Maharashtra Politics: କାହା ସମର୍ଥନରେ ଗଢାଯିବା ସରକାର? ସ୍ପଷ୍ଟ କଲା ସିନ୍ଦେ ଗୋଷ୍ଠୀ
Advertisement
Article Detail0/zeeodisha/odisha1230486

Maharashtra Politics: କାହା ସମର୍ଥନରେ ଗଢାଯିବା ସରକାର? ସ୍ପଷ୍ଟ କଲା ସିନ୍ଦେ ଗୋଷ୍ଠୀ

Maharashtra Politics: ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ଘଟଣାକ୍ରମ ମଧ୍ୟରେ ରାଜ୍ୟରେ ନୂତନ ସରକାର କିଏ ଗଠନ କରିବ ତାହା ଅନେକାଂଶରେ ସ୍ଥିର କରିବ ବିଦ୍ରୋହୀ ବିଧାୟକଙ୍କ ଗୋଷ୍ଠୀ। ସରକାର ଗଠନ କରିବା ଲାଗି ବିଦ୍ରୋହୀ ଗୋଷ୍ଠୀକୁ ଉଭୟ ଶିବସେନା-ବିଜେପି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

Maharashtra Politics: କାହା ସମର୍ଥନରେ ଗଢାଯିବା ସରକାର? ସ୍ପଷ୍ଟ କଲା ସିନ୍ଦେ ଗୋଷ୍ଠୀ

Maharashtra Politics: ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି଼ ସରକାରର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମର୍ଥନ ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି ଏନିସିପି ମୁଖ୍ୟ ଶରଦ ପାୱାର। ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯଦି ଗୌହାଟିରେ ଅବସ୍ଥାନ କରୁଥିବା ବିଧାୟକ ଗୋଷ୍ଠୀ ଯଦି ରାଜଧାନୀ ମୁମ୍ବାଇ ଫେରିଆସନ୍ତି ତାହେଲେ ପରିସ୍ଥିତି ବଦଳିଯିବ। ବିଦ୍ରୋହୀ ଶିବସେନା ବିଧାୟକଙ୍କୁ  କିଏ ମହାରାଷ୍ଟ୍ରରୁ ଗୁଜୁରାଟ ଦେଇ ଆସାମ ନେଇଥିଲା ତାହା ସମସ୍ତେ ଜାଣିଛନ୍ତି। ମୁଁ ସେମାନଙ୍କ ନାଁ କହିବାକୁ ଚାହୁଁନାହୁଁ। ଆସାମ ସରକାର ବିଦ୍ରୋହୀ ବିଧାୟକଙ୍କ ଗୋଷ୍ଠୀକୁ ସହଯୋଗ କରୁଛନ୍ତି। 

ମହାରାଷ୍ଟ୍ର ବିଧାନସଭା ପରିସରରେ ବହୁମତ ସାବ୍ୟସ୍ତ କରାଯିବ। ଯାହା ଗୌହାଟି ନୁହେଁ ବରଂ ମୁମ୍ବାଇ ଠାରେ କରାଯିବ। ବିଧାନସଭା ହେବାକୁ ଥିବା ବହୁମତ ସାବ୍ୟସ୍ତ ପରୀକ୍ଷାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ମିଳିଯିବ। ମହାବିକାଶ ଅଘାଡି଼ ସରକାରର ପ୍ରଶଂସା କରି ଏନିସିପି ମୁଖ୍ୟ ଶରଦ ପାୱାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭଲ କାମ କରିଛନ୍ତି।    

ଅନ୍ୟପଟେ ମହାରାଷ୍ଟ୍ରରେ ସରକାର ଗଠନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ନେତା ଭରତ ଗୋଗୱଲେ। ଏନେଇ ସେ କହିଛନ୍ତି  ଆମର ଗୋଷ୍ଠୀର ସରକାର ଗଠନ ହେବା ଥୟ। ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ପତ୍ରରେ ଏକନାଥ ସିନ୍ଦେଙ୍କ ସମର୍ଥକ ବିଧାୟକଙ୍କ ଦସ୍ତଖତ ରହିଛି। ସେମାନେ ସରକାର ଗଠନ ଲାଗି ଦାବି ଉପସ୍ଥାପନା କରିଛନ୍ତି। ସୋମାନଙ୍କୁ ଏକ ପୃଥକ ଗୋଷ୍ଠୀର ମାନ୍ୟତା ଦେବାକୁ ଦାବି କରିଛନ୍ତି ସେ।

ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ଘଟଣାକ୍ରମ ମଧ୍ୟରେ ରାଜ୍ୟରେ ନୂତନ ସରକାର କିଏ ଗଠନ କରିବ ତାହା ଅନେକାଂଶରେ ସ୍ଥିର କରିବ ବିଦ୍ରୋହୀ ବିଧାୟକଙ୍କ ଗୋଷ୍ଠୀ। ସରକାର ଗଠନ କରିବା ଲାଗି ବିଦ୍ରୋହୀ ଗୋଷ୍ଠୀକୁ ଉଭୟ ଶିବସେନା-ବିଜେପି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏନେଇ ପ୍ରତିକ୍ରିୟା ରଖି ଶିବ ସେନା ନେତା ସଞ୍ଜୟ ରାଉତ କହିଛନ୍ତି ଗୌହାଟିରେ ରହି ବିଧାୟକ ସମ୍ବାଦ କରନ୍ତୁନାହିଁ। ସେମାନେ ମୁମ୍ବାଇ ଫେରି ଆସି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସିଧାସଳଖ କଥାବାର୍ତ୍ତା କରନ୍ତୁ। ଆମେ ମହାବିକାଶ ଅଘାଡି଼ ମେଣ୍ଟରୁ ବାହାରିବା ପଇଁ ଉପରେ ବିଚାର କରିବା ଲାଗି ପ୍ରସ୍ତୁତ। ହେଲେ ଏଥିପାଇଁ ମୁମ୍ବାଇ ଆସି ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିବାକୁ ହେବ। ଶିବ ସେନା ନେତା ସଞ୍ଜୟ ରାଉତ ନିଜ ଦଳର ସରକାରକୁ ବଞ୍ଚାଇବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି। ଏପରିକି ମହାବିକାଶ ଅଘାଡି଼ ମେଣ୍ଟ ଭଙ୍ଗ କରିବା ଲାଗି ବିଦ୍ରୋହୀ ଗୋଷ୍ଠୀ ସମ୍ନାରେ ପ୍ରସ୍ତାବ ରଖିଥିଲେ। ମାତ୍ର ଏହାକୁ ସହଜେ ଗ୍ରହଣ କରିପାରିନାହିଁ କଂଗ୍ରେସ। ଅନ୍ୟପଟେ ଏ ପ୍ରସଙ୍ଗରେ ଏନସିପି ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।

ଅନ୍ୟପଟେ ବିଜେପି ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭୀସ ମଧ୍ୟ ସରକାର ଗଠନ କରିବା ଲାଗି ବିଦ୍ରୋହୀ ଗୋଷ୍ଠୀକୁ ପ୍ରସ୍ତାବ ଦେଇ କହିଛନ୍ତି ସେମାନଙ୍କୁ ଉପଯୁକ୍ତ ମନ୍ତ୍ରଣାଳୟ ମିଳିବ। ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଏନଡିଏ ମେଣ୍ଟରେ ସାମିଲ କରିବା ପାଇଁ  ରାଜ୍ୟରେ ୧୩ ଏବଂ କେନ୍ଦ୍ରରେ ୨ ମନ୍ତ୍ରୀ ପଦ ବିଜେପି ପକ୍ଷରୁ ଦିଆଯାଇଛି। ଏହାକୁ  ସରକାର ଗଠନ କରିବା ଲାଗି ବିଜେପି ପ୍ରୟାସ ବୋଲି କୁହାଯାଉଛି।

Also Read: Maharashtra Politics: ସରକାର ଗଠନ ଲାଗି ଅଣ୍ଟା ଭିଡି଼ଲା ଏକନାଥ ସିନ୍ଦେଙ୍କ ଗୋଷ୍ଠୀ