Top 10 News Today:ଆଜିଠୁ ଉତ୍କର୍ଷ ଓଡ଼ିଶା, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ନିଯୁକ୍ତି ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2620060

Top 10 News Today:ଆଜିଠୁ ଉତ୍କର୍ଷ ଓଡ଼ିଶା, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ନିଯୁକ୍ତି ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:ଆଜିଠୁ ଉତ୍କର୍ଷ ଓଡ଼ିଶା, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ନିଯୁକ୍ତି ଓ ସକାଳର ୧୦ ବଡ଼ ଖବର

ଆଜିଠୁ ଉତ୍କର୍ଷ ଓଡ଼ିଶା
ଆଜିଠୁ ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହେଉଛି ଦୁଇଦିନିଆ ଶିଳ୍ପ ମହାକୁମ୍ଭ ତଥା ଉତ୍କର୍ଷ ଓଡିଶା କନକ୍ଲେଭ୍। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ ଏ ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ପ୍ରସ୍ତୁତ ଜନତା ମଇଦାନ, ପୂରା ପ୍ରସ୍ତୁତ ଓଡ଼ିଶା। ଶିଳ୍ପ ପ୍ରତିଷ୍ଠା ଲାଗି ଓଡ଼ିଶାରେ ଥିବା ପ୍ରତିଟି ସୁବିଧା ସୁଯୋଗକୁ ନିବେଶକଙ୍କୁ ଜଣାଇବା ଲାଗି କୌଣସି ବିକଳ୍ପ ଛାଡ଼ିନାହାନ୍ତି ରାଜ୍ୟ ସରକାର। ୨୦ଟି ଦେଶର ପ୍ରତିନିଧି ଓ ୧୨ଟି ରାଷ୍ଟ୍ରର ନିବେଶକଙ୍କ ଉପସ୍ଥିତିରେ ଆରମ୍ଭ ହେଉଥିବା ଏହି କନକ୍ଲେଭରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ଦେଢ଼ଘଣ୍ଟା ଧରି ରହିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କନକ୍ଲେଭ ମାଧ୍ୟମରେ ଓଡ଼ିଶାକୁ ଆଉ ୫ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ସୂଚନା ରହିଛି। 

ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା
ଜାନୁଆରି ୨୮ରୁ ଜାନୁଆରି ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଏବଂ ମେକ୍ ଇନ୍ ଓଡିଶା ପ୍ରଦର୍ଶନୀ ପାଇଁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରାୟ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ବିଭିନ୍ନ ପଦବୀର ୪୦୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଭିଭିଆଇପି, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଶିଳ୍ପପତିଙ୍କ ସମେତ ବହୁ ସାଧାରଣ ଲୋକ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ଜନତା ମୈଦାନରେ ଏକାଠି ହେବେ ବୋଲି ଆଶା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି କମିସନର ପୁଲିସ ଆସନ୍ତା ତିନି ଦିନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଛି।

ଆସୁଛନ୍ତି ପ୍ରଧାନମନ୍ତ୍ରୀ: ପୁଲିସ କମିସନରେଟ୍‌ ପକ୍ଷରୁ କଟକଣା ଜାରି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଜାନୁଆରି ୨୮ରେ ଓଡ଼ିଶା ଆସୁଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌-୨୦୨୫ରେ ଯୋଗଦେବେ ପିଏମ୍‌ ମୋଦୀ।  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କଟକଣା ଜାରି କରିଛି ପୁଲିସ କମିସନରେଟ୍‌। ସକାଳ ୧୦.୨୫ରୁ ସକାଳ ୧୧.୧୦ ପର୍ଯ୍ୟନ୍ତ  ଏୟାରପୋର୍ଟ ଛକ ହସ୍ପିଟାଲ ଛକ, ଏଜି ଛକ- ରାଜଭବବନ ଛକ- ପାଓ୍ୱାର ହାଉସ୍‌ ଛକ-୧୨୦ ବାଟାଲିୟନ ଛକ- ଜୟଦେବ ବିହାର ଛକ-ଜାଭିୟର ଛକ-ନାଲକୋ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ। 

ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିସନର ଦାୟିତ୍ବ
ରାଜ୍ୟ ନିର୍ବାଚନ କମିସନର ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଧୁସୂଦନ ପାଢୀଙ୍କୁ ରାଜ୍ୟ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି। ୨୦୨୭ରେ ହେବାକୁଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ତାଙ୍କୁ  ସରକାର ରାଜ୍ୟର ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତ କରିଛନ୍ତି । ଭାରତର ସମ୍ବିଧାନର ଧାରା ‘୨୪୩-କେ’ର ଧାରା (୧) ଅନୁଯାୟୀ ଓଡ଼ିଶା ରାଜ୍ୟପାଳ ଡ. ହରିବାକୁ କୁମ୍ଭମପତି ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି । ମଧୁସୂଦନ ପାଢ଼ୀ ହେଉଛନ୍ତି ୧୯୯୧ ବ୍ୟାଚ୍ ଆଇଏଏସ୍ ଅଫିସର। ଦୀର୍ଘବର୍ଷର କ୍ୟାରିୟର ମଧ୍ୟରେ ମଧୁସୂଦନ ପାଦୀ ବିଭିନ୍ନ ପଦବୀରେ ଓଡ଼ିଶା ସରକାରଙ୍କ ପାଇଁ କାର୍ଯ୍ୟ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ନିଯୁକ୍ତି
ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମ‌ୋହନ ମାଝୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହା ଦ୍ବାରା ଏଣିକି ପ୍ରକାଶ ମିଶ୍ରଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବ।ସେ ନିଜର ନିର୍ମଳ ଭାବମୂର୍ତ୍ତି ଓ ସ୍ପଷ୍ଟବାଦୀ ଆଭିମୁଖ୍ୟ ପାଇଁ ପରିଚିତ।  ପ୍ରକାଶ ମିଶ୍ର ପୂର୍ବତନ ସିଆରପିଏଫ ମହାନିର୍ଦ୍ଦେଶକ ଏନଡିଆରଏଫ ଡିଜି ଥିଲେ । ସେ  ଏନଡିଆରଏଫର ଡିଜି  ମଧ୍ୟ ଥିଲେ। ଶୀର୍ଷ ପ୍ରଶାସନିକ ଅଧିକାରୀରୁ ନେତା ହୋଇଥିବା ପ୍ରକାଶ ମିଶ୍ରଙ୍କ ଇଂରାଜୀ ପୁସ୍ତକ ‘କମେଡି ଇନ୍ ଖାକି’ ଲୋକାର୍ପିତ ହେବା ପରେ ରାଜ୍ୟ ରାଜନୈତିକସ୍ତରରେ  ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ରାଜ୍ୟରେ ଘନ କୁହୁଡି
ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି କୁହୁଡ଼ି । ଘନ କୁହୁଡ଼ି ପାଇଁ ବାଧାପ୍ରାପ୍ତ ହୋଇଛି ଗାଡ଼ି ଚଳାଚଳ । ସକାଳୁ ସକାଳୁ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା କମ ରହିଛି । ତେଣୁ ଦୁର୍ଘଟଣାର ଭୟ ମଧ୍ୟ ବଢ଼ିଛି । ଆଜି ସକାଳ ୮ଟା ଯାଏ ୧୦ ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର । ୨୯ ତାରିଖରେ ମଧ୍ୟ ୧୪ ଜିଲ୍ଲାକୁ ଏବଂ ୩୦ ତାରିଖରେ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଗତ କିଛି ଦିନ ହେବ ରାଜ୍ୟରେ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଆଜି ଉତ୍ତର ଓ ଉପକୂଳ ଓଡ଼ିଶା ସମେତ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ କୁହୁଡ଼ି ଲାଗି ରହିବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଏବେ ଶୀତ କମ୍ ଥିବା ବେଳେ ଅଧିକ ରହୁଛି କୁହୁଡ଼ି ପ୍ରଭାବ ।  

