Maharashtra Politics: ମଧ୍ୟାବଧି ନିର୍ବାଚନ ପାଇଁ BJP-ସିନ୍ଦେ ଗୋଷ୍ଠୀକୁ ଆହ୍ୱାନ ଦେଲେ ଉଦ୍ଧବ ଠାକରେ
Advertisement
Article Detail0/zeeodisha/odisha1244156

Maharashtra Politics: ମଧ୍ୟାବଧି ନିର୍ବାଚନ ପାଇଁ BJP-ସିନ୍ଦେ ଗୋଷ୍ଠୀକୁ ଆହ୍ୱାନ ଦେଲେ ଉଦ୍ଧବ ଠାକରେ

Maharashtra Politics: ଦଳର ଜିଲ୍ଲା ଶାଖା ସଭାପତିଙ୍କୁ କହିଛନ୍ତି ଶିବସେନା ଅଧ୍ୟକ୍ଷ କହିଛନ୍ତି ଯଦି ଆପଣ ଯୁଦ୍ଧ କରିବାକୁ ଚାହୁଁଛନ୍ତି ତାହେଲେ ମୋ ସହିତ ରୁହନ୍ତୁ। 

 Maharashtra Politics: ମଧ୍ୟାବଧି ନିର୍ବାଚନ ପାଇଁ BJP-ସିନ୍ଦେ ଗୋଷ୍ଠୀକୁ ଆହ୍ୱାନ ଦେଲେ ଉଦ୍ଧବ ଠାକରେ

Maharashtra Politics: ଦଳରେ ହୋଇଥିବା ବିଦ୍ରୋହ ପରେ କ୍ଷମତା ହରାଇଥିବା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ସୋମବାର ବିଜେପି ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ବର୍ଷିଛନ୍ତି। ଦଳକୁ ପୁଣି ଥରେ ମଜବୁତ କରିବାକୁ ଚେଷ୍ଟା କରୁଥିବା ଶିବସେନା ଅଧ୍ୟକ୍ଷ କହିଛନ୍ତି ଯଦି ଆପଣଙ୍କ ପାଖରେ ସାହସ ଅଛି ତାହେଲେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ରୁହନ୍ତୁ। ଏପରି ଖେଳ ଖେଳିବା ପରିବର୍ତ୍ତେ ଆସନ୍ତୁ ଜନତା ଦରବାରକୁ ଯିବା। ଯଦି ଆମେ ଭୁଲ୍ କରିବା ତାହେଲେ ଲୋକେ ଆମକୁ ଘରେ ବସାଇଦେବେ। ଯଦି ଆପଣ ଭୁଲ୍ କରନ୍ତି ତାହେଲେ ଲୋକେ ଆପଣଙ୍କୁ ଘରେ ବସାଇଦେବେ। 

ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ କହିଛନ୍ତି ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ଯାହା ଘଟୁଛି ତାହା ଏହାକୁ ଆଧାର କରି ହେଉଛି ଭାରତୀୟ ସମ୍ବିଧାନ ନିର୍ମାତା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ସମ୍ବିଧାନ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ଦେଶ ସ୍ୱାଧିନ ହେବାର ଅମୃତ ଜୟନ୍ତୀ ବର୍ଷରେ ମହାରାଷ୍ଟ୍ର ରାଜନୀତିରେ କ'ଣ ଘଟିଛି ସେ ବାବଦରେ ସମସ୍ତ ସତ୍ୟ କୁହନ୍ତୁ। ବିଧାନସଭାର ମନମୁଖୀ ଆଚରଣ ହେଉଛି ସମ୍ବିଧାନର ଅପମାନ।

ଦଳର ଜିଲ୍ଲା ଶାଖା ସଭାପତିଙ୍କୁ କହିଛନ୍ତି ଶିବସେନା ଅଧ୍ୟକ୍ଷ କହିଛନ୍ତି ଯଦି ଆପଣ ଯୁଦ୍ଧ କରିବାକୁ ଚାହୁଁଛନ୍ତି ତାହେଲେ ମୋ ସହିତ ରୁହନ୍ତୁ। ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦଳକୁ ଧ୍ୱଂସ କରିବାକୁ ଉଦ୍ୟମ କରାଯାଇଛି।

ଗତ ମାସରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନ ପରେ ଦଳରେ ହୋଇଥିବା ବିଦ୍ରୋହ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ। ଏହା ପରେ ବିଦ୍ରୋହୀ ଶିବସେନା ବିଧାୟକ ଦଳର ନେତୃତ୍ୱ ନେଉଥିବା ଏକନାଥ ସିନ୍ଦେ ବିଜେପି ସମର୍ଥନରେ ରାଜ୍ୟରେ ସରକାର ଗଠନ କରିଥିଲେ। ଜୁଲାଇ ୪ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାର ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛି।

ମୋଟ ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ୧୬୪ ଜଣ ବିଧାୟକ ସରକାରଙ୍କ ସପକ୍ଷରେ ମତଦାନ କରିଥିବା ବେଳେ ୯୯ ଜଣ ବିଧାୟକ ଏହା ବିରୋଧରେ ମତଦାନ କରିଥିଲେ। ସେହିପରି ୩ ଜଣ ବିଧାୟକ ମତଦାନରୁ ଦୂରେଇ ରହିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ୱାଣ ଏବଂ ବିଜୟ ୱାଡେଟିୱାରଙ୍କ ସମେତ ୨୧ ଜଣ ବିଧାୟକ ଆସ୍ଥାଭୋଟ ସମୟରେ ଅନୁପସ୍ଥିତ ରହିଥିଲେ। ଶିବସେନା ବିଧାୟକଙ୍କ ରମେଶ ଲଟକେଙ୍କ ମୃତ୍ୟୁ ପରେ ବିଧାନସଭାରେ ବର୍ତ୍ତମାନର ବିଧାୟକଙ୍କ ସଂଖ୍ୟା ୨୮୭ ରହିଛି। ବର୍ତ୍ତମାନ ବିଧାୟକ ସଂଖ୍ୟା ଅନୁସାରେ କୌଣସି ଦଳକୁ ବହୁମଚ ସାବ୍ୟସ୍ତ କରିବା ଲାଗି ୧୪୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ। 

Also Read: ଆସ୍ଥାଭୋଟ ପୂର୍ବରୁ ଗାଦି ଛାଡି଼ଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