World Athletics Championships: ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଫାଇନାଲରେ ଯୋଗ୍ୟତା ହାସଲ କିଶୋର ଜେନା
Advertisement
Article Detail0/zeeodisha/odisha1841449

World Athletics Championships: ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଫାଇନାଲରେ ଯୋଗ୍ୟତା ହାସଲ କିଶୋର ଜେନା

World Athletics Championships 2023: କିଶୋର ଜେନା ନିଜର ପ୍ରଥମ ପ୍ରୟାସରେ ୮୦.୬୬ ମିଟର ଜାଭେଲିନ୍ ଫିଙ୍ଗିଥିବା ବେଳେ, ପରବର୍ତ୍ତୀ ଦୁଇଟି ପ୍ରୟାସ ଏତେ ଭଲ ନଥିଲା । ତଥାପି ଯେକୌଣସି ପ୍ରକାରରେ ସେ ଫାଇନାଲରେ ପହଞ୍ଚିବା ସଫଳ ହୋଇଥିଲେ ।

ସୌ: ସୋସିଆଲ ମିଡିଆ

World Athletics Championships 2023: ବୁଦ୍ଧାପେଷ୍ଟରେ ଚାଲିବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଶା ଆଥଲେଟ୍ (Odisha athlete) କିଶୋର ଜେନା (Kishore Jena) ଜାଭେଲିନ୍ ଥ୍ରୋ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ତାଙ୍କ ସମେତ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୩ ରେ ଭାରତୀୟ ଆଥଲେଟ୍ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ପୁରୁଷ ଜାଭେଲିନ୍ ଥ୍ରୋ (Javelin Throw) ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । କିଶୋର ଜେନା ନିଜର ପ୍ରଥମ ପ୍ରୟାସରେ ୮୦.୬୬ ମିଟର ଜାଭେଲିନ୍ ଫିଙ୍ଗିଥିବା ବେଳେ, ପରବର୍ତ୍ତୀ ଦୁଇଟି ପ୍ରୟାସ ଏତେ ଭଲ ନଥିଲା । ତଥାପି, ସେ ଯେକୌଣସି ପ୍ରକାରେ ଫାଇନାଲରେ ପହଞ୍ଚିବା ସଫଳ ହୋଇଥିଲେ ।

ନୀରଜ ତାଙ୍କର ପ୍ରଥମ ପ୍ରୟାସରେ ୮୮.୭୭ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିଥିଲେ । ସ୍ୱିଡେନର ବୁଦ୍ଧାପେଷ୍ଟରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ର ଅନ୍ତିମ ମ୍ୟାଚ୍ ୨୭ ଅଗଷ୍ଟରେ ଅନୁଷ୍ଠିତ ହେବ । ଚଳିତ ସିଜନରେ ନୀରଜ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଦେଇଛନ୍ତି । ଏହାପୂର୍ବରୁ, ୮୮.୬୭ ମିଟର ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଥିଲା । ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । ଆସନ୍ତା ବର୍ଷ ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ପ୍ୟାରିସ୍ ଅଲିମ୍ପିକ୍ସ ଅନୁଷ୍ଠିତ ହେବ ।

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୩ ରେ ନୀରଜଙ୍କ ସହ ଭାରତର ଡିପି ମନୁ ମଧ୍ୟ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଭାଗ ନେଉଛନ୍ତି । ସେ ପ୍ରଥମ ପ୍ରୟାସରେ ୭୮.୧ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିଥିଲେ । ଦ୍ୱିତୀୟ ପ୍ରୟାସରେ ସେ ଜାଭେଲିନ୍କୁ ୮୧.୩୧ ମିଟର ଦୂରକୁ ଫିଙ୍ଗିଥିଲେ । ବିଶ୍ୱ ଚାମ୍ପିଅନସିପ୍ ୨୦୨୩ ର ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜ ଗ୍ରୁପ୍ ଏରେ ଶୀର୍ଷରେ ରହିଛନ୍ତି । ଜର୍ମାନୀର ଜୁଲିଆନ୍ ୱେବର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ଜାଭେଲିନ୍ କୁ ୮୨.୩୯ ମିଟର ଦୂରକୁ ଫିଙ୍ଗିଥିଲେ । ଭାରତର ଡିପି ମନୁ ତୃତୀୟ ସ୍ଥାନରେ ରହିଥିଲେ । ଡେଭିଡ ୱେଗ୍ନର୍ ଚତୁର୍ଥ ସ୍ଥାନରେ ରହିଲେ । ସେ ଜାଭେଲିନ୍କୁ ୮୧.୨୫ ମିଟର ଦୂରରେ ଫିଙ୍ଗିଥିଲେ ।

ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ କି ତିନିଜଣ ଭାରତୀୟ ବିଶ୍ୱ ଚାମ୍ପିଅନସିପରେ ଏକ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

ଏହା ବି ପଢ଼ନ୍ତୁ: Chess World Cup 2023: ପରାଜୟ ସତ୍ତ୍ୱେ ପ୍ରଜ୍ଞାନ୍ନନ୍ଦାଙ୍କ ଉପରେ ହେଲା ଧନ ବର୍ଷା, ରନର୍ସ ଅପ୍ ଭାବରେ ପାଇଲେ ଏତିକି ଟଙ୍କା

ଏହା ବି ପଢ଼ନ୍ତୁ: World Cup 2023: ସେପ୍ଟେମ୍ବର ୨୯ ରୁ ଖେଳାଯିବ ବିଶ୍ୱକପ୍ ୱାର୍ମ ଅପ୍ ମ୍ୟାଚ୍, ICC ଜାରି କଲା କାର୍ଯ୍ୟସୂଚୀ