IND vs BAN 3rd ODI Weather Forecast: ଭାରତ-ବାଂଲାଦେଶ ତୃତୀୟ ଦିନିକିଆ ହେବ ବାତିଲ? ଜାଣନ୍ତୁ କେମିତି ରହିବ ଚଟ୍ଟଗ୍ରାମର ପାଣିପାଗ
Advertisement
Article Detail0/zeeodisha/odisha1478227

IND vs BAN 3rd ODI Weather Forecast: ଭାରତ-ବାଂଲାଦେଶ ତୃତୀୟ ଦିନିକିଆ ହେବ ବାତିଲ? ଜାଣନ୍ତୁ କେମିତି ରହିବ ଚଟ୍ଟଗ୍ରାମର ପାଣିପାଗ

IND vs BAN 3rd ODI Weather Forecast: ଆସନ୍ତକାଲି (ଶନିବାର) ଡିସେମ୍ବର ୧୦ରେ ଜହୁର ଅହମ୍ମଦ ଚୌଧୁରୀ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମ୍ୟାଚ ବର୍ତ୍ତମାନ ଭାରତ ପାଇଁ ଔପଚାରିକତା ରହିଯାଇଛି । କାରଣ ଟିମ୍ ଇଣ୍ଡିଆ ପୂର୍ବରୁ ହିଁ ସିରିଜକୁ ହାରି ସାରିଛି । ଟିମ୍ ଇଣ୍ଡିଆ ପ୍ରଥମ ଓ ଦ୍ୱିତୀୟ ଦିନିକିଆରେ ପରାଜୟର ସମ୍ମୁଖୀନ ହୋଇଥିଲା । 

IND vs BAN 3rd ODI Weather Forecast: ଭାରତ-ବାଂଲାଦେଶ ତୃତୀୟ ଦିନିକିଆ ହେବ ବାତିଲ? ଜାଣନ୍ତୁ କେମିତି ରହିବ ଚଟ୍ଟଗ୍ରାମର ପାଣିପାଗ

India vs Bangladesh 3rd ODI Weather Forecast: ଭାରତ ଓ ବାଂଲାଦେଶ ମଧ୍ୟରେ ଏକଦିବସୀୟ ସିରିଜ (IND vs BAN ODI Series) ଜାରି ରହିଛି । ଏହି ସିରିଜର ତୃତୀୟ ତଥା ଶେଷ ଦିନିକିଆ (ODI) ବାଂଲାଦେଶର ଚଟ୍ଟଗ୍ରାମରେ ଖେଳାଯିବ । ଆସନ୍ତକାଲି (ଶନିବାର) ଡିସେମ୍ବର ୧୦ରେ ଜହୁର ଅହମ୍ମଦ ଚୌଧୁରୀ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ (India vs Bangladesh 3rd ODI) ଅନୁଷ୍ଠିତ ହେବ । ଏହି ମ୍ୟାଚ ବର୍ତ୍ତମାନ ଭାରତ (Indian Cricket Team) ପାଇଁ ଔପଚାରିକତା ରହିଯାଇଛି । କାରଣ ଟିମ୍ ଇଣ୍ଡିଆ ପୂର୍ବରୁ ହିଁ ସିରିଜକୁ ହାରି ସାରିଛି । ଟିମ୍ ଇଣ୍ଡିଆ (Team India) ପ୍ରଥମ ଓ ଦ୍ୱିତୀୟ ଦିନିକିଆ (ODI) ରେ ପରାଜୟର ସମ୍ମୁଖୀନ ହୋଇଥିଲା । ଫଳରେ ବାଂଲାଦେଶ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଅପରାଜିତ ୨-୦ରେ ଆଗୁଆ ରହିଛି । ଏଭଳି ପରିସ୍ଥିତିରେ ଆୟୋଜକ ଦେଶର ଲକ୍ଷ୍ୟ ମଧ୍ୟ ଏହି ମ୍ୟାଚ୍ ଜିତି ଅପରାଜିତ ରହିବାର ରହିଛି ।

