T20 World Cup 2022: ବିଶ୍ୱକପ ବିଜେତା ଦଳ ଉପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେତେ ମିଳିବ ପୁରସ୍କାର ରାଶି
Advertisement
Article Detail0/zeeodisha/odisha1374441

T20 World Cup 2022: ବିଶ୍ୱକପ ବିଜେତା ଦଳ ଉପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେତେ ମିଳିବ ପୁରସ୍କାର ରାଶି

T20 World Cup 2022 Prize Money: ଆଗାମୀ ଟି-୨୦ ବିଶ୍ୱକପ ପାଇଁ ମୋଟ ୫.୬ ମିଲିୟନ ଡଲାର ରଖାଯାଇଛି । ଏଥିରେ ବିଜେତା ଦଳକୁ ସର୍ବାଧିକ ୧.୬ ମିଲିୟନ୍ ଡଲାର୍ ଅର୍ଥାତ୍ ପ୍ରାୟ ୧୩ କୋଟି ଟଙ୍କା ମିଳିବ, ଯେତେବେଳେ କି ହାରିଥିବା ଦଳ ଏହାର ଅଧା ରାଶି ପାଇବ ।

ସୌ: ସୋସିଆଲ ମିଡିଆ

T20 World Cup 2022 Prize Money: ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ୨୦୨୦ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଛି । ଏହା ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି । ଏଥର ବିଶ୍ୱକପ ଜିତୁଥିବା ଦଳ ଉପରେ ଟଙ୍କା ବର୍ଷା ହେବାକୁ ଯାଉଛି । ଏହାକୁ ନେଇ ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ଆଇସିସି କହିଛି ଯେ ଟୁର୍ଣ୍ଣାମେଣ୍ଟରେ ଜିତିବା ସହିତ ହାରିଥିବା ଦଳକୁ ମଧ୍ୟ କୋଟି କୋଟି ଟଙ୍କାର ପୁରସ୍କାର ରାଶି ଦିଆଯିବ । ଯଦିଓ ଆଇସିସି ଏହାକୁ ଆମେରିକୀୟ ଡଲାରରେ ଘୋଷଣା କରିଛି । ଆଇସିସି ଅନୁଯାୟୀ ଏଥର ବିଜେତା ଦଳକୁ ୧.୬ ମିଲିୟନ ଆମେରିକୀୟ ଡଲାର ଦିଆଯିବ ।

ଆଇସିସି ଆଜି ଏକ ଟ୍ୱିଟ୍ କରିଛି । ଏଥିରେ କୁହାଯାଇଛି ଯେ ଏହି ଥର କିଏ, କେତେ ଟଙ୍କା ପୁରସ୍କାର ରାଶି ପାଇବ । ଟି-୨୦ ବିଶ୍ୱକପ ୨୦୨୨ ର ଫାଇନାଲରେ ଜିତୁଥିବା ଦଳକୁ ପ୍ରାୟ ୧୩ କୋଟି ଟଙ୍କା ଦିଆଯିବ । ଯେଉଁଠାରେ ଫାଇନାଲରେ ହାରିଥିବା ଦଳ ୬.୫୨ କୋଟି ଟଙ୍କା ପାଇବ । ସେମିଫାଇନାଲରେ ହାରିଥିବା ଦଳକୁ ମଧ୍ୟ ବିପୁଳ ପରିମାଣର ଅର୍ଥ ମିଳିବ । ଏଥିରେ ହାରିଥିବା ଦଳକୁ ୩.୨୬ କୋଟି ଟଙ୍କା ଦିଆଯିବ ।

ଟି-୨୦ ବିଶ୍ୱକପ୍ ୨୦୨୨ ପୁରସ୍କାର ରାଶି ତାଲିକା

ବିଜେତା ଦଳ- ୧.୬ ମିଲିୟନ୍ ଡଲାର୍ (ପ୍ରାୟ ୧୩ କୋଟି ଟଙ୍କା)
ଉପବିଜେତା ଦଳ- ୦.୮ ନିୟୁତ ମିଲିୟନ୍ ଡଲାର୍ (ପ୍ରାୟ ୬.୫ କୋଟି ଟଙ୍କା)
ସେମିଫାଇନାଲରେ ହାରିଥିବା ଦଳ- ୦.୪ ମିଲିୟନ୍ ଡଲାର (ପ୍ରାୟ ୩.୨୬ କୋଟି ଟଙ୍କା)
ସୁପର-୧୨ ରେ ପ୍ରତ୍ୟକ ମ୍ୟାଚ ଜିତିଥିବା ଦଳ- ୪୦ ହଜାର ଡଲାର (ପ୍ରାୟ ୩୩.୬୨ ଲକ୍ଷ ଟଙ୍କା) 
ସୁପର-୧୨ ରୁ ବାହାର ହୋଇଥିବା ପ୍ରତ୍ୟେକ ଦଳ - ୭୦ ହଜାର ଡଲାର (ପ୍ରାୟ ୫୭,୦୯ ଲକ୍ଷ ଟଙ୍କା) 
ପ୍ରଥମ ରାଉଣ୍ଡରେ ମ୍ୟାଚ୍ ଜିତିଥିବା  ପ୍ରତ୍ୟେକ ଦଳ - ୪୦ ହଜାର ଡଲାର (ପ୍ରାୟ ୩୩.୬୨ ଲକ୍ଷ ଟଙ୍କା)
ପ୍ରଥମ ରାଉଣ୍ଡରୁ ହାରିଥିବା ପ୍ରତ୍ୟେକ ଦଳ - ୪୦ ହଜାର ଡଲାର (ପ୍ରାୟ ୩୩.୬୨ ଲକ୍ଷ ଟଙ୍କା)

ଆପଣଙ୍କୁ କହିରଖୁଛୁ ଯେ ୧୬ ଅକ୍ଟୋବରରୁ ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ଆରମ୍ଭ ହେବାକୁ ଯାଉଛି । ଭାରତ, ପାକିସ୍ତାନ ସମେତ ମୋଟ ୮ ଟି ଦଳ ପ୍ରଥମ ରାଉଣ୍ଡରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏଥି ମଧ୍ୟରୁ ୪ ଟି ଦଳ ମଧ୍ୟରୁ ସୁପର ୧୨ ପାଇଁ ଯୋଗ୍ୟତା ଅର୍ଜନ କରିବେ । ସୁପର-୧୨ ର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅକ୍ଟୋବର ୨୨ ରେ ହେବ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ସହ ନିଜ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ।

ଏହା ବି ପଢ଼ନ୍ତୁ: ବୁମ୍ରାଙ୍କ ବଦଳରେ ଟିମ୍ ଇଣ୍ଡିଆରେ ସାମିଲ ହେଲେ ଏହି ଖେଳାଳି