ଖଣ୍ଡଗିରିରେ ଏହି ଆଇଟମ୍ ଡ୍ୟାନ୍ସରକୁ ହେବ ଠେଙ୍ଗା ପାହାର, ଜାଣନ୍ତୁ କିଏ ଦେଲେ ଧମକ
Advertisement
Article Detail0/zeeodisha/odisha2618207

ଖଣ୍ଡଗିରିରେ ଏହି ଆଇଟମ୍ ଡ୍ୟାନ୍ସରକୁ ହେବ ଠେଙ୍ଗା ପାହାର, ଜାଣନ୍ତୁ କିଏ ଦେଲେ ଧମକ

Khandagiri jatra: ଲୋକମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ଖଣ୍ଡଗିରି ମେଳା ଦେଖିବାକୁ। କିନ୍ତୁ ବର୍ତ୍ତମାନ ସବୁଠାରୁ ଚର୍ଚ୍ଚା ବିଷୟ ହେଉଛି ଖଣ୍ଡଗିରିରେ ନଗ୍ନ ନାଚକୁ ବ୍ୟାନ କରାଯିବା।

ଖଣ୍ଡଗିରିରେ ଏହି ଆଇଟମ୍ ଡ୍ୟାନ୍ସରକୁ ହେବ ଠେଙ୍ଗା ପାହାର, ଜାଣନ୍ତୁ କିଏ ଦେଲେ ଧମକ

Khandagiri Mela 2025: ଆସନ୍ତା ଫେବ୍ରୁଆରୀ ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ମେଳା, ଯାହା ୧୭ ତାରିଖ ଯାଏ ଚାଲିବ । ଆଉ ଏଥିରେ ପାଖାପାଖି ୧୫ ରୁ ୧୮ଟି ଅପେରା ପାର୍ଟି ପଡିବ । ତେଣୁ ଲୋକମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ଖଣ୍ଡଗିରି ମେଳା ଦେଖିବାକୁ। କିନ୍ତୁ ବର୍ତ୍ତମାନ ସବୁଠାରୁ ଚର୍ଚ୍ଚା ବିଷୟ ହେଉଛି ଖଣ୍ଡଗିରିରେ ନଗ୍ନ ନାଚକୁ ବ୍ୟାନ କରାଯିବା। ଆମର ସଂସ୍କୃତି ପରମ୍ପରାର ଝଲକ୍ ହେଉଛି ଖଣ୍ଡଗିରି ମେଳା। ଯେଉଁଠିକୁ ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ମାନେ ଆସିଥାନ୍ତି। ଏହା ସହିତ ଯାତ୍ରା ଦେଖିବାକୁ ପରିବାର ସହିତ ଯିବା ପାଇଁ ମଧ୍ୟ ଲୋକେ ପସନ୍ଦ କରନ୍ତି। ଏଭଳି ସ୍ଥିତିରେ ସେଠାର ଅଙ୍ଗ ପ୍ରଦର୍ଶନ କରୁଥିବା ନାଚବାଲିଙ୍କୁ ବ୍ୟାନ୍ କରିବାଟା ଲୋକେ ବହୁତ୍ ପସନ୍ଦ କରୁଛନ୍ତି। 

ଏହାକୁ କିନ୍ତୁ ସହଜରେ ହଜମ କରିପାରିନାହାନ୍ତି ବ୍ୟାନ୍ ହୋଇଥିବା ତିନି ଆଇଟମ୍ ଡ୍ୟାନ୍ସର୍ । ବିଭିନ୍ନ ସମୟରେ ଗଣମାଧ୍ୟମକୁ ଆଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ନଜର ଆସିଛନ୍ତି। ଏହା ସହିତ ଧମକ ମଧ୍ୟ ଦେଇଛନ୍ତି କି ଯଦି ଖଣ୍ଡଗିରିରେ ଅଶ୍ଳିଳତା ପ୍ରଦର୍ଶନ ହୁଏ ତେବେ ଆମେ ସେଠି ଯାଇ ତାଣ୍ଡବ ରଚିବୁ। ଏହାରି ଭିତରେ ଜଣେ ବିଧାୟକ କହିଛନ୍ତି ଯିଏ ଖଣ୍ଡଗିରିରେ ଆଇଟମ୍ ନାଚିବ ତାକୁ ଠେଙ୍ଗା ପାହାର ହେବ। ଆଉ ଏଥିପାଇଁ ୧୦୦ ଠେଙ୍ଗା କିଣିକି ରଖିଛୁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିଛି ଦିନ ପୂର୍ବରୁ ସେହି ବିଧାୟକ ନିଜେ ସାହୁ ଭାଉଜଙ୍କୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ମାନିତ କରିଥିଲେ। ଯାହାର ଭିଡିଓ ମଧ୍ୟ ଖୁବ୍ ଭାଇରାଲ୍ ହୋଇଥିଲା। 