ତୃତୀୟ ODI ବାଂଲାଦେଶର ଚଟ୍ଟଗ୍ରାମରେ ଖେଳାଯିବ । ପାଣିପାଗ ବିଷୟରେ କହିବାକୁ ଗଲେ, ଚଟ୍ଟଗ୍ରାମର ତାପମାତ୍ରା ମଧ୍ୟାହ୍ନ ୧୧-୧୨ରେ ୨୫ରୁ ୨୭ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଯାଇପାରେ । Accuweather ର ରିପୋର୍ଟ ଅନୁଯାୟୀ, ଦିନ ୨-୪ ମଧ୍ୟରେ ଏହା ୨୭-୨୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଯିବ ବୋଲି ଆଶା କରାଯାଉଛି । ରାତିରେ ତାପମାତ୍ରା ହ୍ରାସ ପାଇବ ଓ ୨୧ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିବ ବୋଲି ଆଶା କରାଯାଉଛି । ଏଭଳି ପରିସ୍ଥିତିରେ ବର୍ଷା ଯୋଗୁଁ ଖେଳ ବନ୍ଦ ହେବାର କୌଣସି ଆଶଙ୍କା ନାହିଁ । ତେଣୁ ପ୍ରଶଂସକମାନେ ଏହି ମ୍ୟାଚକୁ ସଂପୂର୍ଣ୍ଣ ଭାବେ ଉପଭୋଗ କରିପାରିବେ ।

ଏଠାରେ କହି ରଖୁଛୁ ଯେ, ଆୟୋଜକ ଦେଶ ବାଂଲାଦେଶ ସିରିଜର ପ୍ରଥମ ୨ଟି ଦିନିକିଆ ମ୍ୟାଚ ଅତି ନିକଟମ ବ୍ୟବଧାନରେ ଜିତିଥିଲା । ଆୟୋଜକମାନେ ପ୍ରଥମ ଏକଦିବସୀୟ ମ୍ୟାଚକୁ ମାତ୍ର ୧ ୱିକେଟରେ ଜିତିଥିବା ବେଳେ ଦ୍ୱିତୀୟ ଦିନିକିଆକୁ ୫ ରନରେ ଜିତିଛି । ଭାରତୀୟ ବ୍ୟାଟିଂ ଉଭୟ ମ୍ୟାଚ୍‌ରେ ଫ୍ଲପ୍ ଥିଲା । ଏହା ସହ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଆଘାତ ସହ ମଧ୍ୟ ସାମ୍ନା କରିବାକୁ ପଡ଼ୁଛି । ପ୍ରଥମ ODI ରେ ଟିମ୍ ଇଣ୍ଡିଆ ୪୧.୨ ଓଭରରେ ୧୮୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଏଥି ସହିତ ଦ୍ୱିତୀୟ ଦିନିକିଆରେ ମେହଦି ହାସନ ମିରାଜଙ୍କ ୱିକେଟ୍ ନେବାରେ ଭାରତୀୟ ବୋଲରମାନେ ସଫଳ ହୋଇପାରିନଥିଲେ ଓ ଆୟୋଜକ ଦଳର ସ୍କୋର ୨୭୦ ଅତିକ୍ରମ କରିଥିଲା ।

ଏହା ବି ପଢ଼ନ୍ତୁ:-ହିମାଚଳରେ କଂଗ୍ରେସର ବିଜୟ ପରେ ରାହୁଲ ଗାନ୍ଧୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଗୁଜୁରାଟରେ ପରାଜୟକୁ ନେଇ ବି କହିଲେ ଏପରି କିଛି

ଏହା ବି ପଢ଼ନ୍ତୁ:-ବିଶ୍ୱକପରୁ ପାକିସ୍ତାନ ହେଲା ବାହାର, ଭାରତ ଭିସା ଦେବାକୁ କଲା ମନା

ଏହା ବି ପଢ଼ନ୍ତୁ:-କିଏ ହେବେ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଏହି ୩ ନାମ

 

ବାଂଲାଦେଶ ବିପକ୍ଷ ODI ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ ଅଧିନାୟକ), ଦୀପକ ଚହର, ଶିଖର ଧାୱନ, ଇଶାନ କିଶନ, ଶ୍ରେୟସ ଆୟର, ବିରାଟ କୋହଲି, ମହମ୍ମଦ ସିରାଜ, ଋଷଭ ପନ୍ତ, ଅକ୍ସର ପଟେଲ, ରଜତ ପାଟିଦାର, କୁଲଦୀପ ସେନ, ଶାହବାଜ ଅହମ୍ମଦ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ରାହୁଲ ତ୍ରିପାଠୀ, ୱାଶିଂଟନ୍ ସୁନ୍ଦର ।