Macron's Curious Kiss With Sports Minister : ପ୍ୟାରିସ ଅଲମ୍ପିକ୍ସରେ ବିଭିନ୍ନ ରାଷ୍ଟ୍ରର କ୍ରୀଡ଼ାବିତମାନେ ପଦକ ବିଜୟ ଲକ୍ଷ୍ୟରେ ସଂଘର୍ଷ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଏକ ବିବାଦ ଦେଖିବାକୁ ମିଳିଛି । ପୁରା ପଢନ୍ତୁ..
Trending Photos
Emmanuel Macron’s intimate kiss with sports minister : ପ୍ୟାରିସ ଅଲିମ୍ପିକ୍ସର ଆଜି ପଞ୍ଚମ ଦିବସ ହୋଇଥିବା ବେଳେ ବିଭିନ୍ନ ରାଷ୍ଟ୍ରର କ୍ରୀଡ଼ାବିତମାନେ ପଦକ ବିଜୟ ଲକ୍ଷ୍ୟରେ ସଂଘର୍ଷ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଅଲିମ୍ପିକ୍ସରେ ଏକ ବିବାଦ ଦେଖିବାକୁ ମିଳିଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓ କ୍ରୀଡ଼ାମନ୍ତ୍ରୀ ଏମିଲୀ ଓଉଦେୟା-କାସ୍ତେରାଙ୍କ କିସ୍ କରୁଥିବା ଏକ ଫଟୋକୁ ନେଇ ବିବାଦ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ ଅଲିମ୍ପିକ୍ସ ଉଦଘାଟନ ସମାରୋହ ଅବସରରେ ଏହି ଘଟଣା ଘଟିଥିଲା । ଉକ୍ତ ସମାରୋହରେ ରାଷ୍ଟ୍ରପତି ମାକ୍ରନ କ୍ରୀଡ଼ାମନ୍ତ୍ରୀଙ୍କୁ ଆଲିଙ୍ଗନ କରିବା ସହ କିସ୍ କରିଥିବା ଦେଖାଦେଇଥିଲା । ଉକ୍ତ ଘଟଣାର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
କିଛି ଦେଶରେ ଆଲିଙ୍ଗନ ଅଭିବାଦନ ଥିବାଭଳି ଫ୍ରାନ୍ସରେ ଚୁମ୍ବନକୁ ଏକ ସାମାନ୍ୟ ଅଭିବାଦନ ଭାବେ ଗ୍ରହଣ କରାଯାଏ।ହେଲେ ଏହି ଘଟଣାକୁ କିଛି ଲୋକ ବିରୋଧ କରୁଥିବା ଦେଖାଯାଇଛି ।
ସୋସିଆଲ ମିଡ଼ିଆରେ ଏହି ଫଟୋ ଭାଇରାଲ ହେଉଥିବା ବେଳେ ଭିନ୍ନ ଭିନ୍ନ କମେଣ୍ଟ ଆସୁଛି।କିଛି ୟୁଜର୍ସ ବିବାଦ ଘେରରେ ନେଇ ନିନ୍ଦା କରୁଥିବା ବେଳେ କିଛି ୟୂଜର୍ସ ଅନେକ ଭଲପାଇବା ଦେଇଛନ୍ତି।କିଛି ୟୁଜର୍ସ କହିଛନ୍ତିଯେ, ଏହା ଶିଷ୍ଟାଚାରର ସୀମା ଟପିଯାଇଛି ଓ ଏହା ଅଶୋଭନୀୟ ଅଟେ । ଆଉ କିଛି କହିଛନ୍ତି, ପ୍ରେମୀଯୁଗଳ ପରସ୍ପର ସହ ଏପରି କରିବା ନଜିର ଆମେ ଦେଖିଛୁ ତେଣୁ ଏହା ଏକ ନିନ୍ଦନୀୟ ଘଟଣା । ଆଉ ଜଣେ ଲେଖିଛନ୍ତି, ମୋତେ ଏହି ଫଟୋ ଅଶୋଭନୀୟ ଲାଗୁଛି, ରାଷ୍ଟ୍ରପତି ଓ ମନ୍ତ୍ରୀଙ୍କ ପାଇଁ ଏହା ଠିକ୍ ନୁହେଁ । ଏହି ଚୁମ୍ବନ ଘଟଣାକୁ ନେଇ କିଛି ୟୁଜର୍ସ ସୋସିଆଲ ମିଡ଼ିଆରେ ମଜାଳିଆ ମୀମ୍ସ ମଧ୍ୟ ଶେୟାର କରୁଥିବା ଦେଖାଯାଇଛି ।