Kartik Purnima Importance: କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହି କାମ, ଘରେ ହେବ ଧନର ବର୍ଷା
Advertisement
Article Detail0/zeeodisha/odisha1429940

Kartik Purnima Importance: କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହି କାମ, ଘରେ ହେବ ଧନର ବର୍ଷା

Kartik Purnima Importance: କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମା ତିଥିକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ । ଯାହାକି ଚଳିତ ବର୍ଷ ନଭେମ୍ବର ୮ (ଆସନ୍ତାକାଲି) ପଡୁଛି । କାର୍ତ୍ତିକ ପୂର୍ଣ୍ଣିମାକୁ କେତେକ ଦେବ ଦୀପାବଳୀ ମଧ୍ୟ କୁହନ୍ତି । ଶାସ୍ତ୍ର ଅନୁଯାୟୀ ଭଗବାନ ବିଷ୍ଣୁ, ଏହି ଦିନ ମତ୍ସ୍ୟ ଅବତାର ନେଇଥିଲେ।

Kartik Purnima Importance: କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହି କାମ, ଘରେ ହେବ ଧନର ବର୍ଷା

Kartik Purnima Importance: କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମା ତିଥିକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ । ଯାହାକି ଚଳିତ ବର୍ଷ ନଭେମ୍ବର ୮ (ଆସନ୍ତାକାଲି) ପଡୁଛି ।  କାର୍ତ୍ତିକ ପୂର୍ଣ୍ଣିମାକୁ କେତେକ ଦେବ ଦୀପାବଳୀ ମଧ୍ୟ କୁହନ୍ତି । ଶାସ୍ତ୍ର ଅନୁଯାୟୀ ଭଗବାନ ବିଷ୍ଣୁ, ଏହି ଦିନ ମତ୍ସ୍ୟ ଅବତାର ନେଇଥିଲେ। ବିଶ୍ବାସ ରହିଛି ଯେ, ଏହି ଦିନ ଭଗବାନ ଶିବ ତ୍ରିପୁରାସୁରାକୁ ବଧ କରିଥିଲେ। ଏହି ଖିୁସିରେ ଦେବତାମାନେ ଏହି ଦିନ ଦୀପାବଳି ପାଳନ କରିଥିଲେ। ଏହି ଦିନ ଭକ୍ତିର ସହିତ ଭଗବାନ ଶ୍ରୀ ହରିଙ୍କ ସହ ଦେବୀ ଲକ୍ଷ୍ମୀଙ୍କୁ ପୂଜା କଲେ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି । 

ଶ୍ରଦ୍ଧାଳୁମାନେ ନଦୀ କିମ୍ବା ଜଳାଶୟରେ ସ୍ନାନ କରିବା ଉଚିତ୍ :
କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗା ବା ଯମୁନା ନଦୀରେ କୁଶା ସ୍ନାନ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ଦିନ ନଦୀରେ ଗାଧୋଇବା ସହ ଦାନ କରିବା ଉଚିତ୍ । ଏହି ଦିନ ନଦୀରେ ସ୍ନାନ କରିବା ଦ୍ବାରା ବହୁ ରୋଗରୁ ମୁକ୍ତି ମିଳିଥାଏ ଏବଂ ଘରେ ସୁଖ ସମୃଦ୍ଧି ଆସିଥାଏ । ଏହି ସ୍ନାନ ସୂର୍ଯ୍ୟ ଉଦୟ ପୂର୍ବରୁ କରିବା ଉଚିତ୍ । ଯଦି ଆପଣ ଗଙ୍ଗା ନଦୀକୁ ଗୋଧୋଇବାକୁ ଯାଇପାରିବେ ନାହିଁ, ତେବେ ଆପଣ ଗାଧୋଇବା ପାଣିରେ ଟିକିଏ ଗଙ୍ଗା ଜଳ ମିଶାଇ ଘରେ ଗାଧୋଇ ପାରିବେ। 

କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହି କାମ, ଘରକୁ ଆସିବେ ମାଆ ଲକ୍ଷ୍ମୀ :
କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳ ସମୟରେ ଘରର ଅଗଣାରେ ହଳଦୀ ପାଣି ଛିଞ୍ଜନ କରନ୍ତୁ । ଏବଂ ଆମ୍ବ କି ଦେବଦାରୁ ପତ୍ରରେ ଘରର ସମ୍ମୁଖ ଭାଗରେ ଏକ ତୋରଣ ମଧ୍ୟ କରନ୍ତୁ । ଏବଂ ଏହି ଦିନ ଲକ୍ଷ୍ମୀ ମାତାଙ୍କୁ ପୂଜା କରନ୍ତୁ । ଏହା କରିବା ଶୁଭ ଏବଂ ସମୃଦ୍ଧ ବୋଲି ବିବେଚନା କରାଯାଏ । ଏପରି କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ ଆର୍ଶିବାଦ ଆପଣଙ୍କ ଉପରେ ରୁହେ । ଘରେ କୌଣସି ଆର୍ଥିକ ସମସ୍ୟା ଲାଗି ରୁହେ ନାହିଁ । 

ସନ୍ଧ୍ୟାରେ ଦୀପ ଜାଳନ୍ତୁ :
କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗା କିମ୍ବା ଅନନ୍ୟା ଜଳାଶୟ ନିକଟରେ ମଧ୍ୟ ଦୀପ (ଦୀପଦାନ କରିବା) ଜଳାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ତେଣୁ ଏହି ଦିନ  ଆପଣ ପବିତ୍ର ନଦୀ, ଜଳାଶୟ , ମନ୍ଦିର ଏବଂ ଖୋଲା ଆକାଶ ତଳେ ଦୀପ ଜାଳିବା ଆବଶ୍ୟକ । ଏହା କରିବା ଅତ୍ୟନ୍ତ ଶୁଭକର । ଏହି ଦିନ, ଯଦି ଆପଣ ତୁଳସୀ ଚଉଁରା ନିକଟରେ ଏକ ଦୀପ ଜାଳିବେ ।ଏବଂ ତୁଳସୀ ଚଉଁରା ମୂଳରେ ସିନ୍ଦୁର ଲାଗାଇବେ,ତେବେ ଆପଣଙ୍କର ପ୍ରତ୍ୟକ କାର୍ଯ୍ୟ ସଫଳ ହେବ ବୋଲି ବିଶ୍ବାସ ରହିଛି । 

ଏହି ଦିନ ଶିବ ପାର୍ବତୀଙ୍କୁ ପୂଜା କରନ୍ତୁ : 
କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରାରୀ ପୂର୍ଣ୍ଣିମା (Tripurari Purnima) ନାମରେ ମଧ୍ୟ ଜଣାଶୁଣା । ଏହି ଦିନ ଭଗବାନ ଶିବ ,ପାର୍ବତୀ, ଗଣେଶ, କାର୍ତ୍ତିକେୟ ଏବଂ ନନ୍ଦୀଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଯଦି ଆପଣ ଏହି ଦିନ, ଶିବଙ୍କ ନିକଟରେ ପଞ୍ଚାମୃତ ଭୋଗ ଲଗାଇବେ । ତେବେ ଭଗବାନ ଶିବ ଆପଣଙ୍କର ସମସ୍ତ ମନସ୍କାମନା ପୁର୍ଣ୍ଣ କରିବେ ବୋଲି ବିଶ୍ବାସ ରହିଛି । 

ଏହି ଦିନ ଦାନ କରିବା ବେଶ ଶୁଭ ଫଳ ଦେଇଥାଏ : 

ଆପଣ ନିଜ ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଏହି ଦିନ ଦାନ କରନ୍ତୁ । ଏହି ଦିନ ଖାଦ୍ୟ, କ୍ଷୀର, ଫଳ, ଚାଉଳ, ତେଲ ଏବଂ ଅଁଳା ଦାନ କରନ୍ତୁ । ଏହି ଦିନ ଆପଣ ନିଜ ସକ୍ଷ୍ୟ ଅନୁଯାୟୀ ବ୍ରାହ୍ମଣ ଅସହାୟଙ୍କୁ ପୋଷାକ ଏବଂ ଖାଦ୍ୟ ଦାନ କରନ୍ତୁ । ଏହାସହ ସନ୍ଧ୍ୟାରେ କିଛି କଞ୍ଚା କ୍ଷୀର, ଚାଉଳ ଏବଂ ଚିନି ମିଶାଇ ଚନ୍ଦ୍ରକୁ ଅର୍ଘ୍ୟ ଅର୍ପଣ କରନ୍ତୁ। ଏହା ଦ୍ବାରା ଆପଣ ବିଷ୍ଣୁଙ୍କ କୃପା ଲାଭ କରିପାରିବ ।