WTC Point Table: ନ୍ୟୁଜିଲ୍ୟାଣ୍ଡର ସିରିଜ ହାରିବ ପରେ ପଏଣ୍ଟ ଟେବୁଲରେ ପରିବର୍ତ୍ତନ, ଜାଣନ୍ତୁ ଭାରତ ସମେତ ଅନ୍ୟ ଦେଶର ସ୍ଥିତି
Advertisement
Article Detail0/zeeodisha/odisha2451728

WTC Point Table: ନ୍ୟୁଜିଲ୍ୟାଣ୍ଡର ସିରିଜ ହାରିବ ପରେ ପଏଣ୍ଟ ଟେବୁଲରେ ପରିବର୍ତ୍ତନ, ଜାଣନ୍ତୁ ଭାରତ ସମେତ ଅନ୍ୟ ଦେଶର ସ୍ଥିତି

WTC Point Latest Table: ପଏଣ୍ଟ ଟେବୁଲରେ ଶ୍ରୀଲଙ୍କାର ସ୍ଥିତି ଅଧିକ ଶକ୍ତିଶାଳୀ ହୋଇଛି ଓ ଦଳ ତୃତୀୟ ସ୍ଥାନରେ ରହିଛି। ଏହି ଦଳ ୨୦୨୩-୨୫ WTC ଚକ୍ରରେ ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍ ଖେଳିଛି ଯେଉଁଥିରେ ୫ଟି ଜିତିଥିବାବେଳେ ୪ଟି ମ୍ୟାଚ୍ ହାରିଛି। ଶ୍ରୀଲଙ୍କାର ବିଜୟ ହାର ବର୍ତ୍ତମାନ ୫୫.୫୬ ରହିଛି। 

 

WTC Point Latest Table

WTC Point Table: ନ୍ୟୁଜିଲ୍ୟାଣ୍ଡ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ରେ ଶ୍ରୀଲଙ୍କା ଠାରୁ ଗୋଟିଏ ଇନିଂସ ଏବଂ ୧୫୪ ରନ୍ ବ୍ୟବଧାନରେ ପରାସ୍ତ ହୋଇଛି। ଏହି ବିଜୟ ସହିତ ଶ୍ରୀଲଙ୍କା ଦ୍ୱିତୀୟ ଥର ପାଇଁ ନିଜ ମାଟିରେ ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ କ୍ଲିନ୍ ସ୍ୱିପ୍ କରିବାରେ ସଫଳ ହୋଇଛି। ଏହାପୂର୍ବରୁ ୨୦୦୯ ମସିହାରେ ଶ୍ରୀଲଙ୍କା ଟେଷ୍ଟ ସିରିଜରେ କିୱି ଦଳକୁ କ୍ଲିନ୍ ସ୍ୱିପ୍ କରିସାରିଥିଲା ​​ଓ ବର୍ତ୍ତମାନ ୧୫ ବର୍ଷ ପରେ ଶ୍ରୀଲଙ୍କା ଏହାର ଐତିହାସିକ ସଫଳତାର ପୁନରାବୃତ୍ତି କରିଛି। ଶ୍ରୀଲଙ୍କାର ଏହି ବିଜୟ ପରେ ଏହା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ପଏଣ୍ଟ ଟେବୁଲରେ ତିନି ନମ୍ବର ସ୍ଥାନରେ ନିଜର ସ୍ଥିତିକୁ ଆହୁରି ଦୃଢ଼ କରିପାରିଛି।

ପଏଣ୍ଟ ଟେବୁଲରେ ଶ୍ରୀଲଙ୍କାର ସ୍ଥିତି ଅଧିକ ଶକ୍ତିଶାଳୀ ହୋଇଛି ଓ ଦଳ ତୃତୀୟ ସ୍ଥାନରେ ରହିଛି। ଏହି ଦଳ ୨୦୨୩-୨୫ WTC ଚକ୍ରରେ ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍ ଖେଳିଛି ଯେଉଁଥିରେ ୫ଟି ଜିତିଥିବାବେଳେ ୪ଟି ମ୍ୟାଚ୍ ହାରିଛି। ଶ୍ରୀଲଙ୍କାର ବିଜୟ ହାର ବର୍ତ୍ତମାନ ୫୫.୫୬ ରହିଛି। ଅନ୍ୟପକ୍ଷରେ ଶ୍ରୀଲଙ୍କାଠାରୁ କ୍ରମାଗତ ଦୁଇ ପରାଜୟ ପରେ ନ୍ୟୁଜିଲ୍ୟାଣ୍ଡର ଦଳ ୭ ନମ୍ବରରେ ଅଛି ଏବଂ ଏପର୍ଯ୍ୟନ୍ତ କିୱି ଦଳ ଖେଳିଥିବା ୮ଟି ମ୍ୟାଚ ମଧ୍ୟରୁ ୫ଟି ମ୍ୟାଚ ହାରିଥିବା ବେଳେ ମାତ୍ର ୩ଟି ମ୍ୟାଚ୍  ଜିତିଛି। ଏହି ଦଳର ବିଜୟ ପ୍ରତିଶତ ବର୍ତ୍ତମାନ ୩୭.୫୦ ଅଟେ। ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡକୁ ଭାରତ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ।

fallback

ଶ୍ରୀଲଙ୍କାର ବିଜୟ ପରେ ମଧ୍ୟ ଭାରତର ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି। ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୦ ଟି ମ୍ୟାଚ ମଧ୍ୟରୁ ଭାରତ ୭ଟି ଜିତିଛି, ୨ ରେ ହାରିଛି ଏବଂ ଗୋଟିଏ ମ୍ୟାଚ ଡ୍ର ହୋଇଛି। ଭାରତର ବିଜୟ ହାର ହେଉଛି ୭୧.୬୭ ଯାହା ସର୍ବାଧିକ। ଏହି ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆର ଦଳ ଭାରତ ପରେ ରହିଛି, ଯାହାର ବିଜୟ ପ୍ରତିଶତ ୬୨.୫୦। ଏପର୍ଯ୍ୟନ୍ତ ଦଳ ଖେଳିଥିବା ୧୨ଟି ମ୍ୟାଚ୍ ମଧ୍ୟରୁ ୮ ଟି ଜିତିଥିବାବେଳେ ୩ଟି ହାରିଛି ଏବଂ ଗୋଟିଏ ମ୍ୟାଚ୍ ଡ୍ର ହୋଇଛି। ଏହି ପଏଣ୍ଟ ଟେବୁଲରେ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ଥିବାବେଳେ ବାଂଲାଦେଶ ପଞ୍ଚମ ସ୍ଥାନରେ ଥିବାବେଳେ ଦକ୍ଷିଣ ଆଫ୍ରିକା ଷଷ୍ଠ ସ୍ଥାନରେ ରହିଛି। ବର୍ତ୍ତମାନ ପାକିସ୍ତାନ ଅଷ୍ଟମ ସ୍ଥାନରେ ଓ ୱେଷ୍ଟଇଣ୍ଡିଜ୍ ନବମ ସ୍ଥାନରେ ରହିଛି।

Also Read: IND vs BAN: ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ୍ ପାଇଁ ଘୋଷଣା ହେଲା ଦଳ, ଏହି ଘାତକ ବୋଲର କରିବେ ଡେବ୍ୟୁ

Also Read: IPL 2025: ୧୭ ବର୍ଷ ପରେ BCCI ନେଲା ବଡ ନିଷ୍ପତ୍ତି, ବୃଦ୍ଧି କଲା ଆଇପିଏଲ୍ ଖେଳାଳିଙ୍କ ଦରମା