ନିର୍ବାଚନ ଶେଷ ହେବା ଏବଂ ରାଜତି ୧୧ଟା ୩୦ରେ ଯେଉଁ ଶେଷତମ ତଥ୍ୟ ଉପସ୍ଥାପନ କରାଯାଇଥାଏ ସେଥିରେ ଆକାଶ ପାତାଳ ଫରକ ଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ସର୍ମିଷ୍ଠା ସେଠୀ।
Trending Photos
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିର୍ବାଚନୀ ବିଜୟକୁ ନେଇ ପ୍ରଶ୍ନ କରିଛି ବିଜୁ ଜନତା ଦଳ। ଯେଉଁ ପରିକାଣର ଭୋଟ ସେ ପାଇଛନ୍ତି ସେଥିରେ ଜାଲିଆତି ହୋଇଥିବା ସନ୍ଦେହ କରିଛି ଦଳ। ଏପରିକି ତାଙ୍କୁ ମିଳିଥିବା ଭୋଟ ଏବଂ ଦର୍ଶାଯାଇଥିବା ଭୋଟ ମଧ୍ୟ ୩୦.୬୪ ପ୍ରତିଶତର ଫରକ ରହିଥିବା ବିଜେଡି ବିଧାୟକ ଅରୁଣ ସାହୁ ଏବଂ ପୂର୍ବତନ ସାଂସଦ ସର୍ମିଷ୍ଠା ସେଠୀ କହିଛନ୍ତି।
ଶ୍ରୀ ସାହୁ କହିଛନ୍ତି, ତାଙ୍କ ଦଳ ପକ୍ଷରୁ ନିର୍ବାଚନ ପରବର୍ତ୍ତୀ ଅନୁଶୀଳନ ସମୟରେ ଭୋଟ ପ୍ରତିଶତ କିପରି ବଢ଼ିଲା ତାହା ଜାଣିବା ପାଇଁ ପ୍ରିଜାଇଡିଂ ଅଧିକାରୀମାନଙ୍କ ଦ୍ୱାରା ଦିଆଯଇଥିବା ଫର୍ମ ୧୭ ସି ମଗାଯାଇଥିଲା। ପ୍ରାର୍ଥୀମାନଙ୍କର ଏହା ସାମ୍ବିଧାନିକ ଅଧିକାର ରହିଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାଙ୍କୁ ଏହା ପାଇବାଠୁ ବାରଣ କରାଯାଇଥିଲା। ରାଜ୍ୟ ସରକାରଙ୍କ ଚାପ ଯୋଗୁ ଜାଣିଶୁଣି ନିର୍ବାଚନ କମିଶନ ଏହି ତଥ୍ୟ ପ୍ରଦାନ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଆହୁରି ମଧ୍ୟ ନିର୍ବାଚନ ଶେଷ ହେବା ଏବଂ ରାଜତି ୧୧ଟା ୩୦ରେ ଯେଉଁ ଶେଷତମ ତଥ୍ୟ ଉପସ୍ଥାପନ କରାଯାଇଥାଏ ସେଥିରେ ଆକାଶ ପାତାଳ ଫରକ ଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ସର୍ମିଷ୍ଠା ସେଠୀ। ସେ କହିଛନ୍ତି, ସାଧାରଣତଃ ଏହି ବ୍ୟବଧାନ ୦.୫ ପ୍ରତିଶତରୁ ୨ ପ୍ରତିଶତ ହୋଇଥାଏ। କିନ୍ତୁ ଗତ ବିଧାନସଭା ନିର୍ବାଚନରେ ଏହା ୩ରୁ ୩୦ ପ୍ରତିଶତ ହୋଇଛି। କେନ୍ଦୁଝର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ଯେଉଁଠାରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି ସେଠାରେ ସର୍ବାଧିକ ୩୦.୬୪ ପ୍ରତିଶତର ଫରକ ଦେଖିବାକୁ ମିଳିଛି। ସେହିପରି, କଣ୍ଟାମାଳରେ ୨୮.୬୯%ର ବ୍ୟବଧାନ ଦେଖିବାକୁ ମିଳିଛି। ଏପରି ୪୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସଂଖ୍ୟାରେ ଅସାମଞ୍ଜସ୍ୟତା ଦେଖାଯାଇଛି। ଏଣୁ ଏ ଉପରକୁ ପ୍ରଶ୍ନ ଉଠିବା ସ୍ୱଭାବିକ ବୋଲି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।
ଏହିପରି ଅସାମଞ୍ଜସ୍ୟତାକୁ ନେଇ ମହାରାଷ୍ଟ୍ରରେ ମଧ୍ୟ ରାଜନୀତିକ ପରିବେଶ ସରଗରମ ହୋଇଛି। ସେହିପରି ମୁଖ୍ୟ ନିର୍ବାଚନ କଂଗ୍ରେସ ପକ୍ଷରୁ ଉଠାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି।
Also Read- ICC Champions Trophy 2025: ମାର୍ଚ୍ଚ ୨୩ରେ ଭାରତ VS ପାକିସ୍ତାନ, ଜାଣନ୍ତୁ ସମସ୍ତ କାର୍ଯ୍ୟସୂଚୀ
Also Read- ନିମାପଡ଼ା ଜନମଙ୍ଗଳ ଅଧିକାରୀଙ୍କୁ ୪ ବର୍ଷ ଜେଲ୍