Jharkhand Political Crisis: ଝାଡ଼ଖଣ୍ଡରେ କାମ କରିବ କି ଲାଲୁ ମଡେଲ? ମୁଖ୍ୟମନ୍ତ୍ରୀ ଗାଦି ବଞ୍ଚାଇବାକୁ ହେମନ୍ତ ସୋରେନ ନେଇ ପାରନ୍ତି ଏହି ନିଷ୍ପତ୍ତି
Advertisement
Article Detail0/zeeodisha/odisha1319044

Jharkhand Political Crisis: ଝାଡ଼ଖଣ୍ଡରେ କାମ କରିବ କି ଲାଲୁ ମଡେଲ? ମୁଖ୍ୟମନ୍ତ୍ରୀ ଗାଦି ବଞ୍ଚାଇବାକୁ ହେମନ୍ତ ସୋରେନ ନେଇ ପାରନ୍ତି ଏହି ନିଷ୍ପତ୍ତି

ହେମନ୍ତ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଥିବାବେଳେ ନିଜ ନାମରେ ଓ ତାଙ୍କ ଭାଇଙ୍କୁ ଖଣି ଲିଜ୍ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ସେହି ସମୟରେ ହେମନ୍ତ ସୋରେନଙ୍କ ଦାୟିତ୍ୱରେ ଖଣି ମନ୍ତ୍ରଣାଳୟ ଥିଲା। ନିକଟରେ ଅର୍ଥ କାରବାର ମାମଲାରେ ଇଡି, ଖଣି ସଚିବ ପୂଜା ସିଙ୍ଗଲଙ୍କୁ ଗିରଫ କରିଥିଲା। ପୂଜା ସିଙ୍ଗଲ ଖଣି ଲାଇସେନ୍ସ ପ୍ରଦାନ କରିଥିଲେ। ସିଏମ୍ ହେମନ୍ତ ସହ ଜଡିତ ଏହି ଖଣି ଲିଜ୍ ଓ ସେଲ୍ କମ୍ପାନୀଗୁଡିକରେ ତାଙ୍କର ଓ ତାଙ୍କର ଘନିଷ୍ଠ ବ୍ୟକ୍ତିଙ୍କ ପାଟନରସିପ ସହିତ ଜଡିତ।

Jharkhand Political Crisis: ଝାଡ଼ଖଣ୍ଡରେ କାମ କରିବ କି ଲାଲୁ ମଡେଲ? ମୁଖ୍ୟମନ୍ତ୍ରୀ ଗାଦି ବଞ୍ଚାଇବାକୁ ହେମନ୍ତ ସୋରେନ ନେଇ ପାରନ୍ତି ଏହି ନିଷ୍ପତ୍ତି

Jharkhand Political Crisis, ରାୟପୁର: ପୁଣି ଏକ ଅଣବିଜେପି ଶାସିତ ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ପାଇଁ ରାଜ୍ୟପାଳଙ୍କୁ ନିର୍ବାଚନ ଆୟୋଗ ସୁପାରିଶ କରିଛି। ତେବେ ଲାଭ ଜନକ ମାମଲା ପାଇଁ ଏକ ପ୍ରକାରର ସ୍ପଷ୍ଟ ହୋଇଛି। ଏହାରି ଭିତରେ ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି। ସୂତ୍ରାନୁସାରେ, ହେମନ୍ତ ସୋରେନ, ଲାଲୁ ପ୍ରସାଦ ଯାଦବଙ୍କ ପଥ ଅନୁକରଣ କରିପାରନ୍ତି। 

ହେମନ୍ତ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଥିବାବେଳେ ନିଜ ନାମରେ ଓ ତାଙ୍କ ଭାଇଙ୍କୁ ଖଣି ଲିଜ୍ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ସେହି ସମୟରେ ହେମନ୍ତ ସୋରେନଙ୍କ ଦାୟିତ୍ୱରେ ଖଣି ମନ୍ତ୍ରଣାଳୟ ଥିଲା। ନିକଟରେ ଅର୍ଥ କାରବାର ମାମଲାରେ ଇଡି, ଖଣି ସଚିବ ପୂଜା ସିଙ୍ଗଲଙ୍କୁ ଗିରଫ କରିଥିଲା। ପୂଜା ସିଙ୍ଗଲ ଖଣି ଲାଇସେନ୍ସ ପ୍ରଦାନ କରିଥିଲେ। ସିଏମ୍ ହେମନ୍ତ ସହ ଜଡିତ ଏହି ଖଣି ଲିଜ୍ ଓ ସେଲ୍ କମ୍ପାନୀଗୁଡିକରେ ତାଙ୍କର ଓ ତାଙ୍କର ଘନିଷ୍ଠ ବ୍ୟକ୍ତିଙ୍କ ପାଟନରସିପ ସହିତ ଜଡିତ। ଅଭିଯୋଗ ହୋଇଛି ଯେ, ସିଏମ ହେମନ୍ତ ନିଜ ପଦର ଅପବ୍ୟବହାର କରିଛନ୍ତି। ସୁପ୍ରିମକୋର୍ଟ ଓ ନିର୍ବାଚନ ଆୟୋଗ ମଧ୍ୟ ଏହି ପ୍ରସଙ୍ଗରେ ଶୁଣାଣି କରିଛନ୍ତି। ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ର ଧାରା ୯କ ଅନୁଯାୟୀ ଲାଭଦାୟକ ପଦ ସହିତ ଜଡିତ ନିୟମ ଉଲ୍ଲଂଘନ ପାଇଁ ଉଭୟ ଶୁଣାଣି କରିଥିଲେ। ବର୍ତ୍ତମାନ ଏହି ଶୁଣାଣି ଶେଷ ହୋଇଛି ଓ ରାୟ ସଂରକ୍ଷିତ କରାଯାଇଛି।

