jio cheapest recharge plan: ଯଦି ଆପଣ ସୁଲଭ ମୂଲ୍ୟରେ 5G ଡାଟା, ଅସୀମିତ କଲିଂ, SMS ଏବଂ ଅତିରିକ୍ତ ସୁବିଧା ପାଇବାକୁ ଚାହୁଁଛନ୍ତି, ତେବେ ଆଜି ଆପଣଙ୍କୁ ଆମେ ଏନେଇ ବିସ୍ତୃତ ସୂଚନା ପ୍ରଦାନ କରୁଛୁ ।
ଜିଓର ୩୨୯ ଟଙ୍କାର ପ୍ଲାନ୍
ରିଲାଏନ୍ସ ଜିଓର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ 1.5 GB ଡାଟା ମିଳିଥାଏ । ଏହି ଯୋଜନାର ବୈଧତା 28 ଦିନ ରହିଛି । ଅର୍ଥାତ୍ ଏହି ପ୍ଲାନରେ ଆପଣ ମୋଟ 42GB ଡାଟା ପାଇପାରିବେ । ଏହି ପ୍ଲାନପରେ ଅସୀମିତ କଲିଂ ଏବଂ ଦୈନିକ 100 SMS ସୁବିଧା ମଧ୍ୟ ଉପଲବ୍ଧ ରହିଛି । ବିଶେଷ କଥା ଏହା ଯେ, ଏହି ପ୍ଲାନ ସହିତ JioSaavn ସବସ୍କ୍ରିପସନ୍ ଉପଲବ୍ଧ। ଅନ୍ୟାନ୍ୟ ସୁବିଧା ବିଷୟରେ କହିବାକୁ ଗଲେ, ଏଥିରେ Jio TV, Jio Cinema, Jio Cloud ର ସବସ୍କ୍ରିପସନ୍ ଉପଲବ୍ଧ ହେବ।
ଜିଓର ୩୧୯ ଟଙ୍କାର ପ୍ଲାନ୍
ଏହି ରିଚାର୍ଜ ପ୍ଲାନରେ ଆପଣ ଦୈନିକ 1.5GB ଡାଟା ପାଇପାରିବେ । ଏହି ରିଚାର୍ଜ ପ୍ଲାନ୍ ସମ୍ପୂର୍ଣ୍ଣ କ୍ୟାଲେଣ୍ଡର ମାସ ପାଇଁ ତଥା 30 ଦିନର ବୈଧତା ସହିତ ମିଳିଥାଏ। ଉପଭୋକ୍ତାମାନଙ୍କୁ ଏହି ପ୍ଲାନରେ ମୋଟ 45GB ଡାଟା ମିଳିବ। ଏହି ପ୍ଲାନରେ ସାରା ଦେଶରେ ଯେକୌଣସି ନେଟୱାର୍କକୁ ମାଗଣା କଲିଙ୍ଗର ସୁବିଧା ରହିଛି। ଅନ୍ୟାନ୍ୟ ଲାଭ ବିଷୟରେ କହିବାକୁ ଗଲେ, ଏହି ପ୍ଲାନରେ ଉପଭୋକ୍ତାମାନେ Jio TV, Jio Cinema ଏବଂ Jio Cloud ର ଆକ୍ସେସ୍ ପାଆନ୍ତି।
ଜିଓର ୨୯୯ ଟଙ୍କାର ପ୍ଲାନ୍
ଏହି ପ୍ଲାନରେ ପ୍ରତିଦିନ 1.5 GB ଡାଟା ସୁବିଧା ଉପଲବ୍ଧ । ଏହି ପ୍ଲାନର ବୈଧତା 28 ଦିନ ରହିଛି । ଏହି ଜିଓ ପ୍ଲାନରେ ମୋଟ 42GB ଡାଟା ପ୍ରଦାନ କରୁଛି କମ୍ପାନୀ । ଏହି ପ୍ଲାନ ରିଚାର୍ଜ କରି ଉପଭୋକ୍ତାମାନେ 28 ଦିନ ପାଇଁ ଅସୀମିତ କଲ୍ କରିପାରିବେ । ପ୍ରତିଦିନ 100 ଟି SMS ସୁବିଧା ମଧ୍ୟ ରହିଛି । ଏହି ପ୍ଲାନରେ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍ ସୁବିଧା ଉପଲବ୍ଧ।
ଜିଓର ୨୩୯ ଟଙ୍କା ପ୍ଲାନ୍
ଏହି ଜିଓ ପ୍ଲାନରେ ଅସୀମିତ ଭଏସ୍ କଲିଂ ସୁବିଧା ଏବଂ ବୈଧତା 22 ଦିନ ରହିଛି। ଏଥିରେ ଆପଣଙ୍କୁ ଦୈନିକ 1.5GB ଡାଟା ଅର୍ଥାତ୍ ମୋଟ 33GB ଡାଟାର ଲାଭ ମିଳିବ। ଏଥିସହ ପ୍ରତିଦିନ 100ଟି ମାଗଣା SMS ମଧ୍ୟ ମିଳିବ। ଏହି ପ୍ଲାନରେ ଉପଭୋକ୍ତାମାନେ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡର ଆକ୍ସେସ୍ ପାଆନ୍ତି।
ଜିଓର ୧୯୯ ଟଙ୍କାର ପ୍ଲାନ୍
ଏହି ପ୍ଲାନରେ ଉପଭୋକ୍ତା ପ୍ରତିଦିନ 1.5GB ଡାଟା, 100SMS ଏବଂ 18 ଦିନ ପାଇଁ ଅସୀମିତ ଭଏସ୍ କଲିଂ ପାଉଛନ୍ତି । ଏସବୁର ବୈଧତା ରହିଛି ମୋଟ 18 ଦିନ। ଜିଓ ଏହି ପ୍ଲାନର ମୂଲ୍ୟ ୧୯୯ ଟଙ୍କା ରଖିଛି। ଆପଣ ଯେକୌଣସି ସମୟରେ ଏହି ପ୍ଲାନର ଲାଭ ଉଠାଇପାରିବେ। ଏଥିରେ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡର ସବସ୍କ୍ରିପସନ ଉପଲବ୍ଧ ରହିଛି ।
ट्रेन्डिंग फोटोज़