ଟିମ୍ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ରହିଛନ୍ତି। ଟି-୨୦ ବିଶ୍ୱକପ୍ର ୬ଟି ମ୍ୟାଚ୍ରୁ ସୂର୍ଯ୍ୟ ମୋଟ ତିନିଟି ଅର୍ଦ୍ଧଶତକ ହାସଲ କରିଥିଲେ।
Trending Photos
ICC Ranking: ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ (T20 World Cup) ଶେଷ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ ଆସୋସିଏସନ (ICC) ଆଇସିସି ସଦ୍ୟ ମାନ୍ୟତା (T20 Ranking) ତାଲିକା ପ୍ରକାଶ କରିଛି। ତେବେ ସବୁଠାରୁ ବଡ଼ କଥା ହେଉଛି କି ଟିମ୍ ଇଣ୍ଡିଆର (Team India) ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବଙ୍କ (Surya Kumar Yadav) ଦବଦବା ଏବବେ ଜାହିର ରହିଛି। ସେ ଏବେବ ବି ଶୀର୍ଷ ସ୍ଥାନକୁ ବଜାୟ ରଖିଛନ୍ତି। ଯଦିଓ ତାଙ୍କ ମାନ୍ୟତାରେ କିଛି ଅଙ୍କ ହ୍ରାସ ପାଇଛି, ଏହା ସତ୍ତ୍ୱେ ସେ ଶୀର୍ଷ ସ୍ଥାନରେ ରହିଛନ୍ତି। ଟି୨୦ ବିଶ୍ୱକପରେ ଫାଇନାଲ ପାକିସ୍ତାନ ଓ ଇଂଲଣ୍ଡରେ ମଧ୍ୟରେ ଖେଳାଯାଇଥିଲା। ପାକିସ୍ତାନ ଖେଳାଳିଙ୍କୁ ଅଧିକ ମାତ୍ରାରେ ଲାଭ ମିଳିନଥିଲା। କିନ୍ତୁ ଇଂଲଣ୍ଡର ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନ ଫଳରେ ଅନେକ ଲାଭ ଉଠାଇଥିଲେ।
ଟିମ୍ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ରହିଛନ୍ତି। ଟି-୨୦ ବିଶ୍ୱକପ୍ର ୬ଟି ମ୍ୟାଚ୍ରୁ ସୂର୍ଯ୍ୟ ମୋଟ ତିନିଟି ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କର ୮୬୯ ରେଟିଂ ପଏଣ୍ଟ ଥିଲା, କିନ୍ତୁ ଏହା ପରେ ସେ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୧୪ ରନ୍ ସ୍କୋର କରିଥିଲେ। ତେଣୁ ବର୍ତ୍ତମାନ ତାଙ୍କ ପଏଣ୍ଟ ୮୫୯କୁ ଖସି ଆସିଛି। ପଏଣ୍ଟ କମ୍ ହେବା ସତ୍ତ୍ୱେ ସେ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି।
ଚଳିତ ବର୍ଷର ବିଶ୍ୱକପ୍ରେ ସୂର୍ଯ୍ୟ କୁମାର ଯାଦବ ହାରାହାରି ୫୯.୫୭ ପ୍ରତିଶତ ଏବଂ ଷ୍ଟ୍ରାଇକ୍ ହାର ୧୮୯.୬୮ ହାରରେ ରନ୍ କରିଛନ୍ତି। ସେ ଚଳିତ ବର୍ଷର ବିଶ୍ୱକପରେ ତୃତୀୟ ସର୍ବାଧିକ ରନ୍ ସ୍କୋରର ମଧ୍ୟ ଅଟନ୍ତି। ସେପଟେ ସେମିଫାଇନାଲରେ ଟିମ୍ ଇଣ୍ଡିଆ ବିପକ୍ଷରେ ଇଂଲଣ୍ଡର ଆଲେକ୍ସ ହାଲ୍ସ ୪୭ଟି ବଲରୁ ୮୬ ସ୍କୋର କରିଥିଲେ। ଏହା ସହ ସେ ଏକ ବଡ ଲମ୍ଫ ନେଇଛନ୍ତି। ବର୍ତ୍ତମାନ ସେ ଦ୍ୱାଦଶ ସ୍ଥାନରେ ପହଞ୍ଚିବା ପାଇଁ ୨୨ଟି ସ୍ଥାନ ଉପରକୁ ଯାଇଛନ୍ତି। ସେ ଚଳିତ ବର୍ଷର ବିଶ୍ୱକପରେ ହାରାହାରି ୪୨.୪୦ ହାରରେ ୨୧୨ ରନ୍ ସଂଗ୍ରହ କରିଛନ୍ତି।
ସେପଟେ ପାକିସ୍ତାନ ଟି୨୦ ବିଶ୍ୱକପରେ ଫାଇନାଲରେ ପ୍ରବେଶ କରିଥିଲା ପାକିସ୍ତାନ। ଏଥିପାଇଁ ତାଙ୍କର ଅଧିନାୟକ ତଥା କେବେ ଶୀର୍ଷ ସ୍ଥାନରେ ରହିଥିବା ବାବର ଆଜମଙ୍କୁ ମଧ୍ୟ ବେଶ ଫାଇଦା ସାବ୍ୟସ୍ତ ହୋଇଛି। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏବେ ସେ ତିନି ନମ୍ବରରେ ରହିଛନ୍ତି। ଏହା ପୂର୍ବରୁ ସେ ଚାରି ନମ୍ବର ସ୍ଥାନକୁ ଖସି ଆସିଥିଲେ। ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଶୀର୍ଷରେ ରହିଥିବା ବେଳେ ମହମ୍ମଦ ରିଜଓ୍ୱାନ ଦ୍ୱିତୀୟ, ବାବର ଆଜମ ତୃତୀୟ, ଚତୁର୍ଥ ସ୍ଥାନରେ ଡ୍ୱେନ କାନଓ୍ୱେ ଓ ପଞ୍ଚମ ସ୍ଥାନରେ ଆଡମ ମାକରମ ରହିଛନ୍ତି।