Sprinter Dutee Chand: ଡୋପ ଟେଷ୍ଟରେ ବିଫଳ ହେଲେ ଦୌଡରାଣୀ ଦୂତୀ ଚାନ୍ଦ, ଏସୀୟ ଗେମ୍ସ ପ୍ରତିଯୋଗୀତାରୁ ପଡିପାରନ୍ତି ବାଦ!
Advertisement
Article Detail0/zeeodisha/odisha1534305

Sprinter Dutee Chand: ଡୋପ ଟେଷ୍ଟରେ ବିଫଳ ହେଲେ ଦୌଡରାଣୀ ଦୂତୀ ଚାନ୍ଦ, ଏସୀୟ ଗେମ୍ସ ପ୍ରତିଯୋଗୀତାରୁ ପଡିପାରନ୍ତି ବାଦ!

Dutee Chand Fails In Dope Test: ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ଦୂତୀ ଚାନ୍ଦଙ୍କୁ ନିଲମ୍ବିତ କରାଯାଇଛି। ଏହି ମହିଳା ଧାବିକାଙ୍କ ପରିସ୍ରା ନମୁନା ପଜିଟିଭ ଆସିଛି।

Sprinter Dutee Chand: ଡୋପ ଟେଷ୍ଟରେ ବିଫଳ ହେଲେ ଦୌଡରାଣୀ ଦୂତୀ ଚାନ୍ଦ, ଏସୀୟ ଗେମ୍ସ ପ୍ରତିଯୋଗୀତାରୁ ପଡିପାରନ୍ତି ବାଦ!

Dutee Chand Suspension: ଭାରତୀୟ ଆଥଲେଟିକ୍ସ ପକ୍ଷରୁ ଦୌଡରାଣୀ ଦୂତୀ ଚାନ୍ଦଙ୍କ ପାଇଁ ଆସିଛି ନିରାଶା ଜନକ ଖବର। ୧୦୦ ମିଟର ଦୌଡ଼ର ଜାତୀୟ ଚାମ୍ପିଅନ୍ ଦୂତୀ ଚାନ୍ଦ ଡୋପ୍ ପରୀକ୍ଷଣରେ ବିଫଳ 
ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ମହିଳା ଧାବିକା ଦୂତୀ ଚାନ୍ଦଙ୍କ ପରିସ୍ରା ନମୁନା ପଜିଟିଭ ଆସିଛି। ଏନେଇ ମିଳିଥିବା ଖବର ଅନୁସାରେ ସେ ନିଷିଦ୍ଧ ପଦାର୍ଥ ସେବନ କରିଥିବାରଅଭିଯୋଗ ହୋଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ତାଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିନ ହେବା ପରେ ଏସୀୟ ଗେମ୍ସ ପ୍ରତିଯୋଗୀତାରେ ଦୂତୀ ଚାନ୍ଦ ଅଂଶଗ୍ରହଣ କରିବା ନେଇ ସନ୍ଦେବ ସୃଷ୍ଟି ହୋଇଛି। 

ଡୋପ୍ ପରୀକ୍ଷଣରେ (Dope Test) ବିଫଳ ହେବା ପରେ  ପ୍ରତିକ୍ରିୟା ରଖିଛନ୍ତି ମହିଳା ଧାବିକା ଦୂତୀ ଚାନ୍ଦ। ଏନେଇ ଦୂତୀ ଚାନ୍ଦ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ ସେ ତାଙ୍କ ଜୀବନରେ କୌଣସି ପ୍ରକାରର ନିଷିଦ୍ଧ ସେବନ କରିନାହାଁନ୍ତି। ମହିଳା ଧାବିକା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଆଶା କରୁଛି ଯେ ନିରପେକ୍ଷ ଅନୁସନ୍ଧାନରେ ମୋର ନିର୍ଦ୍ଦୋଶତା ପ୍ରମାଣିତ ହେବ।

