Chandrababu Naidu: ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି
Advertisement
Article Detail0/zeeodisha/odisha1969763

Chandrababu Naidu: ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

TDP President Chandrababu Naidu: ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି।

 

Chandrababu Naidu: ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

AP High Court Grants Regular Bail to Chandrababu Naidu: ରାଜ୍ୟରେ ହୋଇଥିବା କଥିତ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ନଭେମ୍ବର ୨୦ ତାରିଖ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏହି ମାମଲାରେ ବର୍ତ୍ତମାନର ଆନ୍ଧ୍ର ପ୍ରଦେଶ ବିରୋଧି ଦଳ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁସାରେ  ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ ମିଳିଛି।   

ଚିକିତ୍ସାର ବିବରଣୀ ପ୍ରଦାନ କରିବାକୁ ଦିଆଯାଇଥିଲା ନିର୍ଦ୍ଦେଶ 
ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ (TDP President Chandrababu Naidu) ୧ ଲକ୍ଷ ଟଙ୍କାର ଜାମିନ ବଣ୍ଡ ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ (Andhra Pradesh High Court )। ଏହା ବ୍ୟତୀତ ଆତ୍ମସମର୍ପଣ ସମୟରେ ସିଲ୍ ହୋଇଥିବା ଲଫାପା ମଧ୍ୟରେ ରାଜମେହେନ୍ଦ୍ରୀ କେନ୍ଦ୍ରୀୟ କାରାଗାରର ଅଧିକ୍ଷକଙ୍କ ନିକଟରେ ଚିକିତ୍ସିତ ହେଉଥିବା ଡାକ୍ତରଖାନାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ହାଇକୋର୍ଟ ଆନ୍ଧ୍ର ପ୍ରଦେଶ ବିରୋଧି ଦଳ (Leader of Opposition in Andhra Pradesh Assembly) ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ (Former Chief Minister of Andhra Pradesh) ଚନ୍ଦ୍ରବାବୁ ନାଇଡୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୩୩୦୦ କୋଟି ଟଙ୍କାର ଦୁର୍ନୀତି
ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ନିଗମରେ (Andhra Pradesh Skill Development Corporation) ୩୩୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବାର କୁହାଯାଉଛି। ଯେଉଁ ମମାଲାରେ ଗିରଫ ହେବା ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଥିଲା। ଏହି ଦୁର୍ନୀତି ସେତେବେଳେ ହୋଇଥିଲା ଯେତେବେଳେ ସେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ।

୨୦୨୩ ମାର୍ଚ୍ଚ ମାସରେ ସିଆଇଡି ଆରମ୍ଭ କରିଥିଲା ତଦନ୍ତ
ଚଳିତ ବର୍ଷ ମାର୍ଚ୍ଚ ମାସରେ ରାଜ୍ୟରେ ହୋଇଥିବା ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶ ପୋଲିସର କ୍ରାଇମବ୍ରାଞ୍ଚ ବିଭାଗ (Andhra Pradesh Police CID Department) ତଦନ୍ତ ଆରମ୍ଭ କରିଥିଲା। ଏନେଇ ହୋଇଥିବା ଅନୁସନ୍ଧାନରେ ପୂର୍ବତନ ଭାରତୀୟ ରେଳ ଟ୍ରାଫିକ ସେବା ଅଧିକାରୀ ଅରଜା ଶ୍ରୀକାନ୍ତଙ୍କୁ ମଧ୍ୟ ନୋଟିସ ଜାରି ହୋଇଥିଲା। ଯିଏ ଗତ ୨୦୧୬ ବର୍ଷରେ ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିଲେ।

ରାଜ୍ୟର ଯୁବପିଢିଙ୍କ କ୍ଷମତା ବଢାଇବା ପାଇଁ ଗଠିତ ହୋଇଥିଲା ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ
ଗତ ୨୦୧୬ ବର୍ଷରେ ଚନ୍ଦ୍ରବାବୁ ନାଇଡୁଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଗଠିତ ହୋଇଥିଲା ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ। ଯାହା ମାଧ୍ୟମରେ ରାଜ୍ୟର ବେରୋଜଗାର ଯୁବପିଢିଙ୍କ ଦକ୍ଷତା ବଢାଇବା ପାଇଁ ସେମାନଙ୍କୁ ବୃତିଗତ କୌଶଳ ତାଲିମ ପ୍ରଦାନ କରିବାର ବ୍ୟବସ୍ଥା ହୋଇଥିଲା। ଏନେଇ ତତ୍କାଳୀନ ଆନ୍ଧ୍ର ପ୍ରଦେଶରେ କ୍ଷମତାସୀନ ନାଇଡୁ ସରକାର ୩୩୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ପାଇଁ ଏକ ସ୍ମାରକପତ୍ର ସ୍ୱାକ୍ଷର କରିଥିଲେ। ଏନେଇ ସ୍ୱାକ୍ଷର ହୋଇଥିବା ସ୍ମାରକପତ୍ରରେ ସିମେନ୍ସ ଇଣ୍ଡଷ୍ଟ୍ରି ସଫ୍ଟୱେୟାର ଇଣ୍ଡିଆ ଲିମିଟେଡ ଏବଂ ଡିଜାଇନ ଟେକ୍ ସିଷ୍ଟମ ପ୍ରାଇଭେଟ ଲିମିଟେଡ ଅନ୍ତର୍ଭୂକ୍ତ ରହିଥିଲା। ଯାହାକୁ ଦକ୍ଷତା ବିକାଶ ପାଇଁ ୬ କେନ୍ଦ୍ର ସ୍ଥାପନ କରିବାକୁ କୁହାଯାଇଥିଲା।