World Cup Final IND Vs AUS: ୨୦୦୩ର ବଦଲା ନେବ ଭାରତ, ନା ପୁଣି ଥରେ ଧୂଳି ଚଟାଇବ ଅଷ୍ଟ୍ରେଲିଆ?
Advertisement
Article Detail0/zeeodisha/odisha1964270

World Cup Final IND Vs AUS: ୨୦୦୩ର ବଦଲା ନେବ ଭାରତ, ନା ପୁଣି ଥରେ ଧୂଳି ଚଟାଇବ ଅଷ୍ଟ୍ରେଲିଆ?

World Cup Final IND Vs AUS: ODI ବିଶ୍ୱକପ ୨୦୨୩ର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୭୦ରନରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ସେପଟେ ଦକ୍ଷୀଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲ ଟିକେଟ୍ ପକ୍କା କରିଛି ଅଷ୍ଟ୍ରେଲିଆ। ତେଣୁ ଏବେ ଅଷ୍ଟ୍ରେଲିଆ ଫାଇନାଲରେ ଭାରତକୁ ଭେଟିବାକୁ ଯାଉଛି। 

World Cup Final IND Vs AUS: ୨୦୦୩ର ବଦଲା ନେବ ଭାରତ, ନା ପୁଣି ଥରେ ଧୂଳି ଚଟାଇବ ଅଷ୍ଟ୍ରେଲିଆ?

World Cup Final IND Vs AUS: ODI ବିଶ୍ୱକପ ୨୦୨୩ର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୭୦ରନରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ସେପଟେ ଦକ୍ଷୀଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲ ଟିକେଟ୍ ପକ୍କା କରିଛି ଅଷ୍ଟ୍ରେଲିଆ। ତେଣୁ ଏବେ ଅଷ୍ଟ୍ରେଲିଆ ଫାଇନାଲରେ ଭାରତକୁ ଭେଟିବାକୁ ଯାଉଛି। ୨୦୦୩ ବିଶ୍ୱକପରେ ସାଉଥ ଆଫ୍ରିକାରେ ଭାରତକୁ ହରାଇଥିଲା ଅଷ୍ଟ୍ରେଲିଆ ତେଣୁ ଚଳିତ ବିଶ୍ୱକପ୍ ଫାଇନାଲରେ ଭାରତ କିପରି ଏହାର ପ୍ରତିଶୋଧ ନେଉଛି ଏବେ ତାହା ଦେଖିବାକୁ ବାକି ରହିଲା।

ଅଷ୍ଟ୍ରେଲିଆ ଏକ ଜବରଦସ୍ତ କ୍ରିକେଟ୍ ଟିମ୍। ଆସନ୍ତା ନଭେମ୍ବର ୧୯ ତାରିଖ ଅର୍ଥାତ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ।

ODI ବିଶ୍ୱକପ ୨୦୧୯ର ସେମିଫାଇନାଲରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ରନ୍ଆଉଟ୍ ଏବଂ ଭାରତର ପରାଜୟର ଚିତ୍ର ପ୍ରଶଂସକଙ୍କ ମନରେ ସତେଜ ହୋଇ ରହିଥିଲା। ନ୍ୟୁଜିଲ୍ୟାଣ୍ଡ ୮ୱିକେଟ୍ ହରାଇ ୨୩୯ ରନ୍ ସଂଗ୍ରହ କରିଥିଲା। ଲାଗୁଥିଲା ଯେମିତି ଭାରତ ସପକ୍ଷରେ ମ୍ୟାଚ୍ ଯିବ, କିନ୍ତୁ ଟିମ୍ ଇଣ୍ଡିଆର ଟପ୍ ଅର୍ଡର କାର୍ଡ ଘର ପରି ଭୁଶୁଡି ପଡିଲା। ଏପରି ସମୟ ଆସିଥିଲା ଯେ ଭାରତର ସ୍କୋର ୬ ୱିକେଟ୍ ହରାଇ ୯୨ ରନ୍ ଥିଲା। ଶେଷରେ ଧୋନି ଏବଂ ଜାଡେଜା ବିଜୟର ଆଶା ବଢ଼ାଇଥିଲେ, କିନ୍ତୁ ମାହିଙ୍କ ରନ୍ ଆଉଟ୍ ସମସ୍ତ ଆଶାରେ ପାଣି ଢାଳି ଦେଇଥିଲା। ନଭେମ୍ବର ୧୫ ଖେଳାଯାଇଥିବା ୱାର୍ଲ୍ଡ କପ୍ ମ୍ୟାଚରେ ଏହାର ବଦଲା ନେଇଛି ଭାରତ।

