ କାର୍ଯ୍ୟରେ ବିଜେପି ଅସନ୍ତୁଷ୍ଟ ଅଛି? 

ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ (Gujarat Assembly Election 2022) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ (Chief Minister Candidate) କିଏ ସେ ନେଇ ପ୍ରଥମ ଥର ଲାଗି ପ୍ରଶ୍ନ ପଚାରି ନାହିଁ ଆମ ଆଦମୀ ପାର୍ଟି (Aam Aadmi Party) ଆପ୍ (AAP)। ଅତୀତରେ ଆପ୍ ନେତା ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଦାବି କରିଆସୁଛନ୍ତି।

ବିଜେପି ଉଦ୍ଦେଶ୍ୟରେ ପ୍ରଶ୍ନ କରି ଆପ ସଂଯୋଜକ (AAP Coordinator) ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejriwal) ବିଜେପି ଆସନ୍ତା ବିଧାନସଭା ନିର୍ବାଚନରେ ​​କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ (Amit Shah) ମୁଖ୍ୟମନ୍ତ୍ରୀ (BJP CM Candidate) ପ୍ରାର୍ଥୀ ଘୋଷଣା କରିବାକୁ ଯୋଜନା କରୁଛି? ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ (Gujarat CM Bhupendra Patel) କାର୍ଯ୍ୟରେ ବିଜେପି (BJP) ଖୁସି ଅଛି ନା ନାହିଁ? ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗ ଉଠାଇ ଆପ ବିଜେପି ଭୋଟବ୍ୟାଙ୍କ (BJP Votebank) ଉପରେ ଦଖଲ କରିବାକୁ ଗୁଜୁରାଟ ରାଜନୀତିରେ (Gujarat Politics) ଚର୍ଚ୍ଚା ହେଉଛି। ଆପ୍ ସଂଯୋଜକଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର କୌଣସି ଜବାବ ରଖିନାହିଁ ବିଜେପି। 

ଗତ ମାର୍ଚ୍ଚ ମାସରେ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସମାନ ଦାବି କରିଥିଲେ। ଲକ୍ଷ୍ମୀଦୀପ ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ଦିଲ୍ଲୀର ପରବର୍ତ୍ତୀ ଉପରାଜ୍ୟପାଳ କରାଯିବ ନା ନାହିଁ ବୋଲି ପଚାରିଥିଲେ। ସେତେବେଳେ ଅନିଲ ବୈଜଲ ଦିଲ୍ଲୀ ଉପରାଜ୍ୟପାଳ ଥିଲେ। ତାଙ୍କ ପରେ ଭି.କେ ସାକ୍ସେନା ଏହି ଦାୟିତ୍ୱରେ ଅଛନ୍ତି। ଗତ ଅପ୍ରେଲ ୭ ତାରିଖରେ ମଧ୍ୟ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ (Delhi Deputy Chief Minister) ତଥା ଆପ୍ ମନୀଷ ସିସୋଦିଆ (AAP Leader Manish Sisodia) ଦାବି କରିଛନ୍ତି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସ୍ଥାନରେ ବିଜେପି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଆଣିବାକୁ ଚିନ୍ତା କରୁଛି। ମାତ୍ର ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିନଥିଲା।

ଆପ୍ ମନୀଷ ସିସୋଦିଆ ନିଜର ଦାବିକୁ ବିଶ୍ୱସନୀୟ ଉତ୍ସ ବୋଲି ଦର୍ଶାଇ କହିଛନ୍ତି ଯେ ହିମାଚଳ ପ୍ରଦେଶରେ ତାଙ୍କ ଦଳର ଲୋକପ୍ରିୟତା ହେତୁ ଆଗାମୀ ନିର୍ବାଚନରେ ​​ପରାଜୟର ଭୟ ରହିଥିବାରୁ ବିଜେପି ଏଠାରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଚାହୁଁଛି। ଗତ ବର୍ଷ ଅକ୍ଟୋବରରେ ଗୋଆ ବିଧାନସଭା ନିର୍ବାଚନ ସମୟରେ ସେ ଦାବି କରିଥିଲେ ଯେ ବିଜେପି ସରକାରଙ୍କ ପ୍ରଦର୍ଶନକୁ ନେଇ ଲୋକେ ଅସନ୍ତୁଷ୍ଟ ଥିବାରୁ ସେତେବେଳେର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ବଦଳାଇବାକୁ ଦଳ ପ୍ରସ୍ତୁତ କରୁଛି। ଏପରିକି ସେତେବେଳେ ବିଜେପି ଆପ୍ ନେତାଙ୍କ ପକ୍ଷରୁ କରାଯାଉଥିବା ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା।

Also Read: Gujarat Elections 2022: ପୁଣି ମାଗଣା ବିଜୁଳି ବାଣ୍ଟିବେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ

ଚଳିତ ବର୍ଷ ଆଡ଼କୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ଏନେଇ ଆମ ଆଦମୀ ପାର୍ଟି ପକ୍ଷରୁ ଦଳର ୧୦ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହା ସହିତ ଦଳ ଗୁଜୁରାଟରେ ଦିଲ୍ଲୀ ମଡେଲ ମାଧ୍ୟମରେ ବିକାଶ କରିବାକୁ ପ୍ରତିଶୃତି ଦେଇଛି। ମାଗଣା ବିଦ୍ୟୁତ୍, ୧୦ ଲକ୍ଷ ଚାକିରୀ ଏବଂ ବେକାରୀ ଭତ୍ତା ଭଳି ଅନେକ ପ୍ରତିଶୃତି ଆପ ପକ୍ଷରୁ ଦିଆଯାଇଛି।