chat gpt:ଚାଟ୍ ଜିପିଟିର ବ୍ୟାଣ୍ଡ୍ ବଜାଇବାକୁ ଆସୁଛି ଭାରତ ଜିପିଟି
Advertisement
Article Detail0/zeeodisha/odisha2047234

chat gpt:ଚାଟ୍ ଜିପିଟିର ବ୍ୟାଣ୍ଡ୍ ବଜାଇବାକୁ ଆସୁଛି ଭାରତ ଜିପିଟି

ରିଲାଏନ୍ସ ଜିଓ ଟେକ୍ନୋଲୋଜି କ୍ଷେତ୍ରରେ ନିଜ ସ୍ଥିତିକୁ କ୍ରମାଗତ ଭାବରେ ମଜବୁତ କରୁଛି।  ବର୍ତ୍ତମାନ OTT ଏବଂ ଟେଲିକମ୍ ସେକ୍ଟରରେ ଜିଓର ପ୍ରଦର୍ଶନ ବେସ ଭଲ ରହିଛ  କିନ୍ତୁ ଟେଲିଭିଜନ ଏବଂ କୃତ୍ରିମ ବୁଦ୍ଧିମତା(ଏଆଇ) ପରି କ୍ଷେତ୍ରରେ ଏହା ପଛରେ ଅଛି। ଏବେ  ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ କମ୍ପାନୀ ଜିଓ ଏହି ଦୁଇଟି କ୍ଷେତ୍ର

chat gpt:ଚାଟ୍ ଜିପିଟିର ବ୍ୟାଣ୍ଡ୍ ବଜାଇବାକୁ ଆସୁଛି ଭାରତ ଜିପିଟି

chat gpt:

ରିଲାଏନ୍ସ ଜିଓ ଟେକ୍ନୋଲୋଜି କ୍ଷେତ୍ରରେ ନିଜ ସ୍ଥିତିକୁ କ୍ରମାଗତ ଭାବରେ ମଜବୁତ କରୁଛି।  ବର୍ତ୍ତମାନ OTT ଏବଂ ଟେଲିକମ୍ ସେକ୍ଟରରେ ଜିଓର ପ୍ରଦର୍ଶନ ବେସ ଭଲ ରହିଛ  କିନ୍ତୁ ଟେଲିଭିଜନ ଏବଂ କୃତ୍ରିମ ବୁଦ୍ଧିମତା(ଏଆଇ) ପରି କ୍ଷେତ୍ରରେ ଏହା ପଛରେ ଅଛି। ଏବେ  ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ କମ୍ପାନୀ ଜିଓ ଏହି ଦୁଇଟି କ୍ଷେତ୍ର ଉପରେ ଧ୍ୟାନ ଦେଉଛି।  ସୂଚନାଯୋଗ୍ୟ ଯେ, ଜିଓର ପରିଚାଳନା ଭାର ଚେୟାରମ୍ୟାନ୍ ଆକାଶ ଅମ୍ବାନୀଙ୍କ ଉପରେ ଅଛି। ଆଇଆଇଟି ମୁମ୍ବାଇର ସହଯୋଗରେ ଆକାଶ ଅମ୍ବାନୀ 'ଭାରତ ଜିପିଟି' ଲଞ୍ଚ କରିବାର ଯୋଜନା ଉପରେ କାମ କରୁଛନ୍ତି ଯାହା ଚାଟଜିପିଟିକୁ ଚ୍ୟାଲେଂଜ୍ କରିପାରେ।