ଏବେ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିବା ମାତ୍ରେ ୨୦୦୩ର ଚିନ୍ତା ପୁଣି ଫ୍ୟାନ୍ସଙ୍କୁ ଘାରିଛି। ଅଷ୍ଟ୍ରେଲିଆ ତୃତୀୟ ଥର ପାଇଁ ଭାରତକୁ ୧୨୫ ରନରେ ପରାସ୍ତ କରି ବିଶ୍ୱକପ ଜିତିଥିଲା। ଏହି ମ୍ୟାଚ୍‌ରେ ରିକି ପଣ୍ଟିଂ ୧୪୦ ରନ୍‌ର ଏକ ଇନିଂସ ଖେଳିଥିଲେ। ଏହି ମ୍ୟାଚରେ ଭାରତର ଏକମାତ୍ର ଆଶା ଥିଲା ବିରେନ୍ଦର ସେହୱାଗ,ଶେଷରେ ହାର୍ ମାନିଥିଲା ଟିମ୍। ଏବେ ୨୦ ବର୍ଷ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ପୁଣି ଥରେ ODI ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ବର୍ତ୍ତମାନ ଭାରତ ୨୦୦୩ ହାର୍ ର ପ୍ରତିଶୋଧ ନେବାର ସୁଯୋଗ ପାଇବ।

ସେପଟେ ODI ବିଶ୍ୱକପ ୨୦୨୩ରେ ଭାରତୀୟ କ୍ରିକେଟ୍ ଦଳ ଭଲ ଫର୍ମରେ ଅଛି। ଭାରତ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟର ୯ଟି ମ୍ୟାଚରୁ ୯ଟି ମ୍ୟାଚ୍ ଜିତିଛି। ବିରାଟ କୋହଲି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି। ସେ ୭୧୧ ରନ୍ ସହ ଟୁର୍ନାମେଣ୍ଟରେ ସର୍ବାଧିକ ରନ୍ କରିଥିବା ଖେଳାଳି ତାଲିକାରେ ଶୀର୍ଷରେ ଅଛନ୍ତି। ବିରାଟ ଏହି ବିଶ୍ୱକପ୍ ରେ ୩ଟି ଶତକ ହାସଲ କରିଛନ୍ତି। ଏଥି ସହିତ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି ତାଲିକାରେ ଅଛନ୍ତି ମହମ୍ମଦ ଶାମି। ସେ ୨୩ଟି ୱିକେଟ୍ ନେଇ ନମ୍ବର ୧ ରେ ଅଛନ୍ତି। ଯେଉଁଠାରେ ଅଷ୍ଟ୍ରେଲିଆ ୯ଟି ମ୍ୟାଚ ମଧ୍ୟରୁ ୭ଟି ଜିତିଛି।

Also Read: World Cup 2023 Final: ଭାରତ ତୃତୀୟ ଥର ପାଇଁ ନିଶ୍ଚିତ ଜିତିବ ବିଶ୍ୱକପ! ସେମିଫାଇନାଲ ବିଜୟ ପରେ ରହିଛି ଏହି ଆଶ୍ଚର୍ଯ୍ୟଜନକ ସଂଯୋଗ