Sena vs Sena: ମହାରାଷ୍ଟ୍ର ମହାଭାରତରେ ନୂଆ ମୋଡ଼, ସୁପ୍ରିମକୋର୍ଟରେ ସିନ୍ଧେ ଗୋଷ୍ଠୀକୁ ଝଟକା
Advertisement
Article Detail0/zeeodisha/odisha1315768

Sena vs Sena: ମହାରାଷ୍ଟ୍ର ମହାଭାରତରେ ନୂଆ ମୋଡ଼, ସୁପ୍ରିମକୋର୍ଟରେ ସିନ୍ଧେ ଗୋଷ୍ଠୀକୁ ଝଟକା

ଉଦ୍ଧବ ଠାକରେ (Uddhav Thackeray) ଙ୍କ ନେତ୍ରୃତ୍ୱାଧିନ ଓ ଏକନାଥ ସିନ୍ଧେଙ୍କ ନେତୃତ୍ୱାଧିନ ଶିବସେନା ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗିରହିଛି। ଉଭୟ ଗୋଷ୍ଠୀ ନିଜକୁ ପ୍ରକୃତ ଶିବ ସୈନିକ ବୋଲି ଦାବି କରୁଛନ୍ତି। ଯେଉଁଥିରେ ଭଙ୍ଗ, ବିଲୟ ଓ ଅଯୋଗ୍ୟ ଭଳି ଅନେକ ସାମ୍ବିଧାନୀକ ପ୍ରଶ୍ନ ରହିଛି।

 Sena vs Sena: ମହାରାଷ୍ଟ୍ର ମହାଭାରତରେ ନୂଆ ମୋଡ଼, ସୁପ୍ରିମକୋର୍ଟରେ ସିନ୍ଧେ ଗୋଷ୍ଠୀକୁ ଝଟକା

Sena vs Sena in SC, ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ମହାଭାରତରେ ଏକ ନୂଆ ମୋଡ ଆସିଛି। ସୁପ୍ରିମକୋର୍ଟରେ ସିନ୍ଧେ ଗୋଷ୍ଠୀକୁ ଏକ ଶକ୍ତ ଝଟକା ଲାଗିଛି। ମଙ୍ଗଳବାର ସୁପ୍ରିମକୋର୍ଟ, ଦଳୀୟ ଚିହ୍ନକୁ ନେଇ ସେନା ବନାମ ସେନା ମାମଲାର ଶୁଣାଣୀ କରିଛନ୍ତି। ମାମଲାକୁ ପାଞ୍ଚଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗୁରୁବାର ପର୍ଯ୍ୟନ୍ତ ସିନ୍ଧେ ଗୋଷ୍ଠୀକୁ କୌଣସି ଚିହ୍ନ ଜାରି ନ କରିବା ପାଇଁ ନିର୍ବାଚନ ଆୟୋଗକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଉଦ୍ଧବ ଠାକରେ (Uddhav Thackeray) ଙ୍କ ନେତ୍ରୃତ୍ୱାଧିନ ଓ ଏକନାଥ ସିନ୍ଧେଙ୍କ ନେତୃତ୍ୱାଧିନ ଶିବସେନା ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗିରହିଛି। ଉଭୟ ଗୋଷ୍ଠୀ ନିଜକୁ ପ୍ରକୃତ ଶିବ ସୈନିକ ବୋଲି ଦାବି କରୁଛନ୍ତି। ଯେଉଁଥିରେ ଭଙ୍ଗ, ବିଲୟ ଓ ଅଯୋଗ୍ୟ ଭଳି ଅନେକ ସାମ୍ବିଧାନୀକ ପ୍ରଶ୍ନ ରହିଛି। ଏହି ମାମଲାର ଶୁଣାଣୀ କରି ମଙ୍ଗଳବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ପର୍ଯ୍ୟନ୍ତ ସିନ୍ଧେ ଗୋଷ୍ଠୀକୁ କୌଣସି ଦଳୀୟ ଚିହ୍ନ ବା ସଙ୍କେତ ଜାରି ନ କରିବାପାଇଁ ନିର୍ବାଚନ ଆୟୋଗକୁ ମୁଖ୍ୟ ବିଚାରପତି ଏନଭି ରମଣା (NV Ramana) ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ସମ୍ବିଧାନର ୧୦ମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ ବୋଲି କୋର୍ଟ କହିଛନ୍ତି।

Also Read: Prophet Muhammad Row: ହାତେ ମାପି ଚାଖଣ୍ଡେ ଚାଲୁଛି ବିଜେପି, ନଡ୍ଡାଙ୍କ ବୟାନ ପୂର୍ବରୁ ଏମିତି କହିଥିଲେ ଓୱେସି

ଏହା ସହ କୋର୍ଟ ମହାରାଷ୍ଟ୍ର ରାଜନୈତିକ ବିବାଦ (Maharastra Political Crisis) ମାମଲାର ବିଚାର ପାଇଁ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ କ୍ରିଷ୍ଣା ମୁରାରୀ ଓ ହିମା କୋହଲିଙ୍କୁ ମଧ୍ୟ ସାମିଲ କରାଯାଇଛି। ସିନ୍ଧେ (Eknath Shinde) ଗୋଷ୍ଠୀଙ୍କୁ ଦଳୀୟ ସଙ୍କେତ ଦେବା ନେଇ ଗୁରୁବାର କୋର୍ଟ ବିଚାର କରିବେ। ତାପରେ ନିର୍ବାଚନ ଆୟୋଗ (Election Commission) ଆନୁସାଙ୍ଗିକ ପ୍ରକ୍ରିୟା ଆରମ୍ଭ କରିବ। ଏହା ସହ ବାଚସ୍ପତିଙ୍କୁ ପ୍ରତ୍ୟାହାର ବା ଅଯୋଗ୍ୟ ଘୋଷଣା ମାମଲା ଓ ପୂର୍ବରୁ ମହାବିକାଶ ଅଘାଡି ସରକାର ଭଙ୍ଗକୁ ନେଇ ପଡିରହିଥିବା ମାମଲାର ମଧ୍ୟ ବିଚାର କରାଯିବ।

ସୂଚନାଯୋଗ୍ୟ, ଅଯୋଗ୍ୟ ଘୋଷଣାରୁ ବଞ୍ଚିବା ପାଇଁ ଉଦ୍ଧବ ଠାକରେ ଗୋଷ୍ଠୀର ଶିବସେନା ବିଧାୟକମାନେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସମର୍ଥନ ଜଣାଇଥିଲେ। ଦଶମ ଅନୁଚ୍ଛେଦ ଅନୁସାରେ, ଯଦି ସେମାନେ ଅନ୍ୟକୌଣସି ଦଳରେ ନିଜକୁ ବିଲୟ କରନ୍ତି ତେବେ ଅଯୋଗ୍ୟ ହେବେ। ସେଥିପାଇଁ କୋର୍ଟ (Supreme Court) ଏହି ପ୍ରସଙ୍ଗକୁ ପୁନଃ ଡ୍ରାଫ୍ଟ କରିବାକୁ ସିନ୍ଧେ ଗୋଷ୍ଠୀଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ନିଜ ଦଳ ଉପରୁ ଭରସା ତୁଟାଇଥିବା ନେତାଙ୍କ ପକ୍ଷରେ ଆଣ୍ଟି ଡିଫିକସନ ଲ'କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ସିନ୍ଧେ ଗୋଷ୍ଠୀ ଦାବି କରିଥିଲେ।