World cup 2023: ବିଶ୍ବକପରେ (World cup 2023) ଅପରାଜେୟ ରହିଛି ଟିମ୍ ଇଣ୍ତିଆ (Team India) । ଗୁରୁବାର ୱାଙ୍ଖେଡ଼େରେ ଖେଳାଯାଇଥିବା ବିଶ୍ବକପର ୩୩ତମ ମ୍ୟାଚରେ ଦଳ ଶ୍ରୀଲଙ୍କା ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ଏହାସହ ପ୍ରଥମ ଟିମ୍ ଭାବେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି
Trending Photos
Shubman Gill: ବିଶ୍ବକପରେ (World cup 2023) ଅପରାଜେୟ ରହିଛି ଟିମ୍ ଇଣ୍ତିଆ (Team India) । ଗୁରୁବାର ୱାଙ୍ଖେଡ଼େରେ ଖେଳାଯାଇଥିବା ବିଶ୍ବକପର ୩୩ତମ ମ୍ୟାଚରେ ଦଳ ଶ୍ରୀଲଙ୍କା ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ଏହାସହ ପ୍ରଥମ ଟିମ୍ ଭାବେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ରୋହିତ ବାହିନୀ। ବିରାଟ କୋହଲି-ଶୁବମନ୍ ଗିଲଙ୍କ (Shubman Gill) ଶତକୀୟ ଭାଗିଦାରୀ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧ ଶତକ ବଳରେ ଭାରତୀୟ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱିକେଟ୍ ହରାଇ ୩୫୭ ରନ୍ ସଂଗ୍ରହ କରିଥିଲା। ଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍ ବିଜୟ ପାଇଁ ୩୫୮ ରନ୍ର ଲକ୍ଷ୍ୟ ମିଳିଥିଲା। କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ମାତ୍ର ୧୯.୪ ଓଭରରେ ୫୫ ରନ୍ କରି ଅଲଆଉଟ ହୋଇଯାଇଥିଲା ଶ୍ରୀଲଙ୍କା ଟିମ୍ ।
ଏହି ମ୍ୟାଚରେ ଭାରତର ଓପନର୍ ବ୍ୟାଟ୍ସମ୍ୟାନ୍ ଶୁବମନ୍ ଗିଲ (Shubman Gill) ଚମତ୍କାର ଇନିଂସ ଖେଳିଥିଲେ । ଗିଲ୍ ୯୨ ବଲରେ ୯୨ ରନ୍ ହାସଲ କରିଥିଲେ । ତେବେ ମ୍ୟାଚ୍ ପରେ ଏନେଇ ବଡ଼ ଖୁଲାସା କରିଛନ୍ତି ଖେଳାଳି। ସୂଚନା ଅନୁଯାୟୀ, ‘ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପରେ ଗିଲ୍ କହିଛନ୍ତି, ଡେଙ୍ଗୁ ଯୋଗୁଁ ମୁଁ ପ୍ରଥମ ଦୁଇଟି ମ୍ୟାଚ୍ ଖେଳି ପାରିନଥିଲି। ୨ଟି ମ୍ୟାଚ୍ ପରେ ମୁଁ ଦଳକୁ ଫେରିଥିଲି, କିନ୍ତୁ ମୁଁ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇପାରିନାହିଁ । ଡେଙ୍ଗୁ (dengue) ସମୟରେ ମୋର ୪ କିଲୋ ଓଜନ କମିଛି’ । ଗିଲଙ୍କ ଚମତ୍କାର ୯୨ ଇନିଂସ ଫଳରେ ଦଳ ୩୫୦ ରନ୍ ଅତିକ୍ରମ କରି ବିଜୟ ହାସଲ କରିଛି ।
ଶ୍ରୀଲଙ୍କାକୁ ପରାସ୍ତ କରିବା ପରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ଏଥିସହ ଟିମ୍ ଇଣ୍ଡିଆ ବିଶ୍ୱକପ୍ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଆସନ୍ତା ନଭେମ୍ବର ୫ ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା (IND vs SA) ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଏହି ମ୍ୟାଚରେ ବିଜୟ କିମ୍ବା ପରଜାୟ ଭାରତର ସେମିଫାଇନାଲକୁ ପ୍ରଭାବିତ କରିବ ନାହିଁ, କିନ୍ତୁ ପଏଣ୍ଟ ଟେବୁଲ (World cup points table 2023) ଶୀର୍ଷରେ ରହିବା ପାଇଁ ଏହି ବିଜୟ ଅତ୍ୟନ୍ତ ଜରୁରୀ ।