ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ କାର୍ଯ୍ୟ କରିବ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି।
Trending Photos
ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ସରକାର ଏକ ଟାସ୍କ ଫୋର୍ସ ଗଠନ ପାଇଁ ଘୋଷଣା କରିଛନ୍ତି। ଏହି ଟାସ୍କଫୋର୍ସରେ କେଉଁ ଜିଲ୍ଲା ରହିବ, କେମିତି ଏହା କାର୍ଯ୍ୟ କରିବ ସେ ନେଇ ଏକ ବିସ୍ତୃତ ରିପୋର୍ଟ ଦେବାକୁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ କାର୍ଯ୍ୟ କରିବ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି।
ସେ କହିଛନ୍ତି, ‘ମୁଁ ଗୃହର ମାନ୍ୟବର ସଦସ୍ୟମାନଙ୍କୁ ଅବଗତ କରେଇବାକୁ ଚାହେଁ ଯେ, ‘ଦକ୍ଷିଣ ଓଡିଶା ବିକାଶ ପରିଷଦ’ ଗଠନ କରିବା ପାଇଁ ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଓଡିଶାର ଦକ୍ଷିଣାଞ୍ଚଳର ବିକାଶ ସହିତ ବିକାଶ ପ୍ରକ୍ରିୟାରେ ସବୁ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ’।
ଏହି ଟାସ୍କ ଫୋର୍ସରେ ୯ ଜଣଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଏବଂ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ। ଏହା ସହିତ ୩ ଜଣ ନିମନ୍ତ୍ରିତ ଏକ୍ସ ଅଫିସିଓ ସଦସ୍ୟ ମଧ୍ୟ ରହିଛନ୍ତି। ସେମାନେ ହେଲେ- କେନ୍ଦ୍ରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଆରଡିସି ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଏହାର ସଦସ୍ୟ ଆବାହକ ରହିବେ। ଏହି କମିଟି ଆସନ୍ତା ୩୦ ଦିନ ଭିତରେ ନିଜର ରିପୋର୍ଟ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
Also Read- ସଂସଦକୁ ସ୍ୱଭାବିକ କରିବାକୁ ସବୁ ଦଳ ଭିତରେ ବୁଝାମଣା, ମଙ୍ଗଳବାର ହେବ ବାଂଲାଦେଶ ଆଲୋଚନା
Also Read- Mustard leaves benefits: ଶୀତ ଦିନେ ଖାଆନ୍ତୁ ସୋରିଷ ଶାଗ, ଦୂର ହେବ ବଡ଼ ରୋଗ !