ଧାବିକା ଦୂତୀ ଚାନ୍ଦଙ୍କ ପରିସ୍ରା ନମୁନାରେ SARS S4 Andarine, O Diphenylandrine, SARMS (ENBOSARM) (OSTARINE) ଏବଂ Ligandrol Metabolite ନମୁନା ମିଳିଛି। ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସି  (World Anti Doping Agency) ଦ୍ୱାରା ନିଷିଦ୍ଧ ଉପାଦାନ ଏବଂ ଔଷଧ ତାଲିକାରୁ ଯେ କୌଣସି ଉପାଦାନ ବ୍ୟବହାର କରିବା ହେଉଛି ଏକ ଅପରାଧ। ଅବଶ୍ୟ ପରିସ୍ରା ନମୁନା ଆଧାରରେ ଡୋପ୍ ପରୀକ୍ଷଣରେ ବିଫଳ ହେବା ପରେ, ବି ନମୁନା ପରୀକ୍ଷା (B Sample Test) ପାଇଁ ଡ୍ୟୁଟି ଆବେଦନ କରିବାର ଅଧିକାର ରହିଛି। 

କେଉଁ ପର୍ଯ୍ୟନ୍ତ ଦୂତୀ ଚାନ୍ଦଙ୍କ ଉପରେ ନିଲମ୍ବନ ଜାରି ରହିବ ତାହା ସ୍ପଷ୍ଟ ହୋଇନାହିଁ। କାରଣ, ଏହି ନିଷ୍ପତ୍ତି ପାଇଁ, ସମ୍ପୂର୍ଣ୍ଣ ଅନୁସନ୍ଧାନ ରିପୋର୍ଟ ଆସିବାକୁ ଅପେକ୍ଷା କରାଯାଇଛି। ଡୋପ୍ ପରୀକ୍ଷଣରେ ତାଙ୍କର ବିଫଳତା ବିଷୟରେଏସୀୟାନ ଆଥେଲେଟିକ ଫେଡେରେସନ (Asian Athletics Federation) ଦୂତୀ ଚାନ୍ଦଙ୍କୁ ଏକ ଚିଠି ଲେଖିଛି। ଏହି ଚିଠିରେ ବିଶେଷ ଭାବରେ ଦୂତୀ ଚାନ୍ଦଙ୍କୁ ନିଷିଦ୍ଧ ପଦାର୍ଥର ବ୍ୟବହାର ସମ୍ପର୍କରେ 
ଚେତାବନୀ ଦିଆଯାଇଛି।

ଦୂତୀ ଚାନ୍ଦଙ୍କୁ ଲେଖାଯାଇଥିବା ଚିଠିରେ ଏସୀୟାନ ଆଥେଲେଟିକ ଫେଡେରେସନ ପକ୍ଷରୁ କୁହାଯାଇଛି ଯେ, "ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ ଆପଣଙ୍କର ନମୁନା A ପରୀକ୍ଷା କରାଯାଇଛି, ଯାହା  ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସି  ନିର୍ଦ୍ଦେଶ ଅନୁଯାୟୀ ସକରାତ୍ମକ ବୋଲି ଜଣାପଡିଛି। " ଦୂତୀ ଚାନ୍ଦଙ୍କ ଏହି ନମୁନା ଗତ ଡିସେମ୍ବର ୫ ତାରିଖରେ ଭୁବନେଶ୍ୱର ଠାରେ ନିଆଯାଇଥିଲା। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ ଯେତେବେଳେ ଦୂତୀଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରାଯାଇଥିଲା ସେତେବେଳେ ସେ କହିଥିଲେ ଯେ ତାଙ୍କ ନମୁନା ଏ ପଜିଟିଭ୍ ଆସିଛି ନା ନାହିଁ ତାହା ସେ ଜାଣି ନାହାଁନ୍ତି।

ଦୂତୀ ଚାନ୍ଦଙ୍କ ନମୁନା ଏ ପଜିଟିଭ (A Positive) ଆସିଛି। ତାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ହେଲେ ବି ନମୁନା ପରୀକ୍ଷଣ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯିବ ନାହିଁ। ଡୋପ୍ 
ପରୀକ୍ଷଣରେ ମହିଳା ଧାବିକା ବିଫଳ ହେବା ଭାରତୀୟ ଆଥଲେଟିକ୍ସ ପାଇଁ ଏକ ଭଲ ସଙ୍କେତ ନୁହେଁ। ଯଦି ତାଙ୍କର ବି ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ଆସେ, ତାହେଲେ ତାଙ୍କୁ ଗୁରୁତର ପରିଣାମର ସାମ୍ନା କରିବାକୁ ପଡିପାରେ। ଏସୀୟ ଗେମ୍ସ ପ୍ରତିଯୋଗୀତାରେ ପଦକ ପାଇବାକୁ ଭାରତର ଆଶା ମଧ୍ୟ ହ୍ରାସ ପାଇବ।