IND vs IRE: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି (୧୮ ଅଗଷ୍ଟ) ଖେଳାଯିବ । ଜାଣନ୍ତୁ ମ୍ୟାଚର ପିଚ୍ ରିପୋର୍ଟ, ପାଣିପାଗ ସମେତ ସବୁକିଛି ...।
Trending Photos
Ireland vs India 1st T20I: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ହାରିବା ପରେ ଭାରତୀୟ କ୍ରିକେଟ୍ ଦଳ (Indian cricket team) ବର୍ତ୍ତମାନ ଆୟର୍ଲାଣ୍ଡ ସହିତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବାକୁ ଯାଉଛି । ଏହି ସିରିଜରେ ଏକ ଯୁବ ଭାରତୀୟ ଦଳ ଦେଖିବାକୁ ମିଳିବ, ଯାହାର ଅଧିନାୟକ ଜସପ୍ରୀତ ବୁମ୍ରା (Jasprit Bumrah) ଅଟନ୍ତି । ତିନି ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ୍ ୧୮ ଅଗଷ୍ଟ ଶୁକ୍ରବାର ଦିନ ଖେଳାଯିବ । ତେବେ ଆସନ୍ତୁ ଜାଣିବା ଥମ ଟି-୨୦ ମ୍ୟାଚର ପିଚ୍ ରିପୋର୍ଟ, ପାଣିପାଗ ସମେତ ସବୁକିଛି ...।
ଏହି ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଜସପ୍ରୀତ ବୁମ୍ରାଙ୍କ ଅଧିନାୟକତ୍ୱ କରିବେ, ଯିଏକି ତାଙ୍କ ପିଠିରେ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଦୀର୍ଘ ସମୟ ପରେ ପଡ଼ିଆକୁ ଫେରିବାକୁ ଯାଉଛନ୍ତି । ଏହା ବ୍ୟତୀତ ରିଙ୍କୁ ସିଂ ଓ ଜିତେଶ ଶର୍ମା ମଧ୍ୟ ଏହି ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି ।
ବୁମ୍ରାଙ୍କ ପାଇଁ ସହଜ ହେବ ନାହିଁ ପ୍ଲେଇଂ ଇଲେଭନର ଚୟନ
ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ପ୍ରାୟ ସମସ୍ତ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଜସପ୍ରୀତ ବୁମ୍ରା ଏହି ଦଳର ଅଧିନାୟକ ଅଟନ୍ତି । ଏଥି ସହିତ ଯଶସ୍ୱୀ ଜୌସୱାଲ, ତିଲକ ଭର୍ମା, ରିଙ୍କୁ ସିଂ, ଶାହାବାଜ ଅହମ୍ମଦ, ଶିବମ୍ ଦୁବେ ଓ ଜିତେଶ ଶର୍ମାଙ୍କ ଭଳି ଯୁବ ଖେଳାଳି ଦଳରେ ଉପସ୍ଥିତ ଅଛନ୍ତି । ଏଭଳି ପରିସ୍ଥିତିରେ ଭାରତୀୟ ଅଧିନାୟକ ଜସପ୍ରୀତ ବୁମ୍ରାଙ୍କ ପାଇଁ ପ୍ଲେଇଂ ଇଲେଭନ ଚୟନ କରିବା ସହଜ ହେବ ନାହିଁ ।
ପିଚ୍ ରିପୋର୍ଟ
ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଦୁଲବିନର ଦି ଗ୍ରାମରେ ଖେଳାଯିବ । ଏଠାରେ ପିଚ୍ ବ୍ୟାଟିଂ ପାଇଁ ଅତ୍ୟନ୍ତ ଅନୁକୂଳ ଅଟେ । ତେବେ ପ୍ରାରମ୍ଭିକ ଓଭରରେ ଦ୍ରୁତ ବୋଲରମାନେ ମଧ୍ୟ ଏଠାରେ ସାହାଯ୍ୟ ପାଆନ୍ତି । ଟସ୍ ଜିତିଥିବା ଦଳ ଏଠାରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରେ ।
ଲାଇଭ୍ ଷ୍ଟ୍ରିମିଂ ଡ଼ିଟେଲ୍ସ
ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍ ପାଇଁ ଭିଆକମ୍ -୧୮ ଲାଇଭ୍ ଷ୍ଟ୍ରିମିଂ କରିବାର ଅଧିକାର ପାଇଛି । ଏଭଳି ପରିସ୍ଥିତିରେ ପ୍ରଥମ ଥର ପାଇଁ ଦଳ ଭାରତ ଓ ଆୟର୍ଲାଣ୍ଡ ଟି-୨୦ ସିରିଜ୍ ଖେଳିବାକୁ ଯାଉଛି । ଏହି ସିରିଜ୍ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ଫ୍ୟାନକୋଡ୍ ଓ ଜିଓ ସିନେମାରେ ମଧ୍ୟ ଦେଖିବାକୁ ମିଳିବ ।
ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ - ଜସପ୍ରୀତ ବୁମ୍ରା (ଅଧିନାୟକ), ରୁତୁରାଜ ଗାଇକୱାଡ (ଉପ-ଅଧିନାୟକ), ଯଶସ୍ୱୀ ଜୈସୱାଲ, ତିଲକ ଭର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ (ୱିକେଟ୍ କିପର), ଜିତେଶ ଶର୍ମା (ୱିକେଟ୍ କିପର), ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରୀଷ୍ଣା, ଅର୍ଶଦୀପ ସିଂ, ମୁକେଶ କୁମାର ଓ ଆବେଶ ଖାନ ।
ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଆୟର୍ଲାଣ୍ଡ ଦଳ: ପଲ୍ ଷ୍ଟିରଲିଂ (ଅଧିନାୟକ), ଆଣ୍ଡ୍ରିୟୁ ବଲବର୍ନି, ମାର୍କ ଅଦାୟର, ରସ ଅଦାୟର, କାର୍ଟିସ କ୍ୟାମ୍ପେର, ଗାରେଥ ଡେଲାନି, ଜର୍ଜ ଡକ୍ରେଲ, ଫିଓନ ହ୍ୟାଣ୍ଡ, ଜୋଶୁଆ ଲିଟିଲ, ବାରି ମ୍ୟାକକାର୍ଟି, ହ୍ୟାରି ଟେକ୍ଟର, ଲର୍କେନ ଟକର, ଥିଓ ୱାନ ଭୋରେକମ, ବେନ୍ ହ୍ୱାଇଟ୍ ଓ କ୍ରେଗ୍ ୟଙ୍ଗ୍ ।
ଭାରତ-ଆୟର୍ଲାଣ୍ଡ ଟି-୨୦ ସିରିଜ୍ କାର୍ଯ୍ୟସୂଚୀ
୧୮ ଅଗଷ୍ଟ - ପ୍ରଥମ T20 (ଡବଲିନ୍), ଭାରତୀୟ ସମୟ ସନ୍ଧ୍ୟା ୭:୩୦
୨୦ ଅଗଷ୍ଟ - ଦ୍ୱିତୀୟ T20 (ଡବଲିନ୍), ଭାରତୀୟ ସମୟ ସନ୍ଧ୍ୟା ୭:୩୦
୨୩ ଅଗଷ୍ଟ - ତୃତୀୟ T20 (ଡବଲିନ୍), ଭାରତୀୟ ସମୟ ସନ୍ଧ୍ୟା ୭:୩୦