Congress Protest: ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରିବାକୁ କରିବାକୁ ତାତି ଉଠିଲେ କଂଗ୍ରେସ କର୍ମକର୍ତ୍ତା
Advertisement
Article Detail0/zeeodisha/odisha1267609

Congress Protest: ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରିବାକୁ କରିବାକୁ ତାତି ଉଠିଲେ କଂଗ୍ରେସ କର୍ମକର୍ତ୍ତା

ED Interrogation to Sonia Gandhi:  Z+ ସୁରକ୍ଷା ମଧ୍ୟରେ ଗୁରୁବାର  ମଧ୍ୟାହ୍ନରେ କେନ୍ଦ୍ରୀୟ ଦିଲ୍ଲୀସ୍ଥିତ ଅବଦୁଲ କଲାମ ମାର୍ଗର ବିଦ୍ୟୁତ ଲେନ ଠାରେ ଅବସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ କଂଗ୍ରେସ ଅଧ୍ୟକ୍ଷା ସଭାପତି ସୋନିଆ ଗାନ୍ଧୀ। 

Congress Protest: ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରିବାକୁ କରିବାକୁ ତାତି ଉଠିଲେ କଂଗ୍ରେସ କର୍ମକର୍ତ୍ତା

ED Interrogation to Sonia Gandhi: ନେସନାନାଲ ହେରାଲ୍ଡ ମାମଲାରେ ଜୁଲାଇ ୨୧ ତାରିଖ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସଭାପତି ସୋନିଆ ଗାନ୍ଧୀଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହାର ପ୍ରତିବାଦର ବିଭିନ୍ନ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମକର୍ତ୍ତା। ଏହି କ୍ରମରେ ବେଙ୍ଗାଲୁରୁ ଠାରେ ମଧ୍ୟ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ଏକ ସାଣ୍ଟ୍ରୋ କାରରେ ନିଆଁ ଲଗାଇ ଦେଇଥିଲେ।

ଏନେଇ କୁହାଯାଉଛି ଯେ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ କଂଗ୍ରେସ କର୍ମୀ ଯେଉଁ କାରରେ ନିଆଁ ଲଗାଇ ଦେଇଛନ୍ତି ତାହା। ତାହା ଦଳର ଜଣେ କର୍ମକର୍ତ୍ତାଙ୍କ ବୋଲି ଜଣାପଡି଼ଛି। ଏହା ବ୍ୟତୀତ ନେହେରୁ ଜଙ୍କସନ ସେଶାଦ୍ରୀପୁରମ ଠାରେ ମଧ୍ୟ ଏକ କାର ଜଳି ଯାଇଥିବାର ଖବର ମିଳିଛି ଯାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। 

