ଅଟୋରେ ଲଗାଇଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ; ନାରାଜ ହୋଇଉଠିଲେ ସମାଜ ଲୋକ
Advertisement
Article Detail0/zeeodisha/odisha1217553

ଅଟୋରେ ଲଗାଇଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ; ନାରାଜ ହୋଇଉଠିଲେ ସମାଜ ଲୋକ

କେନ୍ଦ୍ର ସରକାରଙ୍କ ଯୋଜନାରୁ ମିଳିଥିବା ଲାଭ ପରେ ଖୁସି ବ୍ୟକ୍ତ କରିବା ପାଇଁ ଶେଖ ଆକବର ତାଙ୍କ ଗାଡିର ପଛ ଭାଗରେ ଏକ ପୋଷ୍ଟର ଲଗାଇଥିଲେ। 

ଅଟୋରେ ଲଗାଇଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ; ନାରାଜ ହୋଇଉଠିଲେ ସମାଜ ଲୋକ

PM Modis Photo on Auto: ଗାଡ଼ିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲଗାଇବା ଜଣେ ମୁସଲିମ ଅଟୋ ଚାଳକଙ୍କୁ ମହଙ୍ଗା ପଡ଼ିଛି। ଗାଡିରେ ମୋଦିଙ୍କ ଫଟୋ ଲଗାଇବାକୁ ନେଇ ମୁସଲିମ ଅଟୋ ଚାଳକଙ୍କ ଉପରେ ନାରାଜ ହୋଇଉଠିଛି ମୁସଲମାନ ସମାଜ। ଏପରିକି ସମାଜ ପକ୍ଷରୁ ଧମକ ଦିଆଯିବା ପରେ ପୋଲିସ ପାଖରୁ ସହାୟତା ମାଗିଛନ୍ତି ମୁସଲିମ ଅଟୋ ଚାଳକ। ମଧ୍ୟ ପ୍ରଦେଶ ବୁରହାନପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ଶେଖ ଆକବର ନାମକ ଜଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଘର ନିର୍ମାଣ କରିବାକୁ ଟଙ୍କା ମିଳିଛି ଏବଂ ସ୍ୱରୋଜଗାର ଯୋଜନା ଅଧିନରେ ସେ ଏକ ଅଟୋ କିଣିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାରୁ ମିଳିଥିବା ଲାଭ ପରେ ଖୁସି ବ୍ୟକ୍ତ କରିବା ପାଇଁ ଶେଖ ଆକବର ତାଙ୍କ ଗାଡିର ପଛ ଭାଗରେ ଏକ ପୋଷ୍ଟର ଲଗାଇଥିଲେ। ଯେଉଁଥିରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି।

ଶେଖ ଆକବର ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଡିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବା କାରଣରୁ ତାଙ୍କ ସମାଜର କିଛି ଲୋକ ନାରାଜ ହୋଇଉଠିବା ସହ ତାଙ୍କୁ ହଇରାଣ କରୁଛନ୍ତି। କେବଳ ଏତିକି ନୁହେଁ ଲୋକେ ତାଙ୍କୁ ବିଭିନ୍ନ ଉପାୟରେ ଅସୁବିଧାରେ ପକାଉଛନ୍ତି। କେବଳ ଏତିକି ନୁହେଁ ତାଙ୍କ ମାଆ ଯିଏ ପନିପରିବା ବିକ୍ରୟ କାମ କରନ୍ତି ତାଙ୍କୁ ହଇରାଣ ହରକତ କରୁଛନ୍ତି। ସୁରକ୍ଷା ଦାବିରେ ସେ ପୋଲିସ ଅଧୀକ୍ଷକ ରାହୁଲ ଲୋଢାଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି।

ଏହି ଘଟଣଣାରେ ପ୍ରତିକ୍ରିୟା ରଖି ପୋଲିସ ଅଧୀକ୍ଷକ ରାହୁଲ ଲୋଢା କହିଛନ୍ତି ଯେ ଦୁଇ ଅଟୋ ଡ୍ରାଇଭରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଯେଉଁଥିରେ ପୋଷ୍ଟର ଲଗାଇବା କଥା ମଧ୍ୟ ସାମ୍ନାକୁ ଆସିଥିଲା। ଏହା ପରେ ଭଡାକୁ ନେଇ ଝଗଡା ହୋଇଥିଲା। ଉଭୟ ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଛି।

Also Read: ମୋଦୀ-ଯୋଗୀଙ୍କ ବାବଦରେ କ'ଣ ଭାବନ୍ତି ମୁସଲିମ୍? ଜବାବ ରଖିଲେ ମନ୍ତ୍ରୀ ଦାନିଶ ଅଂସାରୀ

Also Read: ପୁଣି ଥରେ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ଉତ୍ସବ ପାଳିଲା ମୁସଲିମ ସମାଜ

Also Read: କିଏ ଏହି ଦାନିଶ ଆଜାଦ: ଯିଏ ନେଲେ ଯୋଗୀ କ୍ୟାବିନେଟରେ ମୋହସିନ ରଜାଙ୍କ ସ୍ଥାନ