ବିଜେପି ଆୟରେ ବଣ୍ଡ୍‍ କମ ଦାନ ଅଧିକ, କଂଗ୍ରେସକୁ ୧୭୦% ଅଧିକ ଟଙ୍କା 
ଭୁବନେଶ୍ୱର: ଭାରତର ନିର୍ବାଚନ କମିଶନ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ବିଭିନ୍ନ ରାଜନୀତିକ ଦଳ ଦାଖଲ କରିଥିବା ଆୟବ୍ୟୟ ରିପୋର୍ଟକୁ ସାର୍ବଜନୀନ କରିଛନ୍ତି। ଏହିକ୍ରମରେ ଦେଶର ଦୁଇ ସର୍ବୋଚ୍ଚ ପାର୍ଟି ବିଜେପି ଓ କଂଗ୍ରେସର ଆୟ ଅନେକ ଗୁଣା ବୃଦ୍ଧି ପାଇଥିବା ଦର୍ଶାଯାଇଛି। ଏପରିକି ବିଜେପିର ଆୟରେ ୮୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ କଂଗ୍ରେସ ପୂର୍ବ ବର୍ଷ ଅପେକ୍ଷା ୧୭୦% ଅଧିକ ଆୟ କରିଛନ୍ତି। ପୁଣି ଏହି ରୋଜଗାରର ଅଂଶଗୁଡ଼ିକୁ ଦେଖିଲେ ଜଣାଯାଏ ଯେ, ପୂର୍ବ ବର୍ଷ ତୁଳନାରେ ବିଜେପି ଇଲେକ୍ଟୋରାଲ୍‍ ବଣ୍ଡ ମାଧ୍ୟମରେ ଆୟ କମିଥିବା ବେଳେ କଂଗ୍ରେସର ରୋଜଗାର ବଢ଼ିଛି। ନିର୍ବାଚନ କମିଶନଙ୍କ ମାର୍ଷିକ ବିବରଣୀରେ ଦର୍ଶଶାଯାଇଛି ଯେ, ବିଜେପିର ବାର୍ଷିକ ଆୟରେ ୮୩ ପ୍ରତିଶତ ବୃଦ୍ଧି ହୋଇଛି। 

୫ ବର୍ଷ ପରେ ଆରମ୍ଭ ହେବ ମାନସରୋବର ଯାତ୍ରା
 ଗୋଟିଏ ପଟେ ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ ଚାଲିଥିବା ବେଳେ ଅନ୍ୟପଟେ ଭକ୍ତମାନଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। ପୁଣି ଥରେ ଆରମ୍ଭ ହେବାକୁ ଯାଉଛି କୈଳାସ ମାନସରୋବର ଯାତ୍ରା। ୨୭ ଜାନୁଆରୀ, ୨୦୨୫ ସୋମବାର ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ବୈଦେଶିକ ସଚିବ-ଉପବୈଦେଶିକ ମନ୍ତ୍ରୀ ବୈଠକ ପାଇଁ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଜାନୁଆରୀ ୨୬-୨୭ରେ ବେଜିଂ ଗସ୍ତ କରିଥିଲେ। ଏହି ସମୟ ମଧ୍ୟରେ ଉଭୟ ଦଳ କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବୁଡ ପକାଇଲେ ଗୃହମନ୍ତ୍ରୀ
ପ୍ରୟାଗରାଜ ମହାକୁମ୍ଭମେଳାରେ ବୁଡ଼ ପକାଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ମହାକୁମ୍ଭରେ ଯୋଗଗୁରୁ ବାବା ରାମଦେବଙ୍କ ସହ ଯୋଗ ପାଇଁ ପୋଜ୍ ଦେଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
 
ସ୍ମୃତି ମନ୍ଧାନା କ୍ରିକେଟର ଅଫ ଦି ଇୟର
ଜାନୁଆରୀ ୨୭ରେ ଆଇସିସି ଏକ ବଡ଼ ଘୋଷଣା କରି ମହିଳା ଓଡ଼ିଆଇ କ୍ରିକେଟର ଅଫ୍ ଦି ଇୟର ଘୋଷଣା କରିଛି। ଭାରତୀୟ ମହିଳା କ୍ରିକେଟ୍ ଟିମ୍ ର ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନା ଏହି ଟାଇଟଲ୍ ଜିତିଛନ୍ତି। ସେ ଆଇସିସି ମହିଳା ODI କ୍ରିକେଟ୍ ଅଫ୍ ଦି ଇୟର ୨୦୨୪ ଟାଇଟଲ୍ ଜିତିଛନ୍ତି। ଏହି ବାମହାତୀ ଖେଳାଳି ୨୦୨୪ ମସିହାରେ ଚମତ୍କାର ପ୍ରଦର୍ଶନ କରି ବଡ଼ ବଡ଼ ଦିଗ୍ଗଜ ଖେଳାଳୀଙ୍କ ମଧ୍ୟ ନାଁ କରିଥିଲେ। ତେଣୁ ଆଇସିସି ତାଙ୍କୁ ଏକ ବଡ଼ ଟାଇଟଲ ଦେଇ ସମ୍ମାନିତ କରିବା ସହ ତାଙ୍କୁ ମହିଳା ଓଡିଆଇ କ୍ରିକେଟର ଅଫ୍ ଦି ଇୟର ଭାବରେ ସମ୍ମାନିତ କରିଛି।