MP Civic Body Election 2022: ଖାତା ଖୋଲିଲା ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ
Advertisement
Article Detail0/zeeodisha/odisha1262277

MP Civic Body Election 2022: ଖାତା ଖୋଲିଲା ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ

AIMIM Victory in MP Election 2022: ମଧ୍ୟ ପ୍ରଦେଶର ବିଭିନ୍ନ ନଗର ନିଗମରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଏଆଇଏମଆଇଏମ ସାତୋଟି ସହରରେ ନିର୍ବାଚନ ଲଢିଥିଲା। ଦଳକୁ ମାତ୍ର ତିନୋଟି ଆସନ ମିଳିଛି। 

MP Civic Body Election 2022: ଖାତା ଖୋଲିଲା ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ

AIMIM Victory in MP Election 2022: ଚଳିତ ବର୍ଷ ମଧ୍ୟ ପ୍ରଦେଶର ବିଭିନ୍ନ ନଗର ନିଗମରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଖାତା ଖୋଲିଛି ଅସାଦୁଦ୍ଦିନ ଓୱେସିଙ୍କ ଦଳ ଏଆଇଏମଆଇଏମ। ଦଳ ଜବଲପୁର ନଗର ନିଗମରେ ୨ କାଉନସିଲର ଆସନ ଦଖଲ କରିଥିବାବେଳେ ଖଣ୍ଡୱା ଠାରେ ମଧ୍ୟ ଗୋଟିଏ ଆସନ ହାତେଇଛି। ଏହି ନିର୍ବାଚନରେ ଏଆଇଏମଆଇଏମ ମଧ୍ୟ ପ୍ରଦେଶର ସାତୋଟି ବଡ ସହରରେ ନିର୍ବାଚନ ଲଢିଥିଲା। ଦଳକୁ ମାତ୍ର ତିନୋଟି ଆସନ ମିଳିଛି। ଏହି ନିର୍ବାଚନ ଫଳାଫଳ ଅସାଦୁଦ୍ଦିନ ଓୱେସିଙ୍କ ଏକ ବଡ଼ ସଫଳତା ବୋଲି କୁହାଯାଇଛି।

କାରଣ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ୧୦୦ ଏବଂ ଉତ୍ତରାଖଣ୍ଡର (Uttarakhand Assembly Election 2022) ୪ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଖାତା ଖୋଲି ପାରିନଥିଲା ଏଆଇଏମଆଇଏମ (AIMIM)। ଅନ୍ୟପଟେ ଗତବର୍ଷ ଅନୁଷ୍ଠିତ ହୋଇଥିବା ଅହମ୍ମଦବାଦ ନଗର ନିଗମ ନିର୍ବାଚନରେ (Amdavad Municipal Corporation Election 2021) ଦଳ ସାତୋଟି ଆସନ ପାଇଥିଲା। ସେହିପରି ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ (West Bengal Assembly Election 2021) ୬ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଖାତା ଖୋଲି ପାରିନଥିଲା ଦଳ। ଅନ୍ୟପଟେ ୨୦୨୦ ବିହାର ବିଧାନସଭା ନିର୍ବାଚନରେ (Bihar Assembly Election 2020) ୧୯ ଆସନରେ ନିର୍ବାଚନ ଲଢି ୫ ଆସନ ପାଇଥିଲା।

ଦଳ ଇନ୍ଦୋର, ଭୋପାଳ, ଜବଲପୁର, ଖାରଗୋନ, ବୁରହାନପୁର, ରତରାମ, ଖଣ୍ଡୱା ନଗର ନିଗମରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ପ୍ରାର୍ଥୀ ଛିଡା କରିବା ନେଇ ଘୋଷଣା କରିଥିଲେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି। ହେଲେ ଦଳ ବୁରହାନପୁର, ଜବଲପୁର ଏବଂ ଖଣ୍ଡୱାରେ ବାଜିମାତ କରିଛି। ଯଦି ଖଣ୍ଡୱା ସହର କଥା କୁହାଯାଏ ତାହେଲେ ଏଠାରେ ୧୧ ୱାର୍ଡରେ ନିର୍ବାଚନ ଲଢୁଥିଲେ ଏଆଇଏମଆଇଏମ ପ୍ରାର୍ଥୀ। ଏଠାରେ ଲଢେଇ ​​ବିଜେପି-କଂଗ୍ରେସ ମଧ୍ୟରେ ହେବ ବୋଲି କୁହାଯାଉଥିଲା ମାତ୍ର ଏଆଇଏମଆଇଏମ ବାଜି ମାରି ନେଇଥିଲା। 

ଖଣ୍ଡୱା ଠାରେ ରାଲି କରିବା ବେଳେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି କହିଥିଲେ ଯେ ଏଠାକାର ଲୋକ ୫୦ ବର୍ଷ ଧରି ବିଜେପି-କଂଗ୍ରେସ ଭଳି ଦଳକୁ ଜିତାଇଛନ୍ତି। ହେଲେ ଏଥର ସେମାନେ ନିଜ ସମ୍ପ୍ରଦାୟକୁ ସମର୍ଥନ କରିବା ଉଚିତ। ସେ ଲୋକଙ୍କୁ କହିଛନ୍ତି ଯେ ତାଙ୍କ ଦଳ ମଧ୍ୟପ୍ରଦେଶ ଲୋକଙ୍କୁ ଅଧିକାର ଦେବା ପାଇଁ ଆସିଛି। ଖଣ୍ଡୱା ନଗର ନିଗମର ୧୪ ନମ୍ବର ୱାର୍ଡରୁ ଏଆଇଏମଆଇଏମ ପ୍ରାର୍ଥୀ ଶକିରା ବିଲାଲ ୨୮୫ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି।

Also Read: Gujarat Election 2022: କଂଗ୍ରେସ ଲାଗି ଚିନ୍ତ ବଢାଇଲା ଏଆଇଏମଆଇଏମ