ଧମକ ଦେଇ ଚର୍ଚ୍ଚାକୁ ଆସିଲେ ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ
Advertisement
Article Detail0/zeeodisha/odisha1209051

ଧମକ ଦେଇ ଚର୍ଚ୍ଚାକୁ ଆସିଲେ ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ

ଯଦି ଆପଣ ଟିକେ ଲଜ୍ଜିତ ମଧ୍ୟ ଅନୁଭବ କରନ୍ତି ତାହେଲେ ଆମକୁ ଭାଙ୍ଗି ଦିଆଯାଇଥିବା ମନ୍ଦିର ଫେରାଇ ଦିଅନ୍ତୁ।

ଧମକ ଦେଇ ଚର୍ଚ୍ଚାକୁ ଆସିଲେ ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ

Sri Ram Sena Chief Pramod Muthalik: ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ। ଏନେଇ ସେ କହିଛନ୍ତି ଯେଉଁମାନେ ଲାଉଡ ସ୍ପୀକର ସହ ଜଡିତ ଆଇନ ମାନୁ ନାହାଁନ୍ତି ସେମାନଙ୍କୁ ଧମକ ଦେଇ ସେ କହିଛନ୍ତି ଯେ ସରକାର ମୋତେ ଦାୟିତ୍ୱ ଦିଅନ୍ତୁ ମୁଁ ସେମାନଙ୍କୁ ଗୁଳି କରିବି। ଲାଉଡ ସ୍ପୀକର ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ଆଦେଶକୁ ପାଳନ କରିବାକୁ  ଯେଉଁମାନେ ମନା କରୁଛନ୍ତି ସେମାନଙ୍କୁ ସେ ନିଜେ ଗୁଳି ମାରିବେ ବୋଲି କହିଛନ୍ତି ଶ୍ରୀରାମ ସେନା ମୁଖ୍ୟ।

କର୍ଣ୍ଣାଟକ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଶ୍ରୀରାମ ସେନା (Sri Ram Sena) ମୁଖ୍ୟ ପ୍ରମୋଦ ମୁଥାଲିକ (Pramod Muthalik) କହିଛନ୍ତି ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସରକାର କିପରି ପରିଚାଳିତ କରିବାକୁ ହୁଏ  ତାହା ମୁଁ ଦେଖାଇ ଦେବି। ଲାଉଡ ସ୍ପୀକର ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପାଳନ କରିବାକୁ ମନା କରୁଛନ୍ତି ମୁଁ ସେମାନଙ୍କୁ ଗୁଳି କରିବି।

ଜ୍ଞାନବ୍ୟାପୀ ମାମଲାରେ ପ୍ରତିକ୍ରିୟା ରଖି ପ୍ରମୋଦ ମୁଥାଲିକ କହିଥିଲେ ଯେ ଭଙ୍ଗାଯାଇଥିବା ୩୬ ହଜାର ହିନ୍ଦୁ ମନ୍ଦିର ଫେରାଇ ନିଆଯିବ। ଯେଉଁ ମନ୍ଦିର ଭଙ୍ଗାଯାଇ ମସଜିଦ ନିର୍ମାଣ କରାଯାଇଛି ତାହକୁ ଫେରାଇ ଅଣାଯିବ। ଯଦି କାହାର ଦମ ଅଛି ତାହେଲେ ଆମକୁ ରୋକି ଦେଖାଅ। ବାବ୍ରି ମସଜିଦ ଭାଙ୍ଗିବା ସମୟରେ କିଛି ଲୋକ ରକ୍ତ ନଦୀ ବୋହିବା ବୋଲି ଚେତାବନୀ ଦେଇଥିଲ। ହେଲେ କଣ ହେଲା ହିନ୍ଦୁଙ୍କ ଗୋଟିଏ ବୁନ୍ଦା ରକ୍ତ ମଧ୍ୟ ବୋହିଲା ନାହିଁ। 

ଯଦି ଆପଣ ଟିକେ ଲଜ୍ଜିତ ମଧ୍ୟ ଅନୁଭବ କରନ୍ତି ତାହେଲେ ଆମକୁ ଭାଙ୍ଗି ଦିଆଯାଇଥିବା ମନ୍ଦିର ଫେରାଇ ଦିଅନ୍ତୁ। ଏପରି ଅହଂକାର ଆମେ ଆଉ ବରଦାସ୍ତ କରିପାରିବୁ ନାହିଁ। ଆମକୁ କେହି ଛୁଇଁ ପାରିବେ ନାହିଁ। ସମ୍ବିଧାନ ଅନୁସରଣ କରି ଆମେ ସେହି ମନ୍ଦିରକୁ ଆଇନଗତ ପ୍ରକ୍ରିୟାରେ ଫେରାଇନେବୁ।

Also Read: Loud Speaker: ଆଜାନ ବନ୍ଦ ନହେଲେ ଆମେ ବଜାଇବୁ ଭଜନ