ଖୁବ୍ ଶୀଘ୍ର ଭାରତ ଜିପିଟିର ଶୁଭାରମ୍ଭ

ଆକାଶ ଅମ୍ବାନୀ କହିଛନ୍ତି ଯେ ସେ ଜିଓର ପରବର୍ତ୍ତୀ ପିଢୀର କାର୍ଯ୍ୟକ୍ରମ ଜିଓ ୨.୦ ଉପରେ କାମ ଚାଲିଛି।  ଯାହା ଅଧୀନରେ ଜିଓ ଟେଲିଭିଜନ ପାଇଁ ଏକ ଅପରେଟିଂ ସିଷ୍ଟମ ଲଞ୍ଚ କରାଯିବ। ସୂଚନାଯୋଗ୍ୟ  ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଟେଲିଭିଜନରେ ଗୁଗୁଲ୍ ଆଣ୍ଡ୍ରଏଡ୍ ସିଷ୍ଟମ୍ ସହିତ LG ୱେବ୍ଏସ୍ ଭଳି ଅପରେଟିଂ ସିଷ୍ଟମ୍ ପ୍ଲାଟଫର୍ମ ଅଛି। ଏସବୁ ପ୍ଲାଟଫର୍ମର ମୁକାବିଲା ପାଇଁ  ଜିଓ ଟିଭି ଆଣ୍ଡ୍ରଏଡ୍ ସିଷ୍ଟମ୍ ଲଞ୍ଚ କରିବାକୁ ପ୍ରସ୍ତୁତି ଚାଲିଛି। କମ୍ପାନୀ ମଧ୍ୟ ଭାରତ ଜିପିଟି ଆରମ୍ଭ କରିବାକୁ ଯାଉଛି।

BharatGPT ର ଆବଶ୍ୟକତା କାହିଁକି ଥିଲା?

ଚାଟ୍ ଜିପିଟି ସୃଷ୍ଟି କରିଥିବା ଓପନଏଆଇର  ସିଇଓ ସାମ ଅଲ୍ଟମାନ କିଛି ଦିନ ତଳେ ଭାରତ ଗସ୍ତରେ ଆସିଥିଲେ, ସେତେବେଳେ ସେ କହିଥିଲେ ଯେ ଭାରତ ଭଳି ଦେଶ ଚାଟଜିପିଟି ଭଳି ପ୍ଲାଟଫର୍ମ ବିକଶିତ କରିବା ଅସମ୍ଭବ। ଯଦି କେହି ଏଭଳି କରନ୍ତି ତେବେ ସେ  ନିଶ୍ଚିତ ଭାବରେ ବିଫଳ ହେବେ। ଅଲ୍ଟମ୍ୟାନଙ୍କ ଏଭଳି ବକ୍ତବ୍ୟକୁ ଚ୍ୟାଲେଂଜ୍ ଭାବେ ଜିଓ ନେଇଥିଲା। ଯାହାର ଫଳ ହେଉଛି ଭାରତ ଜିପିଟି। ଯଦି ଜିଓ ସଫଳ ହୁଏ ତେବେ ତାହା ଅଲ୍ଟମ୍ୟାନଙ୍କୁ ଆଇନା ଦେଖାଇବା ଭଳି ହେବ।

ଆକାଶ ଅମ୍ବାନୀଙ୍କ ଅନୁଯାୟୀ, ଭାଷା ମଡେଲ ଏବଂ ଜେନେରେଟିଭ୍ ଏଆଇ ଉତ୍ପାଦଗୁଡିକ ସେବା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିପାରିବେ।  ବାଣିଜ୍ୟ, ଯୋଗାଯୋଗ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଏହା ମିଡିଆ କ୍ଷେତ୍ର ପାଇଁ  ବହୁତ ଲାଭଦାୟକ ହେବ ବୋଲି ସେ କହିଛନ୍ତି। ଅମ୍ବାନୀଙ୍କ ଅନୁଯାୟୀ, ସେ ଦୀର୍ଘ ଦିନ ଧରି ଜିଓ ଟିଭି ପାଇଁ ଅପରେଟିଂ ସିଷ୍ଟମର ଆରମ୍ଭ  ଉପରେ କାର୍ଯ୍ୟ କରିଆସୁଛନ୍ତି। ଆମେ ଏହା ଉପରେ କାର୍ଯ୍ୟ କରୁଛୁ ଏବଂ ଏହାକୁ କିପରି ଆରମ୍ଭ କରାଯିବ ସେ ବିଷୟରେ ଆମେ ବ୍ୟାପକ ଚିନ୍ତା କରୁଛୁ ବୋଲି ସେ କହିଛନ୍ତି।