BCCI: ଏହି ପୂର୍ବ ଖେଳାଳୀ ହୋଇପାରନ୍ତି ଭାରତର ପରବର୍ତ୍ତୀ ମୁଖ୍ୟ ଚୟନ କର୍ତ୍ତା
Advertisement
Article Detail0/zeeodisha/odisha1466292

BCCI: ଏହି ପୂର୍ବ ଖେଳାଳୀ ହୋଇପାରନ୍ତି ଭାରତର ପରବର୍ତ୍ତୀ ମୁଖ୍ୟ ଚୟନ କର୍ତ୍ତା

National Selection Panel: ଭାରତର ପୂର୍ବତନ ସିମର ଭେଙ୍କଟେଶ ପ୍ରସାଦ ଜାତୀୟ ଚୟନକର୍ତ୍ତା ପଦ ପାଇଁ ଆବେଦନ କରିଛନ୍ତି ଓ ସେ ଏହି ରେସରେ ସବୁଠୁ ଆଗରେ ଅଛନ୍ତି । ୩୩ଟି ଟେଷ୍ଟ ଓ ୧୬୧ଟି ODI ସହିତ ପ୍ରସାଦଙ୍କ ସମୃଦ୍ଧ ଆନ୍ତର୍ଜାତୀୟ ଅଭିଜ୍ଞତା ତାଙ୍କ ସପକ୍ଷରେ କାମ କରିଛି ।

ସୌ: ସୋସିଆଲ ମିଡିଆ

National Selection Panel: ଭାରତର ପରବର୍ତ୍ତୀ ଚୟନକର୍ତ୍ତା ହେବାକୁ ନେଇ ରେସରେ ଭାରତର ପୂର୍ବତନ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ସବୁଠୁ ଆଗରେ ଅଛନ୍ତି । ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ରେ ସେମିଫାଇନାଲ ପ୍ରସ୍ଥାନ ପରେ ବିସିସିଆଇ କିଛି ବଡ ନିଷ୍ପତ୍ତି ନେଇଥିଲା ଓ ଚୟନ କମିଟିକୁ ବରଖାସ୍ତ କରିବା ତାହା ମଧ୍ୟରୁ ଅନ୍ୟତମ । ବୋର୍ଡ ଏହି ପଦବୀ ପାଇଁ ବର୍ତ୍ତମାନ ପରାମର୍ଶଦାତା କମିଟି ଗଠନ କରିଛି ଓ ବହୁ ପୂର୍ବତନ କ୍ରିକେଟର ଏଥିପାଇଁ ଆବେଦନ କରିଛନ୍ତି । ଅନେକ ଖେଳାଳି ଏହି ପଦ ପାଇଁ ଆବେଦନ କରିଛନ୍ତି କିନ୍ତୁ ଭେଙ୍କଟେଶ ପ୍ରସାଦ ଏହି ପଦବୀ ପାଇଁ ମୁଖ୍ୟ ଚୟନକର୍ତ୍ତା ହେବେ ଓ ଚୟନ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ କୁହାଯାଉଛି ।

ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ ଭେଙ୍କଟେଶ ପ୍ରସାଦ ଚୟନକର୍ତ୍ତା ପଦ ପାଇଁ ରେସରେ ଆଗେର ଅଛନ୍ତି ଓ ତାଙ୍କୁ ଜାତୀୟ ମୁଖ୍ୟ ଚୟନକର୍ତ୍ତା ଭାବରେ ମଧ୍ୟ ନିଯୁକ୍ତ ଦେବାର ସମ୍ଭାବନା ରହିଛି । ରିପୋର୍ଟରେ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ ପ୍ରସାଦଙ୍କ କ୍ୟାରିୟର ସମୟରେ ୩୩ ଟି ଟେଷ୍ଟ ଓ ୧୬୧ ଟି ODI ର ଅଭିଜ୍ଞତା ତାଙ୍କ ପ୍ରୋଫାଇଲକୁ ଦୃଢ଼ କରିଛି ।