Also Read: Hemant Soren Disqualification: କାହିଁକି ବିଧାନସଭା ସଦସ୍ୟତା ହରାଇଲେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ? ଜାଣନ୍ତୁ ପୂରା ମାମଲା

ଯଦି ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୁଏ ତେବେ ତାଙ୍କ ପତ୍ନୀ କଳ୍ପନା ସୋରେନ, ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। କାରଣ ସଦସ୍ୟତା ଯିବା ପରେ ହେମନ୍ତଙ୍କୁ ବିଧାୟକ ପଦରୁ ଇସ୍ତଫା ଦେବାକୁ ପଡିବ। ଆଉ ଝାଡଖଣ୍ଡ ସରକାରକୁ ନିଜର ନୂଆ ମୁଖ୍ୟମନ୍ତ୍ରୀ ବାଝିବାକୁ ପଡିବ। ଝାଡଖଣ୍ଡରେ ମେଣ୍ଟ ସରକାର ଅଛି। ମେଣ୍ଟରେ ଜେଏମ୍ଏମ୍ ସହ କଂଗ୍ରେସ, ଏନସିପି ଓ ଆରଜେଡି ସାମିଲ ଅଛନ୍ତି। ତେଣୁ ନୂଆ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ହେମନ୍ତ ସୋରେନଙ୍କ ଜେଏମ୍ଏମକୁ ଅନ୍ୟ ମେଣ୍ଟ ଦଳ ଗୁଡିକ ସହ ଆଲୋଚନା କରିବାକୁ ପଡିବ।

ବିଜେପି ନେତା ନିଶିକାନ୍ତ ଦୁବେଙ୍କ ବୟାନ ପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଦୁବେ କହିଛନ୍ତି ଯେ, ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ଯିବା ପରେ ସେ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି। ଏହାକୁ ସେ ବିହାର ଲାଲୁ ଓ ରାବଡି ମଡେଲ ବୋଲି କହିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ରାବଡି ଦେବୀଙ୍କର ଯେଭଳି ରାଜନୀତିରେ ଅଭିଜ୍ଞତା ନଥିଲା, ସେଭଳି କଳ୍ପନା ସୋରେନ ମଧ୍ୟ ରାଜନୀତିରେ ଏଣ୍ଟ୍ରୀ କରିପାରନ୍ତି। ତେବେ ଗୁରୁବାର ସନ୍ଧ୍ୟା ସାତଟାରେ ହେମନ୍ତ ସୋରେନଙ୍କ ପ୍ରେସବାର୍ତ୍ତା ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

Also Read: Pegasus case: କେନ୍ଦ୍ର ଉପରେ ଖପ୍ପା ସୁପ୍ରିମକୋର୍ଟ, CJI କଲେ ବଡ଼ ଖୁଲାସା

ହେମନ୍ତ ସୋରେନଙ୍କ ପରିବାରରେ ତାଙ୍କ ପତ୍ନୀ ହିଁ ଅଛନ୍ତି, ଯିଏ ରାଜନୀତି କରିପାରିବେ। କାରଣ ହେମନ୍ତ ସୋରେନଙ୍କ ପିତା ଶିବୁ ସୋରେନ ଏବେ ବୃଦ୍ଧ ହୋଇଗଲେଣି। ତାଙ୍କ ପକ୍ଷରେ ସରକାର ଚଳେଇବା ସମ୍ଭବ ନୁହେଁ। ତାଙ୍କ ଭାଇ ବସନ୍ତ ସୋରେନଙ୍କ ନାମରେ ଅନେକ ମାମଲା ଅଛି। ତେଣୁ ତାଙ୍କ ପତ୍ନୀ କଳ୍ପନା ଓ ଭଉଜ ଦୁର୍ଗାଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରିବ। ଏହିପରି କ୍ଷେତ୍ରରେ କଳ୍ପନାଙ୍କ ପଲଡା ଭାରୀ ଅଛି। ଝାଡଖଣ୍ଡରେ କଳ୍ପନାଙ୍କ ଲୋକପ୍ରିୟା ଅଧିକ ଅଛି। ସେ ରାଜନୀତିରେ ସକ୍ରିୟ ନ ଥିଲେ ମଧ୍ୟ ତାଙ୍କୁ ହେମନ୍ତ ସୋରେନଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳେ।

ସୂଚନାଯୋଗ୍ୟ, ୧୯୯୬ ମସିହାରେ ବିହାର ସରକାରରେ ଠକ୍ ଏହି ଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ନାମରେ ଚାରା ଦୁର୍ନୀତି ମାମଲା ସାମନାକୁ ଆସିଥିଲା। ବିରୋଧି ଦଳର ବିରୋଧ ପରେ ଲାଲୁ ପ୍ରସାଦ ପଦରୁ ଇସ୍ତଫା ଦେଲେ। ସେତେବେଳେ ସମସ୍ତେ ଭାବୁ ଥିଲେ ଯେ, ଏବେ ଲାଲୁଙ୍କ ସରକାରର ଅନ୍ତ ହେଇଯିବ। କିନ୍ତୁ ଏହି ସମୟରେ ଲାଲୁ ଏକ ବଡ ଘୋଷଣା କଲେ। ସେ ନିଜ ପତ୍ନୀ ରାବଡି ଦେବୀଙ୍କୁ ମୁଖ୍ୟମନ୍ତ୍ରୀ କରିଦେଲେ। ରାବଡି ଦେବୀ ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ ଥିଲେ ଆଉ ଲାଲୁ ସମସ୍ତ ନିଷ୍ପତ୍ତି ନେଉଥିଲେ।