IND W vs BAN W: ବାଂଲାଦେଶକୁ ହରାଇ ଫାଇନାଲରେ ପହଞ୍ଚିଲା ଭାରତ, ସେମିଫାଇନାଲରେ ଇତିହାସ ରଚିଲେ ରେଣୁକା ସିଂ
Advertisement
Article Detail0/zeeodisha/odisha2354489

IND W vs BAN W: ବାଂଲାଦେଶକୁ ହରାଇ ଫାଇନାଲରେ ପହଞ୍ଚିଲା ଭାରତ, ସେମିଫାଇନାଲରେ ଇତିହାସ ରଚିଲେ ରେଣୁକା ସିଂ

India Women vs Bangladesh Women: ଭାରତୀୟ ମହିଳା ଦଳ ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ଭାରତ ବାଂଲାଦେଶ ମୁହାଁମୁହିଁ ହୋଇଥିଲା। ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ଦଶ ୱିକେଟ୍ ଜିତିନେଇଛି।

 

India Women won by 10 wickets

IND W vs BAN W: ମହିଳା ଏସିଆ କପ୍‌ର ସେମିଫାଇନାଲ ମ୍ୟାଚ୍‌ରେ ଭାରତ ଆଜି ବାଂଲାଦେଶକୁ ପରାସ୍ତ କରିଛି। ଏହି ମ୍ୟାଚ୍‌କୁ ଟିମ୍ ଇଣ୍ଡିଆ ଦଶ ୱିକେଟ୍ ଜିତି ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୮୦ ରନ୍ ସଂଗ୍ରହ କରିଥିଲା। ଟିମ୍ ଇଣ୍ଡିଆ ମାତ୍ର ୧୧ ଓଭରରେ ଏହି ସ୍କୋର ହାସଲ କରିନେଇଛି।

୮୧ ରନ ସ୍କୋରକୁ ପିଛାକରି ଟିମ୍ ଇଣ୍ଡିଆ ଏକ ଭଲ ଆରମ୍ଭ କରିଥିଲା। ଶେଫାଲୀ ଓବଂ ସ୍ମୃତି ମନ୍ଦନା ମାତ୍ର ୧୧ ଓଭରରେ ଏହି ଲକ୍ଷ୍ୟ ହାସଲ କରି ନେଇଥିଲେ। ୨୮ଟି ବଲରେ ଶେଫାଲି ବର୍ମା ୨୬ ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ସ୍ମୃତି ମନ୍ଦନା ୩୯ ବଲରେ ୫୫ ରନ୍ ସଂଗ୍ରହ କରିଥିଲେ। ସ୍ମୃତି ମନ୍ଦନା ନିଜ ଇନିଂସରେ ୯ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଏସିଆ କପରେ ଭାରତୀୟ ମହିଳା ଦଳ ଏପର୍ଯ୍ୟନ୍ତ ଅପରାଜୟ ରହିଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଭାରତୀୟ ଦଳ ନେପାଳ, ପାକିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରିଥିଲେ। ଭାରତ ପୁଣି ଥରେ ସେମିଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିବା ରେଣୁକା ଠାକୁର ସିଂକୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଛି।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ବାଂଲାଦେଶ ମହିଳା ଦଳ ପାଇଁ ଏହା ଏକ ଦୁଃସ୍ୱପ୍ନ ଭଳି ଥିଲା। ଅଧା ଦଳ ୩୫ ରନ୍ ମଧ୍ୟରେ ପାଭିଲିୟନକୁ ଫେରିଥିଲେ। ନିଗାର ବ୍ୟତୀତ ବାଂଲାଦେଶର କୌଣସି ବ୍ୟାଟ୍ସମ୍ୟାନ୍ ବିଶେଷ କିଛି କରିପାରି ନଥିଲେ ଓ ସମଗ୍ର ଦଳ ୮୦ ରନରେ ସୀମିତ ରହିଥିଲା।

ବାଂଲାଦେଶ ପାଇଁ ନିଗର ସୁଲତାନା ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୫୧ ବଲରେ ୩୨ ରନର ଇନିଂସ ଖେଳିଥିଲେ। ଏହି ଇନିଂସ ସମୟରେ ସେ ଦୁଇଟି ଚୌକା ମାରିଥିଲେ।