Weather Update: ରାଜ୍ୟରେ ଜାରି ରହିଛି ଅଦିନିଆ ବର୍ଷା ପବନ । ସୋମବାର ପର୍ଯ୍ୟନ୍ତ ୧୨ ଜିଲ୍ଲାକୁ ବର୍ଷା ନେଇ ଅରେଞ୍ଜ୍ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସୋମବାର ପର୍ଯ୍ୟନ୍ତ ୧୨ ଜିଲ୍ଲାକୁ ବର୍ଷା ନେଇ ଅରେଞ୍ଜ୍, ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।
ଅରେଞ୍ଜ୍ ୱାର୍ଣ୍ଣିଂ ମଧ୍ୟରେ ରହିଛି ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବର । ଏସବୁ ଜିଲ୍ଲାରେ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହ ୪୦ରୁ ୫୦ କିମି ପବନ ବହିପାରେ
ୟେଲୋ ୱାର୍ଣ୍ଣିଂ ମଧ୍ୟରେ ରହିଛି ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ । ଏହି ଜିଲ୍ଲାଗୁଡିକରେ ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦ କିମି ପବନ ହେବାର ସମ୍ଭାବନା ରହିଛି ।
ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ଏସ୍ଆର୍ସି ।
ଆଜି କେନ୍ଦ୍ରାପଡ଼ା ତନ୍ତିଆପାଳ ଥାନା ସୁନିତି ଗାଁରେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ ହୋଇଛି । ବିଲକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ ମହିଳା ।
ट्रेन्डिंग फोटोज़