ପୂର୍ବତନ ଫାଷ୍ଟ ବୋଲରଙ୍କର ଏକ ପ୍ରଭାବଶାଳୀ ରିଜ୍ୟୁମ୍ ରହିଛି, ଯାହାକି ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ୩୩ ଟି ଟେଷ୍ଟ ଓ ୧୬୧ଟି ODI ସହ ମୋଟ ୨୯୨ ଅନ୍ତର୍ଜାତୀୟ ୱିକେଟ୍ ନେଇଛନ୍ତି । ଏହା ବ୍ୟତୀତ ସେ ୨୦୦୭ ମସିହାରେ ଉଦ୍‌ଘାଟନୀ ବିଶ୍ୱକପ ଟି-୨୦ ଜିତିଥିବା ଭାରତୀୟ ଦଳର ବୋଲିଂ କୋଚ୍ ମଧ୍ୟ ଥିଲେ । ସେ ୨୦୦୮-୦୯ ରୁ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ସମାନ ପଦବୀରେ ରହିଥିଲେ । ପରେ ପ୍ରସାଦ ପଞ୍ଜାବ କିଙ୍ଗ୍ସର ବୋଲିଂ କୋଚ୍ ହୋଇଥିଲେ ଏବଂ କର୍ଣ୍ଣାଟକ ଓ ଉତ୍ତରପ୍ରଦେଶର ମୁଖ୍ୟ କୋଚ୍ ମଧ୍ୟ ହୋଇଥିଲେ ।

ଗତ ମାସରେ ୧୮ ନଭେମ୍ବରରେ ବିସିସିଆଇ ହଠାତ୍ ଚୟନ କମିଟିକୁ ବରଖାସ୍ତ କରିବାକୁ ନିଷ୍ପତ୍ତି ଘୋଷଣା କରିଥିଲା । ଚୟନ କମିଟି ସମ୍ବନ୍ଧରେ ଆବେଦନ କରିବାକୁ ବୋର୍ଡ ଏହି ଖବରକୁ ନିଶ୍ଚିତ କରିଛି । ଆବେଦନ ପାଇଁ ବିସିସିଆଇ ୨୮ ନଭେମ୍ବର ପର୍ଯ୍ୟନ୍ତ ତାରିଖ ସ୍ଥିର କରିଥିଲା । ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ମୋଟ ୬୦ ଟି ନୂତନ ଆବେଦନ ଆସିଛି । ଚେତନ ଶର୍ମା ଓ ହରବିନ୍ଦର ସିଂ ମଧ୍ୟ ଏଥିରେ ଆବେଦନ କରିଛନ୍ତି ।

ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ଟି-୨୦ ବିଶ୍ୱକପର ସେମିଫାଇନାଲ ମୁକାବିଲାରେ ୧୦ ୱିକେଟରେ ଅପମାନଜନକ ପରାଜୟ ବରଣ କରିଥିଲା । ଏହାପରେ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ୱାଧିନ ୪ ଜଣିଆ ବରିଷ୍ଠ ଜାତୀୟ ଚୟନ କମିଟିକୁ ବରଖାସ୍ତ କରିଥିଲା । ଚେତନ ଶର୍ମା (ଉତ୍ତର ଜୋନ୍), ହରବିନ୍ଦର ସିଂହ (ମଧ୍ୟ ଜୋନ୍), ସୁନୀଲ ଯୋଶୀ (ଦକ୍ଷିଣ ଜୋନ୍) ଓ ଦେବାଶିଷ ମହାନ୍ତିଙ୍କୁ (ପୂର୍ବ ଜୋନ୍) ହଟାଇ ଦିଆଯାଇଥିଲା । ଗତ ୨୦୨୦ରେ ଏହି ଚୟନକର୍ତ୍ତାଙ୍କ ମଧ୍ୟରୁ କେତେକଙ୍କ ନିଯୁକ୍ତି ହୋଇଥିଲା । 

ଏହା ବି ପଢ଼ନ୍ତୁ: BCCI: ଏହି ୩ ଭେଟେରାନଙ୍କୁ ମିଳିଲା ନୂତନ ଚୟନ କମିଟି ବାଛିବାର ଦାୟିତ୍ୱ, ଜଣେ ଅଛନ୍ତି ପୂର୍ବ ଚୟନକର୍ତ୍ତା