Maharashtra Politics: ସଫେଇ ଦେବା ଲାଗି ନିଆଗଲା ଡ.ରାମ ମନୋହର ଲୋହିଆଙ୍କ ସାହାରା
Advertisement
Article Detail0/zeeodisha/odisha1234983

Maharashtra Politics: ସଫେଇ ଦେବା ଲାଗି ନିଆଗଲା ଡ.ରାମ ମନୋହର ଲୋହିଆଙ୍କ ସାହାରା

Maharashtra Politics:   ବିଦ୍ରୋହୀ ବିଧାୟକଙ୍କ ବାବଦରେ ରଖିଥିବା ବୟାନ ଉପରେ ସ୍ପଷ୍ଟୀକରଣ ଦେବା ଲାଗି ଶିବସେନା ନେତା ସଞ୍ଜୟ ରାଉତ ଦେଶର ସମାଜବାଦୀ ରାଜନେତା ରାମ ମନୋହର ଲୋହିଆଙ୍କ ସାହାରା ନେଇଛନ୍ତି।  

Maharashtra Politics: ସଫେଇ ଦେବା ଲାଗି ନିଆଗଲା ଡ.ରାମ ମନୋହର ଲୋହିଆଙ୍କ ସାହାରା

Maharashtra Political Crisis: ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ କାରଣରୁ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଛି ରାଜନୈତିକ ସଂକଟ। ପ୍ରାୟ ୫୦ ବିଧାୟକ ଏକନାଥ ସିନ୍ଦେଙ୍କ ସମର୍ଥନରେ ଆସିବାରୁ ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡ଼ି ସରକାରର ଅସ୍ଥିତ୍ୱ ଉପରେ ଉଠିଛି ପ୍ରଶ୍ନ। ଗୌହାଟି ଠାରେ ଅବସ୍ଥାନ କରୁଥିବା ଏକନାଥ ସିନ୍ଦେ ଏବେ ଶିବସେନା ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧବ ଠାକେରଙ୍କୁ ଟାର୍ଗେଟ କରୁଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗରେ ଦଳ ପକ୍ଷରୁ ଜବାବ ରଖିବା ଲାଗି ସାମ୍ନାକୁ ଆସିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। 

ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀରେ ସାମିଲ ଥିବା ବିଦ୍ରୋହୀ ବିଧାୟକଙ୍କୁ ଚେତାବନୀ ଦେଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ବିଦ୍ରୋହୀ ବିଧାୟକଙ୍କ ବାବଦରେ ସଞ୍ଜୟ ରାଉତ ରଖିଥିବା ବୟାନକୁ ନେଇ ସୃଷ୍ଟି ହୋଇଛି ବିବାଦ। ଗୌହାଟି ଠାରେ ଅବସ୍ଥାନ କରୁଥିବା ବିଦ୍ରୋହୀ ବିଧାୟକଙ୍କୁ ଜୀବନ୍ତ ଶବ ବୋଲି କହିଥିଲେ ସେ। ହେଲେ ପରେ ସେ ନିଜ ବୟାନ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି।

ନିଜ ବୟାନ ଉପରେ ସ୍ପଷ୍ଟୀକରଣ ଦେବା ଲାଗି ଶିବସେନା ନେତା ସଞ୍ଜୟ ରାଉତ ଦେଶର ସମାଜବାଦୀ ରାଜନେତା ରାମ ମନୋହର ଲୋହିଆଙ୍କ ସାହାରା ନେଇଛନ୍ତି।  ଜୀବନ୍ତ ଶବ ଶବ୍ଦ ରାମ ମନୋହର ଲୋହିଆଙ୍କ ଶବ୍ଦ ବୋଲି  କହିଛନ୍ତି ସେ। ବିଦ୍ରୋହୀ ବିଧାୟକଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ସେମାନଙ୍କ ଆତ୍ମା ​​ମରିଯାଇଛି। କେବଳ ଶରୀର ବଞ୍ଚି ରହିଛି। ସେମାନେ ହେଉଛନ୍ତି ଜୀବନ୍ତ ଶବ। ସେମାନଙ୍କ ଶରୀର ମୁମ୍ବାଇ ଆସିବ। ଯେଉଁମାନେ ଦଳରେ ୪୦ ବର୍ଷ ଧରି ରହିବା ପରେ ଦଳରୁ ପଳାୟନ କରନ୍ତି ସେମାନଙ୍କର ବିବେକ ମରିଯାଇଛି। ସେମାନଙ୍କ ଆତ୍ମ ମରିଯାଇଛି। କେବଳ ସେମାନଙ୍କ ଜୀବନ୍ତ ଶବ ବଞ୍ଚି ରହିଛି। ଜୀବନ୍ତ ମୃତ ଶରୀର ଶବ୍ଦ ମୋର ନୁହେଁ। ତାହା ହେଉଛି ରାମ ମନୋହର ଲୋହିୟାଙ୍କ ଶବ୍ଦ।  କାହାର ଭାବନାକୁ ଆଘାତ ଦେବା  ଭଳି ମୁଁ କିଛି କରି ନାହିଁ। ମୁଁ ସତ କହିଛି।

ସେହିପରି ଗୌହାଟି ଠାରେ ଅବସ୍ଥାନ କରୁଥିବା ବିଧାୟକଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଆମେ ହାର ମାନିଯିବା ଲୋକ ନୁହେଁ। ସେମାନଙ୍କୁ ରାଜ୍ୟକୁ ଫେରି ଆସିବା ଲାଗି ଦିଆଯାଇଥିବା ସମୟ ଶେଷ ହୋଇଛି। ବର୍ତ୍ତମାନ ଚାଲିଥିବା ଲଢେଇ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ। ଏହି ଲଢେଇ ରାସ୍ତାରେ ମଧ୍ୟ ଲଢାଯିବ। ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ। 

Also Read: Maharashtra: ଇଡି ସମନ ଉପରେ ଜବାବ ରଖିଲେ ଶିବସେନା ନେତା ସଞ୍ଜୟ ରାଉତ