Lok Sabha Election 2024: ଲୋକସଭା ନିର୍ବାଚନ ପୂର୍ବରୁ ଜବରଦସ୍ତ ଝଟକା ପାଇଲା ଇଣ୍ଡିଆ; ଜାଣନ୍ତୁ କିପରି
Advertisement
Article Detail0/zeeodisha/odisha2187935

Lok Sabha Election 2024: ଲୋକସଭା ନିର୍ବାଚନ ପୂର୍ବରୁ ଜବରଦସ୍ତ ଝଟକା ପାଇଲା ଇଣ୍ଡିଆ; ଜାଣନ୍ତୁ କିପରି

Jammu Kashmir Politics: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜବରଦସ୍ତ ଝଟକା ପାଇଛି ବିରୋଧି ମେଣ୍ଟ ଇଣ୍ଡିଆ। 

Lok Sabha Election 2024: ଲୋକସଭା ନିର୍ବାଚନ ପୂର୍ବରୁ ଜବରଦସ୍ତ ଝଟକା ପାଇଲା ଇଣ୍ଡିଆ; ଜାଣନ୍ତୁ କିପରି

NC-PDP will contest elections against each other: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧି ମେଣ୍ଟ ଇଣ୍ଡିଆ ପାଇଛି ଜବରଦସ୍ତ ଝଟକା। ଏହି ନିର୍ବାଚନରେ ମେଣ୍ଟରେ ସାମିଲ ରହିଥିବା ନ୍ୟାସନାଲ କନଫରେନ୍ସ (ଏନସି) ଏବଂ ପିପୁଲ୍ସ ଡେମୋକ୍ରକାଟିକ ପାର୍ଟି (ପିଡ଼ିପି) ପରସ୍ପର ବିରୋଧରେ ଲଢେଇ କରିବାକୁ ଯାଉଛନ୍ତି। ଏହି ଲଢେଇ ଜାମୁ କାଶ୍ମୀର ଠାରେ ଦେଖିବାକୁ ମିଳିବ।  

ଏନେଇ ପିଡ଼ିପି ଅଧ୍ୟକ୍ଷ ମେହବୁବା ମୁଫତି କହିଛନ୍ତି ଯେ ଏନସି ଆମ ପାଇଁ କୌ ଣସି ବାଟ ଛାଡି ନାହିଁ। ଆମକୁ ଏକାକୀ ନିର୍ବାଚନ ଲଢିବାକୁ ବାଧ୍ୟ କରିଛି। କିଛି ଦିନ ମଧ୍ୟରେ ଆମେ କାଶ୍ମୀରର ୩ ଲୋକସଭା ଆସନ ପାଇଁ ଆମର ପ୍ରାର୍ଥୀ ଘୋଷଣା କରିବୁ। ମେହବୁବା ମୁଫତି ଏନସି ନେତା ଓମାର ଅବଦୁଲ୍ଲାଙ୍କ ଉଦ୍ଦେଶ୍ୟରେ କହିଛନ୍ତି କୁହାଯାଉଛି ଯେ ଯଦି ସେମାନେ ଏକାକୀ ଲୋକସଭା ନିର୍ବାଚନ ଲଢନ୍ତି, ତାହେଲେ ତାଙ୍କ ପାଇଁ ବିଧାନସଭା ନିର୍ବାଚନରେ ​​ମେଣ୍ଟ ଦ୍ୱାର ବନ୍ଦ ହୋଇଯିବ।

