Jharkhand CM: ହେମନ୍ତ ସୋରେନଙ୍କ ନିକଟ ସହଯୋଗୀଙ୍କ ପାଖରେ AK-47
Advertisement
Article Detail0/zeeodisha/odisha1317290

Jharkhand CM: ହେମନ୍ତ ସୋରେନଙ୍କ ନିକଟ ସହଯୋଗୀଙ୍କ ପାଖରେ AK-47

Jharkhand News: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (CM Hemant Soren)ଙ୍କ ନିକଟ ସହଯୋଗୀ ପ୍ରେମ ପ୍ରକାଶଙ୍କ ବିଭିନ୍ନ ଠିକଣା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଚଢାଉ କରୁଛି। ରାଜଧାନୀ ରାଞ୍ଚି (Ranchi)ରେ ହରମୁ, ଡୋରଣ୍ଡା, ଅଶୋକ ନଗର ସମେତ ୧୧ଟି ସ୍ଥାନରେ ଏହି ଚଢାଉ ଜାରି ରହିଛି।

ପ୍ରତୀକାତ୍ମକ

Jharkhand News: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (CM Hemant Soren)ଙ୍କ ନିକଟ ସହଯୋଗୀ ପ୍ରେମ ପ୍ରକାଶଙ୍କ ବିଭିନ୍ନ ଠିକଣା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଚଢାଉ କରୁଛି। ରାଜଧାନୀ ରାଞ୍ଚି (Ranchi)ରେ ହରମୁ, ଡୋରଣ୍ଡା, ଅଶୋକ ନଗର ସମେତ ୧୧ଟି ସ୍ଥାନରେ ଏହି ଚଢାଉ ଜାରି ରହିଛି। ଏହି ସମୟ ମଧ୍ୟରେ ଇଡି ଦୁଇଟି ଅତ୍ୟାଧୁନିକ AK-47 ରାଇଫଲ ମଧ୍ୟ ଉଦ୍ଧାର କରିଛି। ବେଆଇନ ଖଣି ଓ ଚୋରା ଚାଲାଣ ମାମଲାରେ ଏହି ଚଢାଉ କରାଯାଇଛି। ଏହା ପୂର୍ବରୁ ମଧ୍ୟ ପ୍ରେମ ପ୍ରକାଶଙ୍କ ଠିକଣା ଉପରେ ଇଡି ଚଢାଉ କରିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ରଙ୍କୁ ପଚରାଉଚରା କରିବା ପରେ ଇଡି ଏହି ଚଢାଉ କରିଛି। PMLA ଅଧିନିୟମ ଆଇନ ଅନୁଯାୟୀ, ଜୁଲାଇ ୧୯ରେ ଇଡି ପଙ୍କଜ ମିଶ୍ରଙ୍କୁ ଗିରଫ କରିଥିଲା। ଏହି କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପଙ୍କଜ ମିଶ୍ରଙ୍କ ୩୭ଟି ବ୍ୟାଙ୍କ ଆକାଉଣ୍ଟରେ ୧୧ କୋଟି ୮୮ ଲକ୍ଷ ଟଙ୍କାର ସନ୍ଧାନ ପାଇଥିଲା। ଆଉ ଇଡି ସହି ଟଙ୍କାସବୁ ଜବତ କରିଛି। ସେହି ଟଙ୍କାତକ ପଙ୍କଜ ମିଶ୍ର କେ, ଦାହୁ ଯାଦବ ଏବଂ ସେମାନଙ୍କର ସହଯୋଗୀ ମାନଙ୍କର ଅଟେ।

ଏହି ଟଙ୍କା ବ୍ୟତିତ ଇଡି ଜୁଲାଇ ୨୭ରେ ଏମବି ଇନଫ୍ରାଲିଙ୍କ ନାମକ ଏକ ଜାହାଜକୁ ମଧ୍ୟ ଜବତ କରାଯାଇଛି। ଏହାର ମୂଲ୍ୟ ୩୦ କୋଟି ଟଙ୍କା ବୋଲି କୁହାଯାଉଛି। ବେଆଇନ ଖନନ ଏବଂ ଏକ ରାକେଟର ଯାଞ୍ଚ ବେଳେ ଇଡି ଏହିସବୁ ଜିନିଷ ଜବତ କରିଛି। ଏହି ମାମଲାରେ ପଙ୍କଜ ମିଶ୍ରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା। ଅନୁସନ୍ଧାନ ପାଇଁ କରାଯାଇଥିବା ଚଢାଉ ସମୟରେ ଏହି ଜାହାଜ ଜବତ କରାଯାଇଥିଲା।

ଏହା ପୂର୍ବରୁ ଇଡି ୫୦ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୩.୩୨ କୋଟି ଟଙ୍କାର ନଗଦ ଟଙ୍କା, ୫.୩୪ କୋଟି ଟଙ୍କା ମୂଲ୍ୟର ବେଆଇନ ନଗଦ ଟଙ୍କା,  ବେଆଇନ ଭାବେ ଚାଲୁଥିବା ପଥର କ୍ରସର ଏବଂ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଥିଲା। ଅନୁସନ୍ଧାନକାରୀ ସଂସ୍ଥା ପଙ୍କଜ ମିଶ୍ର, ଦାହ ଯାଦବ ଏବଂ ସେମାନଙ୍କ ସହଯୋଗୀଙ୍କ ସହ ଜଡିତ ବିଭିନ୍ନ ଅପରାଧୀକ ଦଲିଲକୁ ମଧ୍ୟ ଜବତ କରାଯାଇଛି। ଜୁଲାଇ ୮, ୨୦୦୨ରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧିନିୟମ ଅନୁଯାୟୀ ଅନୁସନ୍ଧାନକାରୀ ସଂସ୍ଥା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେହି ସମୟରେ ସେ ସାହିବଗଞ୍ଜ, ବାରହଟ, ରାଜମହଲ, ମିର୍ଜା ଚୁଂକି ଠାରେ ଚଢାଉ କରିଥିଲା। 

ଦୁଇଟି AK-47ର ଉଦ୍ଧାର ଖବର ପ୍ରସାରିତ ହେବା ମାତ୍ରେ ମୁଖ୍ୟ ବିରୋଧୀ ଦଳ ବିଜେପିର ନେତାମାନେ ହେମନ୍ତ ସୋରେନ ସରକାରଙ୍କୁ ଆକ୍ରମଣ କରିଛନ୍ତି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଟୁଇଟ୍ କରି କହିଛନ୍ତି ଯେ, ଏଠାରେ ଥିବା ସୂତ୍ର ଅନୁସାରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ପ୍ରେମ ପ୍ରକାଶ ଏବଂ ତାଙ୍କ ପାରିବାରିକ ବନ୍ଧୁ ଅମିତ ଅଗ୍ରୱାଲଙ୍କ ଠାରୁ ଇଡି AK-47 ଉଦ୍ଧାର କରିଛି। ଏହା ଦର୍ଶାଉଛି ସେ ଆତଙ୍କବାଦୀ ଏବଂ ନକ୍ସଲମାନଙ୍କ ନେତା। ଏନ୍ଆଇଏ ଏହି ଘଟଣାର ତଦନ୍ତ ଦାୟିତ୍ ନିଜେ ନେବା ଉଚିତ୍ ବୋଲି ନିଶିକାନ୍ତ କହିଛନ୍ତି।