ବିଭିନ୍ନ ସମୟରେ ଏହି ଆସନଗୁଡ଼ିକରୁ ସାଂସଦମାନେ ଇସ୍ତଫା ଦେଇଥିବାରୁ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏଣୁ ଉପ ନିର୍ବାଚନରେ ବିଜେତାମାନେ ରାଜ୍ୟସଭାରେ ପୂର୍ଣ୍ଣକାଳ ଅଥବା ୬ ବର୍ଷ କାର୍ଯ୍ୟକାଳ ଭୋଗ କରିବେ ନାହିଁ। ଯେଉଁ ପୂର୍ବତନ ସଦସ୍ୟଙ୍କ ବିପକ୍ଷରେ ଏହି ନିର୍ବାଚନ ହେଉଛି ସେମାନଙ୍କ ଅବଶିଷ୍ଟ କାର୍ଯ୍ୟକାଳ ହିଁ ତାଙ୍କର କାର୍ଯ୍ୟକାଳ ହେବ।
Trending Photos
ଭୁବନେଶ୍ୱର: ଚାରି ରାଜ୍ୟରେ ଖାଲିପଡ଼ିଥିବା ୬ ରାଜ୍ୟସଭା ସାଂସଦ ପଦ ଲାଗି ଉପ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତର ମୁଖ୍ୟ ନିର୍ବଚନ ଆୟୁକ୍ତ। ବିଜ୍ଞପ୍ତି ଅନୁସାରେ ଡିସେମ୍ବର ୨୦ ତାରିଖ ହେଉଛି ଭୋଟିଂ ଦିନ। ଅର୍ଥାତ୍ ଏହିଦିନ ସମ୍ପୃକ୍ତ ରାଜ୍ୟର ନିର୍ବାଚିତ ବିଧାୟକମାନେ ଭୋଟ ଦେଇ ସେମାନଙ୍କ ପ୍ରତିନିଧିଙ୍କୁ ରାଜ୍ୟସଭାକୁ ପଠାଇବେ।
ବିଭିନ୍ନ ସମୟରେ ଏହି ଆସନଗୁଡ଼ିକରୁ ସାଂସଦମାନେ ଇସ୍ତଫା ଦେଇଥିବାରୁ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏଣୁ ଉପ ନିର୍ବାଚନରେ ବିଜେତାମାନେ ରାଜ୍ୟସଭାରେ ପୂର୍ଣ୍ଣକାଳ ଅଥବା ୬ ବର୍ଷ କାର୍ଯ୍ୟକାଳ ଭୋଗ କରିବେ ନାହିଁ। ଯେଉଁ ପୂର୍ବତନ ସଦସ୍ୟଙ୍କ ବିପକ୍ଷରେ ଏହି ନିର୍ବାଚନ ହେଉଛି ସେମାନଙ୍କ ଅବଶିଷ୍ଟ କାର୍ଯ୍ୟକାଳ ହିଁ ତାଙ୍କର କାର୍ଯ୍ୟକାଳ ହେବ।
ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଆନ୍ଧ୍ରପ୍ରଦେଶର ତିନୋଟି ଆସନଲାଗି ଉପ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାରୁ ଗୋଟିଏ, ପଶ୍ଚିମବଙ୍ଗରୁ ଗୋଟିଏ ଏବଂ ହରିୟାଣାରୁ ଗୋଟିଏ ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟରୁ ବିଜେଡି ଟିକଟରେ ବିଜିତ ସୁଜିତ କୁମାର ୬ ସେପ୍ଟେମ୍ବର ୨୦୨୪ରେ ରାଜ୍ୟସଭାର ସଦସ୍ୟପଦରୁ ଇସ୍ତଫା ଦେଇଥିଲେ। ତାଙ୍କର କାର୍ଯ୍ୟକାଳ ୨ ଏପ୍ରିଲ୍ ୨୦୨୬ରେ ଶେଷ ହେବାକୁ ଥିବାରୁ ଯେଉଁ ପ୍ରାର୍ଥୀଙ୍କୁ ଓଡ଼ିଶା ବିଧାନସଭାର ସଦସ୍ୟମାନେ ନିର୍ବାଚିତ କରିବେ ସେ ଏହି ସମୟ ଯାଏୋ ରାଜ୍ୟସଭାରେ ସାଂସଦ ରହିବେ।
ପୂର୍ବରୁ ରାଜ୍ୟସଭାରୁ ମମତା ମହନ୍ତ ଇସ୍ତଫା ଦେଇ ପୁଣିଥରେ ବିଜେପି ଟିକଟରେ ପ୍ରାର୍ଥୀ ହୋଇଥିଲେ। ଏଣୁ ଏଥର ସେହି ସମୀକରଣ ଲାଗୁ ହେଲେ ସୁଜିତ କୁମାର ପୁଣିଥରେ ପ୍ରାର୍ଥୀ ହୋଇପାରନ୍ତି।
କମିଶନଙ୍କ ଏହି ସୂଚନା ବିଜ୍ଞପ୍ତି ଅନୁସାରେ ନାମାଙ୍କନ ଲାଗି ବିଜ୍ଞପ୍ତି ଆସନ୍ତା ୩ ତାରିଖରେ ପ୍ରକାଶ ହେବ। ୧୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ଶେଷ ହେବ। ୨୦ ତାରିଖ ୯ଟାରୁ ୪ଟା ଯାଏ ନିର୍ବାଚନ ହେବ। ୨୪ ତାରିଖ ପୂର୍ବରୁ ଏହି ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି। ଏବେ ରାଜ୍ୟର ୧୪୭ ଆସନ ବିଶିଷ୍ଟ ବିଧାନସଭାର ୭୯ଟି ଆସନରେ ବିଜେପି ସଦସ୍ୟ ରହିଥିବା ବେଳେ ୨ଟି ଆସନରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି। ଏଣୁ ବିଜେପି ପ୍ରାର୍ଥୀ ହିଁ ବିଜିତ ହେବାର ସମ୍ଭାବନା ରହିଛି।
Also Read- ମହଙ୍ଗା ପଡିଲା ବିନା ହେଲମେଟ୍ ରିଲ୍ସ , ଫସିଲେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ
Also Read- Shani Transit 2025: ଶନିଦେବଙ୍କ ପ୍ରଭାବ, ନୂଆ ବର୍ଷରେ ୫ ରାଶିର ବ୍ୟକ୍ତିଙ୍କୁ ଧନ ଲାଭ