West Bengal Politics: ବିରୋଧି ଦଳ ନେତାଙ୍କ ବୟାନକୁ ନେଇ ସରଗରମ ରାଜ୍ୟ ରାଜନୀତି
Advertisement
Article Detail0/zeeodisha/odisha1298794

West Bengal Politics: ବିରୋଧି ଦଳ ନେତାଙ୍କ ବୟାନକୁ ନେଇ ସରଗରମ ରାଜ୍ୟ ରାଜନୀତି

West Bengal Politics: ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବୟାନକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ  ରାଜନୀତି।

West Bengal Politics: ବିରୋଧି ଦଳ ନେତାଙ୍କ ବୟାନକୁ ନେଇ ସରଗରମ ରାଜ୍ୟ ରାଜନୀତି

Opposition Leader Suvendu Adhikari: ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବୟାନକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ  ରାଜନୀତି। ଗତ ମଙ୍ଗଳବାର ସେ ଦାବି କରିଛନ୍ତି ଯେ ଡିସେମ୍ବର ମାସ ପରେ ରାଜ୍ୟରେ ଆଉ  ଟିଏମସି ସରକାର ରହିବ ନାହିଁ।  ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ସହିତ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ପୂର୍ବ ମେଦିନୀପୁର ଜିଲ୍ଲାର ତାମୁଲକ ଠାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଟିଏମସି ସରକାରଙ୍କୁ ରାଜ୍ୟରୁ ହଟାଇବା ପାଇଁ ପ୍ରସ୍ତୁତି ଚାଲିଛି।

ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି କିଛି ମାସ ଅପେକ୍ଷା କରନ୍ତୁ। ପଶ୍ଚିମବଙ୍ଗରେ ଟିଏମସି ସରକାର କ୍ଷମତାରେ ରହିବ ନାହିଁ। ମୋର କଥାକୁ ମନେ ରଖନ୍ତୁ ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ରାଜନୀତିରେ ଟିଏମସି ସରକାର କ୍ଷମତାର ରହିବ ନାହିଁ। ବିଗତ କିଛି ମାସ ମଧ୍ୟରେ ଅଣବିଜେପି ଶାସିତ ରାଜ୍ୟ ଝାଡଖଣ୍ଡ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମହାରାଷ୍ଟ୍ର ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ସେ ବାରମ୍ବାର ଦାବି କରି ଆସୁଛନ୍ତି।

Also Read: West Bengal Politics: ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଚାଞ୍ଚଲ୍ୟକର ଦାବି, କହିଲେ...

ବିରୋଧି ଦଳ ନେତାଙ୍କ ଏହି ଦାବି ଉପରେ ଜବାବ ରଖିଛି ଶାସକ ଟିଏମସି। ଏନେଇ ପ୍ରତିକ୍ରିୟା ରଖି ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଛନ୍ତି ଯଦି ସେ କୌଣସି ଘଟଣାର ପୂର୍ବାନୁମାନ କରି ପାରୁଛନ୍ତି ତାହେଲେ ସେ ବିହାର ରାଜନୀତିରେ ଘଟିଥିବା ଘଟଣାକ୍ରମକୁ କାହଁକି ରୋକିପାରିଲେ ନାହିଁ? ଏଥିରୁ ଜଣାପଡୁଛି ଯେ ରାଜନୀତିରେ ନିରାଶ ହୋଇ ସେ ଏପରି ଜ୍ୟୋତିଷ ଶାସ୍ତ୍ର ଅଭ୍ୟାସ ଆରମ୍ଭ କରିଛନ୍ତି।