IND vs ENG 2nd ODI Match: ତେବେ ଏହି ପିଚ୍ ରେ ବୋଲରମାନେ ଆଧିପତ୍ୟ ବଜାୟ ରଖିବେ ବୋଲି ଆଶା କରାଯାଉଛି। ଏହାବ୍ୟତୀତ ଏଠାରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଅଧିନାୟକମାନେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରନ୍ତି। ହେଲେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି।
Trending Photos
IND vs ENG 2nd ODI Match: କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ତେବେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜିତି ସିରିଜ୍ ରେ ୧-୦ରେ ଆଗୁଆ ରହିଛି। ଏହି ପଡ଼ିଆରେ ଦଳର ଏକ ଚମତ୍କାର ରେକର୍ଡ ରହିଛି। କଟକରେ ଦଳ କ୍ରମାଗତ ୧୮ ବର୍ଷ ଧରି କୌଣସି ମ୍ୟାଚ୍ ହାରିନାହିଁ। ପ୍ରାୟ ୬ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ଏଠାରେ ବୋଲର କିମ୍ବା ବ୍ୟାଟ୍ସମ୍ୟାନଙ୍କ ପ୍ରାଧାନ୍ୟ ରହିଛି କି ନାହିଁ ତାହା ଦେଖିବା ଆକର୍ଷଣୀୟ ହେବ। ଆସନ୍ତୁ ଜାଣିବା ପିଚ୍ ରିପୋର୍ଟ କେମିତି ରହିଛି।
କଟକବାରବାଟୀ ଷ୍ଟାଡିୟମର ପିଚ୍ ସ୍ପିନରଙ୍କ ପାଇଁ ସହାୟକ ହୋଇଛି। ଏଭଳି ସ୍ଥିତିରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ରନ୍ କରିବା କଷ୍ଟକର ହୋଇପଡ଼ିବ। କାରଣ ସ୍ପିନରଙ୍କ ବ୍ୟତୀତ ଦ୍ରୁତ ବୋଲର ମାନଙ୍କୁ ମଧ୍ୟ ଆରମ୍ଭରେ ନୂଆ ବଲ୍ ରେ ସହାୟତା ମିଳୁଛି, ଯାହା ଫଳରେ ରନ୍ କରିବା କଷ୍ଟକର ହୋଇପଡ଼ୁଛି। ଏଠାରେ ପ୍ରତ୍ୟେକ ରନ୍ ପାଇଁ ବ୍ୟାଟ୍ସ ମ୍ୟାନଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିପାରେ। ତେବେ ଏହି ପିଚ୍ ରେ ବୋଲରମାନେ ଆଧିପତ୍ୟ ବଜାୟ ରଖିବେ ବୋଲି ଆଶା କରାଯାଉଛି। ଏହାବ୍ୟତୀତ ଏଠାରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଅଧିନାୟକମାନେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରନ୍ତି। ହେଲେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି।
ବାରବାଟୀ ଷ୍ଟାଡିୟମର ପରିସଂଖ୍ୟାନ କ'ଣ?
କଟକ ବାରବାଟୀ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ମୋଟ ୨୭ଟି ଦିନିକିଆ ମ୍ୟାଚ୍ ଖେଳାଯାଇଛି। ଏହି ସମୟ ମଧ୍ୟରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୧ ଥର ଜିତିଥିବା ବେଳେ ରନ୍ ପିଛା କରୁଥିବା ଦଳ ୧୬ ଥର ବିଜୟୀ ହୋଇଛନ୍ତି। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଏହି ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ୩୮୧ ରନ୍ ର ସ୍କୋର ଧାର୍ଯ୍ୟ କରିଥିଲା। ଖାଲି ସେତିକି ନୁହେଁ ଟିମ୍ ଇଣ୍ଡିଆ ମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମୋଟ ୧୮୯ ରନ୍ କରିଥିଲା। ମୋଟାମୋଟି ଭାବେ ଏଠାରେ ରୋମାଞ୍ଚକର ମ୍ୟାଚ୍ ଆଶା କରାଯାଇପାରେ।