ପିଡିପି ମୁଖ୍ୟ ଏନସି ନେତାଙ୍କୁ ସମାଲୋଚନା କରି କହିଛନ୍ତି ଯେ ସେମାନେ ଆମ ଦଳକୁ ଗୁରୁତ୍ୱ ଦେଉନାହାଁନ୍ତି। ଆମର କୌଣସି ଆଧାର ନାହିଁ ବୋଲି ସେମାନେ ଭାବୁଛନ୍ତି। ମୁଁ ସବୁବେଳେ ମେଣ୍ଟ କରିବା ସପକ୍ଷରେ ରହିଥିଲି। ହେଲେ ଓମାର ଅବଦୁଲ୍ଲା ଆମ ବିଷୟରେ କହିବା ପରେ ପିଡି଼ପି କର୍ମକର୍ତ୍ତା ଭାଙ୍ଗି ପଡ଼ିଥିଲେ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମେହବୁବା ମୁଫତି କହିଛନ୍ତି ଯେ ୨୦୧୯ ଅଗଷ୍ଟ ୫ ତାରିଖସ ପର ଠାରୁ ଯେଉଁ ପରିସ୍ଥିତି ଉପୁଜିଥିଲା, ସେଥିପାଇଁ ଏକାଠି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ଆବଶ୍ୟକତା ରହିଛି। ସମସ୍ତଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। କାହାକୁ କହିବାକୁ ଅନୁମତି ନାହିଁ। ଆମକୁ ଲୁଟି ନିଆଯାଇଛି। ଆମେ ପାଖରେ କ'ଣ ରହିଛୁ? ଯଦି ଓମାର ଅବଦୁଲ୍ଲା ମୋ ସହିତ ପରାମର୍ଶ କରିଥାନ୍ତେ ତାହେଲେ ପିଡିପି କାଶ୍ମୀରର ହିତ ଉପରେ ଆଲୋଚନା କରିଥାନ୍ତା। ହେଲେ ସେମାନେ ଆମକୁ ନ ପଚାରି ନିଷ୍ପତ୍ତି ନେଇଛନ୍ତି।

ମେହବୁବା ମୁଫତି କହିଛନ୍ତି ଯେ ଆମ ଦଳ ବିରୋଧରେ ଓମାର ଅବଦୁଲ୍ଲାଙ୍କ ମନ୍ତବ୍ୟ କାରଣରୁ ପିଡ଼ିପି କର୍ମକର୍ତ୍ତା ଆହତ ହୋଇଛନ୍ତି। ଆମେ ୨ ଥର ସରକାର ଗଠନ କରିଛୁ। ହେଲେ ଓମାର ଅବଦୁଲ୍ଲା କହୁଛନ୍ତି ଯେ ଆମ ଦଳର କୌଣସି ଅସ୍ଥିତ୍ୱ ନାହିଁ। ଯେତେବେଳେ ଆପଣ କାହାକୁ ନେତୃତ୍ୱ ଦାୟିତ୍ୱ ପ୍ରଦାନ କରିଛନ୍ତି ସେତେବେଳେ ସେ ସମସ୍ତଙ୍କୁ ନ୍ୟାୟ ଦେବା ଆବଶ୍ୟକ। ହେଲେ ସମାନେ ଆମ ପାଇଁ କୌଣସି ରାସ୍ତା ଛାଡି ନାହାଁନ୍ତି। ଆମେ ଆଶା କରିଥିଲୁ ଯେ ଏନସି ଏହା ଉପରେ କାର୍ଯ୍ୟ କରିବ। 

ଓମାର ଅବଦୁଲ୍ଲାଙ୍କ ସାମ୍ବାଦିକ ସମ୍ମିଳନୀ ହେଉଛି ଦୁର୍ଭାଗ୍ୟଜନକ। ଯେଉଁଥିରେ ସେ ଆମର ବିଶ୍ୱସନୀୟତା ବିରୋଧରେ କହିଥିଲେ। ଆମ ଦଳର କର୍ମୀଙ୍କ ପ୍ରତି ଏହା ଅନ୍ୟାୟ ଥିଲା। ଯେଉଁମାନେ ଏକ ଅଶାନ୍ତ ପରିବେଶରେ ଜୀବନ ବିତାଉଛନ୍ତି। ବର୍ତ୍ତମାନ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ବ୍ୟତୀତ ଆମର କୌଣସି ବିକଳ୍ପ ବାକି ନାହିଁ। ପିଡ଼ିପି କିଛି ଦିନ ମଧ୍ୟରେ ପ୍ରାର୍ଥୀ ତାଲିକା ଜାରି କରିବ ବୋଲି କହିଛନ୍ତି ମେହବୁବା ମୁଫତି। 