Z+ ସୁରକ୍ଷା ମଧ୍ୟରେ ଗୁରୁବାର  ମଧ୍ୟାହ୍ନରେ କେନ୍ଦ୍ରୀୟ ଦିଲ୍ଲୀସ୍ଥିତ ଅବଦୁଲ କଲାମ ମାର୍ଗର ବିଦ୍ୟୁତ ଲେନ ଠାରେ ଅବସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ କଂଗ୍ରେସ ଅଧ୍ୟକ୍ଷା ସଭାପତି ସୋନିଆ ଗାନ୍ଧୀ। ନିକଟରେ କୋରୋନା ସଂକ୍ରମିତ ହୋଇଥିବାରୁ ଏକ ମାସ୍କ ପିନ୍ଧିଥିଲେ ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତାଙ୍କ ସହ ଥିଲେ। ପ୍ରିୟଙ୍କା ଗାନ୍ଧୀଙ୍କୁ 'ପ୍ରଭୃତି ଭବନ' ମୁଖ୍ୟାଳୟରେ ରହିବାକୁ ଅନୁମତି ଦିଆଯାଇଛି ଯାହା ଦ୍ୱାରା ସେ ତାଙ୍କ ମାଆଙ୍କ ସହ ରହିପାରିବେ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟାରେ ଔଷଧ ଦେଇପାରିବେ। ହେଲେ ପ୍ରିୟଙ୍କା ଗାନ୍ଧୀଙ୍କୁ ଜେରା  କରାଯାଉଥିବା ପ୍ରକୋଷ୍ଠରୁ ଦୂରରେ ରଖାଯାଇଛି। ପରେ ରାହୁଲ ଗାନ୍ଧୀ ସେଠାରୁ ଚାଲି ଯାଇଗଲେ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖରେ ସୋନିଆ ଗାନ୍ଧୀ ହାଜର ହେବା ପୂର୍ବରୁ ଦିଲ୍ଲୀ ପୋଲିସ ଗାନ୍ଧୀଙ୍କ ଜନପଥସ୍ଥିତ ବାସଭବନ ଏବଂ ଇଡି କାର୍ଯ୍ୟାଳୟ ମଧ୍ୟରେ ଏକ କିଲୋମିଟର ଦୂରତାରେ ବହୁ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିଥିଲା। ଏହି ଅଞ୍ଚଳରେ ଟ୍ରାଫିକ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଥିଲା। ଦଳ ଶୀର୍ଷ ନେତୃତ୍ୱ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟକୁ ସମାଲୋଚନା କରି ଏହାକୁ ରାଜନୈକ ପ୍ରତିଶୋଧ ବୋଲି କହିଛି। ସୋନିଆ ଗାନ୍ଧୀ ପୂର୍ବରୁ ଜୁନ ୮ ଏବଂ ଜୁନ ୨୩ ତାରିଖରେ ଇଡି ସାମ୍ନାରେ ହାଜର ହେବାର ଥିଲା ହେଲେ ସେ କୋରୋନା ସଂକ୍ରମିତ ହୋଇଥିବାରୁ ଏହା ସମ୍ଭ ହୋଇପାରିନଥିଲା। ମନି ଲଣ୍ଡରିଂ ଆକ୍ଟ (PMLA) ଅପରାଧିକ ଧାରା ଅଧିନରେ ଇଡି ତାଙ୍କ ବିବୃତ୍ତି ଅଡିଓ-ଭିଡିଓ ମାଧ୍ୟମ ମାଧ୍ୟମରେ ରେକର୍ଡ ହେବ। ଏଜେନ୍ସି ତାଙ୍କୁ ତାଙ୍କ ବିବୃତ୍ତି ରେକର୍ଡିଂ କିମ୍ବା କମ୍ପ୍ୟୁଟର ଦ୍ୱାରା ଲେଖେଇବା ଇଡି କର୍ମଚାରୀଙ୍କୁ ପ୍ରଦାନ କରିବାର ବିକଳ୍ପ ଦେବ ଯିଏ ଏହି ଘଟଣାର ତଦନ୍ତ ଅଧିକାରୀଙ୍କ ସହ ଉପସ୍ଥିତ ରହିବେ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା କରାଯାଉଥିବା ଏହି ଅନୁସନ୍ଧାନ କଂଗ୍ରେସ  ସହ ଅନୁବନ୍ଧିତ 'ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ' କମ୍ପାନୀରେ ହୋଇଥିବା ଆର୍ଥିକ ଅନିୟମିତତା ସହ ଜଡିତ। କମ୍ପାନୀ 'ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ ଲିମିଟେଡ୍' ନ୍ୟାସନାଲ ହେରାଲ୍ଡ ଖବରକାଗଜର ମାଲିକ। ଗତ ମାସରେ ୫ ଦିନ ମଧ୍ୟରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ୫୦ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା। ଏହାପୂର୍ବରୁ ଗତ ୨୦୧୩ ବର୍ଷରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ବ୍ୟକ୍ତିଗତ ଅପରାଧିକ ଅଭିଯୋଗ ଆଧାରରେ ୟଙ୍ଗ ଇଣ୍ଡିଆନ ବିରୋଧରେ ଆୟକର ବିଭାଗର ତଦନ୍ତ ପ୍ରକ୍ରିୟାକୁ ଏକ ଟ୍ରାଏଲ କୋର୍ଟ ଗ୍ରହଣ କରିଥିଲେ। ୟଙ୍ଗ ଇଣ୍ଡିଆର ପ୍ରୋତ୍ସାହକ ଏବଂ ଅଂଶୀଦାର ତାଲିକାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଅଛନ୍ତି।  ପୁଅ ରାହୁଲଙ୍କ ପରି ମାଆ ସୋନିଆଙ୍କର ମଧ୍ୟ କମ୍ପାନୀରେ ୩୮  ପ୍ରତିଶତ ଅଂଶଧନ ରହିଛି। ସ୍ୱାମୀ ସୋନିଆ, ରାହୁଲ ଏବଂ ଅନ୍ୟମାନେ ଠକେଇ ଏବଂ ଟଙ୍କା ହଡପ କରିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ଏନେଇ କହିଛନ୍ତି ଯେ ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ ଲିମିଟେଡ୍ ୯୦.୨୫ କୋଟି ଟଙ୍କା ଫେରସ୍ତ କରିବାର ଅଧିକାର ପାଇବାକୁ ମାତ୍ର ୫୦ ଲକ୍ଷ ଟଙ୍କା ଦେଇଛି। ଯାହା ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଉପରେ କଂଗ୍ରେସର ବକେୟା ରହିଥିଲା।

Also Read: Protest Against Inflation: ବିକ୍ଷୋଭ ବେଳେ ବାହୁବଳୀ ଭଳି ସିଲିଣ୍ଡର ଉଠାଇଲେ ମହିଳା ସାଂସଦ