IND vs AUS 1st Test: ଏହାପରେ ଧ୍ରୁବ ଜୁରେଲ ୧୧ ଓ ୱାଶିଂଟନ ସୁନ୍ଦର ୪ ରନ୍ କରିଥିଲେ। ୭୩ ରନ୍ ରେ ୬ ଓ୍ଵିକେଟ୍ ପଡ଼ିବା ପରେ ଋଷଭ ପନ୍ତ ଓ ନୀତୀଶ କୁମାର ରେଡ୍ଡୀ ଇନିଂସ୍ ହାତକୁ ନେଇଥିଲେ। ଉଭୟ ସପ୍ତମ ୱିକେଟ୍ ପାଇଁ ୪୮ ରନ୍ ର ଭାଗିଦାରୀ କରିଥିବା ବେଳେ ପନ୍ତ ୭୮ ବଲ୍ ରେ ୩ଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ୩୭ ରନ୍ କରିଥିଲେ।
Trending Photos
IND vs AUS 1st Test: ପର୍ଥ ମୈଦନାରେ ରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲରଙ୍କ ସମ୍ମୁଖରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ପରାଜୟ ବରଣ କରିଛି। ଟସ୍ ଜିତି ବ୍ୟାଟିଂ କରୁଥିବା ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୧୫୦ ରନ୍ କରିପାରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହେଜଲଉଡ୍ ୪ଟି ୱିକେଟ୍ ନେଇଥିଲେ। ଏହାବ୍ୟତୀତ ମିଚେଲ ଷ୍ଟାର୍କ ଓ ପେଟ୍ କମିନ୍ସ ମଧ୍ୟ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିପରି ମିଚେଲ ମାର୍ଶ ୨ଟି ୱିକେଟ୍ ହାତେଇ ଥିଲେ। ସେହିପରି ନବାଗତ ନୀତୀଶ କୁମାର ରେଡ୍ଡୀ ଭାରତ ପକ୍ଷରୁ ସର୍ବାଧିକ ୪୧ ରନ୍ କରିଥିଲେ।
ପ୍ରଥମେ ବ୍ୟାଟିଂ କରି ଯଶସ୍ୱୀ ଜୟଶୱାଲ ଟିମ୍ ଇଣ୍ଡିଆ ପାଇଁ ଖାତା ଖୋଲି ପାରିନଥିଲେ। ମିଚେଲ ଷ୍ଟାର୍କ ତାଙ୍କୁ ଆଉଟ୍ କରିଥିଲେ। ଏହାପରେ ତୃତୀୟ ସ୍ଥାନରେ ଆସିଥିବା ଦେବଦତ୍ତ ପାଡିକଲ ମଧ୍ୟ ଜିରୋ ରେ ପାଭିଲିୟନକୁ ଫେରିଥିଲେ। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ଅଧିକ ସମୟ କ୍ରିଜ୍ ରେ ରହିପାରିନଥିଲେ। ସେ ୫ ରନ୍ କରି ପାଭିଲିୟନ୍ ଫେରିଥିଲେ। ଉସମାନ ଖାୱାଜାଙ୍କ ହାତରେ ବିରାଟଙ୍କୁ ଜୋଶ ହେଜଲଉଡ ଆଉଟ କରାଇଥିଲେ।
ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଇନିଂସ ଆରମ୍ଭ କରିଥିବା କେଏଲ ରାହୁଲ ୭୪ ବଲରେ ୩ଟି ଚୌକା ସହାୟତାରେ ୨୬ ରନ୍ କରିଥିଲେ। ଏହାପରେ ଧ୍ରୁବ ଜୁରେଲ ୧୧ ଓ ୱାଶିଂଟନ ସୁନ୍ଦର ୪ ରନ୍ କରିଥିଲେ। ୭୩ ରନ୍ ରେ ୬ ଓ୍ଵିକେଟ୍ ପଡ଼ିବା ପରେ ଋଷଭ ପନ୍ତ ଓ ନୀତୀଶ କୁମାର ରେଡ୍ଡୀ ଇନିଂସ୍ ହାତକୁ ନେଇଥିଲେ। ଉଭୟ ସପ୍ତମ ୱିକେଟ୍ ପାଇଁ ୪୮ ରନ୍ ର ଭାଗିଦାରୀ କରିଥିବା ବେଳେ ପନ୍ତ ୭୮ ବଲ୍ ରେ ୩ଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ୩୭ ରନ୍ କରିଥିଲେ।
ଯୁବ ନୀତୀଶ କୁମାର ରେଡ୍ଡୀ ଗୋଟିଏ ପଟେ ଦୃଢ଼ତାର ସହ ଠିଆ ହୋଇଥିଲେ ମଧ୍ୟ କେହି ତାଙ୍କୁ ସମର୍ଥନ କରିନଥିଲେ। ଡେବ୍ୟୁ ଟେଷ୍ଟର ପ୍ରଥମ ଇନିଂସରେ ନୀତୀଶ ୫୯ ବଲରେ ୪୧ ରନ୍ କରିଥିଲେ। ଏହି ସମୟରେ ନୀତୀଶ ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଅନ୍ୟପକ୍ଷରେ ହର୍ଷିତ ରାଣା ୦୭ ଓ ଯଶପ୍ରୀତ ବୁମ୍ରା ୦୮ ରନ୍ କରିଥିଲେ।
ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ନୀତୀଶ କୁମାର ରେଡ୍ଡୀ ଚମତ୍କାର ସଟ୍ ରେ ଛକା ମାରିଥିଲେ। ଯେତେବେଳେ କୌଣସି ଖେଳାଳି ତାଙ୍କୁ ସମର୍ଥନ କରିନଥିଲେ, ସେ ଦ୍ରୁତ ରନ୍ କରିବା ପ୍ରକ୍ରିୟାରେ ଆଉଟ୍ ହୋଇଥିଲେ। ନୀତୀଶଙ୍କ ରୂପରେ ଭାରତ ଶେଷ ଓ୍ଵିକେଟ୍ ହରାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସମସ୍ତ ଦ୍ରୁତ ବୋଲର ୧୦ଟି ୱିକେଟ୍ ନେଇଥିଲେ।
Also Read: Chandra Gochar 2024: ମିଥୁନ ରାଶିର ଚନ୍ଦ୍ର ଚଳନ!ଏହି ୪ ରାଶି ଉପରେ ବର୍ଷିବ ପ୍ରଚୁର ଧନ
Also Read: Lung Detox Tips: ଶୀତଦିନେ ପ୍ରଦୂଷଣର ଭୟ, ଏଇ ସହଜ ଉପାୟରେ ରଖନ୍ତୁ ନିଜ ଫୁସଫୁସକୁ ସୁସ୍ଥ