ମେହବୁବ ମୁଫତିଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ଏନସି ନେତା ଓମାର ଅବଦୁଲ୍ଲା। ଏନେଇ ସେ କହିଛନ୍ତି ଯେ ଯଦି ପିଡିପି ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି ତାହେଲେ ସେମାନଙ୍କ ପାଇଁ ବିଧାନସଭା ନିର୍ବାଚନ ଲାଗି ଦ୍ୱାର ବନ୍ଦ ରହିବ। ମୁଁ ପିଡ଼ିପି ବିରୋଧରେ କୌଣସି ମନ୍ତବ୍ୟ ଦେଇ ନାହିଁ। ମୋର ଏ ବିଷୟରେ କିଛି କହିବାର ନାହିଁ। ଯଦି ସେମାନେ ଜାମୁ କାଶ୍ମୀରରେ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାଁନ୍ତି, ତାହେଲେ ସେମାନେ ନିର୍ବାଚନ ଲଢିପାରନ୍ତି। ଏହା ହେଉଛି ତାଙ୍କର ପସନ୍ଦ। ତାଙ୍କ ସୂତ୍ରକୁ ଆଧାର କରି ଆମେ ପ୍ରାର୍ଥୀ ଘୋଷଣା କରିଛୁ।

ଆମେ ତାଙ୍କୁ କହିଥିଲୁ ଯେ ଡିଡିସି ନିର୍ବାଚନ ଆଧାରରେ ଆମେ ଲୋକସଭା ପ୍ରାର୍ଥୀଙ୍କ ଉପରେ ନିଷ୍ପତ୍ତି ନେବା ଆବଶ୍ୟକ। ଗତ ୨୦୧୪ ବିଧାନସଭା ନିର୍ବାଚନର ଫଳାଫଳ ଆଧାରରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପିଡିପି ଜିଦ୍ ଧରିଥିଲା। ଯେଉଁ ନିର୍ବାଚନରେ ଆମେ ବିଜୟୀ ହୋଇଥିଲୁ। ଏହି ନିର୍ବାଚନରେ ଆମେ ଆମର ପ୍ରାର୍ଥୀ ଦେଇଥିଲୁ। ଆମେ ପିଡ଼ିପି ପାଇଁ ଦ୍ୱାର ଖୋଲା ରଖିଥିଲୁ। ହେଲେ ଲାଗୁଛି ଯେ ସେମାନେ ଏହାକୁ ବନ୍ଦ କରିଦେଇଛନ୍ତି। ଏପରି ଲାଗୁ ଯେ ଜାମୁ କାଶ୍ମୀର ବିଧାନସଭା ନିର୍ବାଚନରେ ମଧ୍ୟ କୌଣସି ମେଣ୍ଟ ହେବ ନାହିଁ। 

ଏନସି ମିଆଁ ଅଲତାଫଙ୍କୁ ଦକ୍ଷିଣ କାଶ୍ମୀର ଆସନର ପ୍ରାର୍ଥୀ କରିଛି। ଜାମୁ ଆସନରେ ଏନସି କଂଗ୍ରେସ ସହ ମେଣ୍ଟ କରିବାର ସମ୍ଭାବନା ରହିଛି। ପିଡିପି କାଶ୍ମୀର ଘାଟିରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ସେହିପରି  ଜାମୁ ଅଞ୍ଚଳରେ କଂଗ୍ରେସ ସହ ମେଣ୍ଟ କରିପାରେ। ସେହିପରି ୩ ଥରର ଫାରୁକ୍ ଅବଦୁଲ୍ଲା ଆଗାମୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଫାରୁକ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା କହିଛନ୍ତି ଯେ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କ ବାପା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।