ଚଳିତ ବର୍ଷ ହେବାକୁ ଥିବା ଖଣ୍ଡଗିରି ଯାତ୍ରାରେ ତିନି ଆଇଟମ୍ ଡ୍ୟାନ୍ସର୍ ନିଶା ମହାରଣା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀଙ୍କୁ ବ୍ୟାନ୍ କରାଯାଇଛି। ହେଲେ ରାଣୀ ପଣ୍ଡାଙ୍କ ଉପରେ କୌଣସି କଟକଣା ଲଗାଯାଇ ନାହିଁ। ଯେଉଁଥିପାଇଁ ଏବେ ଏହି ୩ ଜଣଙ୍କ ଟାର୍ଗେଟର ଶିକାର ହୋଇଛନ୍ତି ରାଣୀ ପଣ୍ଡା। 

ଏନେଇ ବିଭିନ୍ନ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ଏହି ତିନି ଆଇଟମ୍ ଡ୍ୟାନ୍ସର୍ । ନିଶା ମହାରଣା କହିଛନ୍ତି ମୁଁ ସେଇ ଲେଡିକୁ ଟାର୍ଗେଟ କରିବି ଯାହା ପାଇଁ ବିବାଦ ଆରମ୍ଭ ହୋଇଥିଲା, ସେ ଯଦି ଅଶ୍ଳିଳ ଭାଷା କହିବ ଖଣ୍ଡଗିରିରେ ମୁଁ ତାଣ୍ଡବ ରଚିବି। ଆଉ ଖଣ୍ଡଗିରି ଛକରେ ଠିଆ ଠିଆ ଉଲଗ୍ନ ହେବି। ସେ ଖଣ୍ଡଗିରିରେ ଚଢ଼ିପାରୁଛି କିନ୍ତୁ ଆମେ ଚଢ଼ି ପାରୁନୁ । ଖଣ୍ଡଗିରିକୁ ଅଶ୍ଳିଳ ନୃତ୍ୟ ବନ୍ଦ ହୋଇଛି, ଏହାକୁ ମୁଁ ସ୍ବାଗତ କରୁଛି। କିନ୍ତୁ ଏଠି ମୋ ନାଁ ସହ ଆଉ ଦୁଇଜଣଙ୍କ ନାମ ଆସୁଛି କି ଆମକୁ ବ୍ୟାନ୍ କରାଯାଇଛି। ଏହାକୁ ସ୍ଵତନ୍ତ୍ର ଭାବେ ମୁଁ ଗ୍ରହଣ କରିପାରୁନାହିଁ। 

ସେପଟେ ରାଣୀ ପ୍ରିୟଦର୍ଶିନୀ ମଧ୍ୟ ଏହା ଘଟଣରେ ମୁହଁ ଖୋଲିଛନ୍ତି ।  ସେ କମିଟି ଓ ପ୍ରଶାସନକୁ ପ୍ରଶ୍ନ କରି କହିଛନ୍ତି, "ଖଣ୍ଡଗିରି ଆଇଆଇସି ଯେଉଁ ନିଷ୍ପତ୍ତି ନେଇଛନ୍ତି, ମୁଁ ତାକୁ ସ୍ବାଗତ କରୁଛି । କାହିଁକି ନା ମୁଁ ବି ଚାହୁଁଛି ଆଇଟମ୍ ଡ୍ୟାନ୍ସ ହେଉ କଳା ପ୍ରଦର୍ଶନ ହେଉ, କିନ୍ତୁ କୌଣସି ଅଶ୍ଳିଳତା ନହେଉ। ମୁଁ କୌଣସି ସ୍ଥାନରେ ଅଶ୍ଳିଳତା କରିନାହିଁ, କେବଳ କଳା ପ୍ରଦର୍ଶନ କରିଛ ଲୋକଙ୍କ ମନୋରଞ୍ଜନ କରିଛି ଓ ସେମାନଙ୍କ ହୃଦୟରେ ରହିଛି। ଯେଉଁମାନେ ସେଠାର ଅଶ୍ଳିଳତା ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ବ୍ୟାନ୍ କରାଯାଉ, କିନ୍ତୁ ମୁଁ କେଉଁଠାରେ କୌଣସି ଅଶ୍ଳିଳତା କରିନି କେବଳ କଳା ପ୍ରଦର୍ଶନ କରି ଲୋକଙ୍କ ମନୋରଞ୍ଜନ କରିଛି। ରାନୀ କହିଛନ୍ତି, "ମୋ ପାଖରେ ଟ୍ୟାଲେଣ୍ଟ ଅଛି ଯୋଉଠି ଠୁମକା ଲଗେଇବି ସେଇଠି ଖଣ୍ଡଗିରି ମେଳା ହେଇଯିବ ।

Also Read- ପୁଣି ଚର୍ଚ୍ଚାରେ ଅଭିନେତା ବାବୁସାନ୍ ମହାନ୍ତି, ଜାଣନ୍ତୁ କଣ କହିଛନ୍ତି ସହକଳାକାର

Also Read- ଆସୁଛି Realmeର ନୂଆ ଫୋନ, Samsung-Vivo-Oppoର ବଢିବ ଟେନସନ !