Goa CM Pramod Sawant: ବିଜେପି ସରକାର ଆସିବା ପରେ ରାଜ୍ୟରେ ବନ୍ଦ ହୋଇଛି ହିନ୍ଦୁ ଧର୍ମାନ୍ତରଣ
Advertisement
Article Detail0/zeeodisha/odisha1248353

Goa CM Pramod Sawant: ବିଜେପି ସରକାର ଆସିବା ପରେ ରାଜ୍ୟରେ ବନ୍ଦ ହୋଇଛି ହିନ୍ଦୁ ଧର୍ମାନ୍ତରଣ

Religious Conversion of Hindu: ଗୋଆରେ ପ୍ରାୟ ୪୫୦ ବର୍ଷ କାଳର ପର୍ତ୍ତୁଗୀଜ୍ ଶାସନ ଅମଳରେ ରାଜ୍ୟରୁ ହିନ୍ଦୁ ସଂସ୍କୃତି ନଷ୍ଟ ହୋଇ ଯାଇଥିଲା ଏବଂ ଅନେକ ଲୋକଙ୍କ ଧର୍ମ ପରିବର୍ତ୍ତନ କରାଯାଇଥିଲା। 

Goa CM Pramod Sawant: ବିଜେପି ସରକାର ଆସିବା ପରେ ରାଜ୍ୟରେ ବନ୍ଦ ହୋଇଛି ହିନ୍ଦୁ ଧର୍ମାନ୍ତରଣ

Religious Conversion of Hindu: ରାଜ୍ୟରେ ବିଜେପି ସରକାର ଗଠିତ ହେବା ପରେ ବନ୍ଦ ହୋଇଛି ହିନ୍ଦୁ ଧର୍ମାନ୍ତରଣ। ରାଜ୍ୟରେ ଦ୍ୱିତୀୟ ପାଳି ସରକାର ଗଠନ କରିବାର ୧୦୦ ଦିନ ପୂରଣ ହେବା ଅବସରରେ ଜୁଲାଇ ୬ ତାରିଖ ବୁଧବାର ଏହି ଘୋଷଣା କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ଏହି ଅବସରରେ ରାଜଧାନୀ ପାଣାଜୀ ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ବିଜେପି ସରକାର ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ ଏକ ବୁକଲେଟ୍ ପ୍ରକାଶ କରିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ।

ରାଜଧାନୀ ପାଣାଜୀ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ ଧର୍ମ ପରିବର୍ତ୍ତନ କରିବାକୁ ନେଇ ଆମ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆମେ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନକୁ ବନ୍ଦ କରିଥିଲୁ। ଯାହା ପୂର୍ବରୁ ହେଉଥିଲା। ବର୍ଷ ବର୍ଷ ଧରି ହେଉଥିବା ଧର୍ମ ପରିବର୍ତ୍ତନ ବନ୍ଦ ହୋଇଯାଇଛି। 

ଏହାପୂର୍ବରୁ ଗତ ମେ ମାସରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଥିଲେ ଅତୀତରେ ନଷ୍ଟ ହୋଇଥିବା ସମସ୍ତ ମନ୍ଦିର ପୁନର୍ବାର ନିର୍ମାଣ କରାଯିବା ଆବଶ୍ୟକ। ପର୍ତ୍ତୁଗୀଜ୍ ଶାସନ କାଳରେ ଭଙ୍ଗାଯାଇଥିବା ମନ୍ଦିରର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ବଜେଟ୍ ଆବଣ୍ଟନ କରିଛନ୍ତି। ପ୍ରାୟ ୪୫୦ ବର୍ଷ ଧରି ଗୋଆ ପର୍ତ୍ତୁଗାଲ ଶାସନାଧିନ ଥିଲା। ଏହି ସମୟରେ ହିନ୍ଦୁ ସଂସ୍କୃତି ନଷ୍ଟ କରାଯିବା ସହ ଅନେକ ଲୋକଙ୍କ ଧର୍ମାନ୍ତରଣ କରାଯାଇଥିଲା। ଆମେ ତାହାର ନବୀକରଣ କରିବାକୁ ଯାଉଛୁ। ମୋର ବିଶ୍ୱାସ ଯେ, ଯେଉଁ ଠାରେ ମନ୍ଦିର ଭଙ୍ଗା ଯାଇଛି ତାହାର ପୁନନିର୍ମାଣ କରାଯିବା ଆବଶ୍ୟକ। ଗୋଆ ସରକାର ସାଂସ୍କୃତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ଗ୍ରାମରେ ଗୋଟିଏ କିମ୍ବା ଦୁଇଟି ମନ୍ଦିର ଅଛି। ଲୋକଙ୍କୁ ସମୁଦ୍ର କୂଳରୁ ମନ୍ଦିରକୁ ନେବାକୁ ହେବ। ରାଜ୍ୟ ସରକାର ସାଂସ୍କୃତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଛନ୍ତି। 

ଗୋଆରେ ପ୍ରାୟ ୪୫୦ ବର୍ଷ କାଳର ପର୍ତ୍ତୁଗୀଜ୍ ଶାସନ ଅମଳରେ ରାଜ୍ୟରୁ ହିନ୍ଦୁ ସଂସ୍କୃତି ନଷ୍ଟ ହୋଇ ଯାଇଥିଲା ଏବଂ ଅନେକ ଲୋକଙ୍କ ଧର୍ମ ପରିବର୍ତ୍ତନ କରାଯାଇଥିଲା। ଏହି ସମୟରେ ରାଜ୍ୟରେ ଅବସ୍ଥିତ ମନ୍ଦିର ନଷ୍ଟ ହୋଇଯାଇଥିଲା। ଆମେ ତାହାର ନବୀକରଣ କରିବାକୁ ଯାଉଛୁ। ମୋର ବିଶ୍ୱାସ ଯେ ଯେଉଁଠାରେ ମନ୍ଦିର ଭଙ୍ଗା ଯାଇଛି ସେଠାରେ ତାହାର ପୁନନିର୍ମାଣ କରାଯିବା ଆବଶ୍ୟକ। ଏହା ମୋର ଦୃଢ ବିଶ୍ୱାସ। 

Also Read: 'ଯେଉଁଠାରେ ଭଙ୍ଗାଯାଇଛି ମନ୍ଦିର ସେଠାରେ ପୁଣି ଥରେ ହେଉ ନିର୍ମାଣ'

Also Read: ଦ୍ୱିତୀୟ ଥର ଲାଗି ଗୋଆ ମୁଖ୍ୟମନ୍ତ୍ରୀ ହେଲେ ଡ.ପ୍ରମୋଦ ସାୱନ୍ତ