Trending Photos
Odisha News: ଭୁବନେଶ୍ୱର: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଆୟୁଷ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଏହାର ‘ସ୍ୱର୍ଣ୍ଣ ପ୍ରାଶନ' ଅଭିଯାନର ଚତୁର୍ଥ ପର୍ଯ୍ୟାୟ ସଫଳତାର ସହ ଶେଷ କରିଛି, ଯାହା ୧୭ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିଛି। ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ୧୫ଟି ସରକାରୀ ବିଦ୍ୟାଳୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହି ଆୟୁର୍ବେଦିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସ୍ମୃତି ଶକ୍ତି ବୃଦ୍ଧି କରିବା ଏବଂ ପିଲାମାନଙ୍କର ପ୍ରାରମ୍ଭିକ ସମୟରେ ସାମଗ୍ରିକ ବିକାଶକୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ । ଜିଲ୍ଲା ଆୟୁର୍ବେଦ ଓ ବିଦ୍ୟାଳୟ ପ୍ରଶାସନର ସହଯୋଗରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯାଇଥିଲା।
ସେପ୍ଟେମ୍ବର ୨୦୨୪ରେ ଆୟୁଷ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଏହି ପଦକ୍ଷେପ ଆରମ୍ଭ କରିବା ପରଠାରୁ ବେଦାନ୍ତ ଆଲୁମିନିୟମ ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ବର୍ତ୍ତମାନ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟ କରୁଛି ଏବଂ ଓଡ଼ିଶାର କୋରାପୁଟ ଜିଲ୍ଲାରେ ବିସ୍ତାର କରିବାକୁ ଯୋଜନା ରହିଛି।
ବେଦାନ୍ତ ଆଲୁମିନିୟମର ସିଇଓ ସୁନୀଲ ଗୁପ୍ତା କହିଛନ୍ତି ଯେ ସ୍ୱର୍ଣ୍ଣ ପ୍ରାଶନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପଛୁଆ ଅଞ୍ଚଳରେ ଶିଶୁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉନ୍ନତି ଆଣିବା ପାଇଁ ବେଦାନ୍ତ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ବିସ୍ତାର କରିବାରେ ଆୟୁଷ ମନ୍ତ୍ରଣାଳୟର ସମର୍ଥନ ମିଳିଥିବାରୁ ଆମେ ଗର୍ବ ଅନୁଭବ କରୁଛୁ। ବେଦାନ୍ତ ଆଲୁମିନିୟମର ବକ୍ସାଇଟ୍ ମାଇନ୍ସର ସିଇଓ ନୀତିନ କୁମାର ତିୱାରୀ କହିଛନ୍ତି ଯେ ସ୍ୱର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମକୁ ଲୋକେ ଉତ୍ସାହର ସହ ଗ୍ରହଣ କରିଛନ୍ତି, ଯାହା ଦ୍ୱାରା ୪୦ଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମକୁ କୋରାପୁଟ ପର୍ଯ୍ୟନ୍ତ ବିସ୍ତାର କରିବାକୁ ଯୋଜନା ଥିବା ବେଳେ ଖୁବ୍ ଶୀଘ୍ର ୩୦ ହଜାରରୁ ଅଧିକ ଶିଶୁଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି।
କଳାହାଣ୍ଡି ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ମୀନାକ୍ଷୀ ବେଦବାକ କହିଛନ୍ତି, ଶିଶୁଙ୍କ କଲ୍ୟାଣ ପାଇଁ ଆୟୁର୍ବେଦିକ ସ୍ୱାସ୍ଥ୍ୟ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ଦିଗରେ ସ୍ୱର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ୱର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମକୁ ସମର୍ଥନ ଦେବା ବେଦାନ୍ତ ଆଲୁମିନିୟମର ଗୋଷ୍ଠୀ-କେନ୍ଦ୍ରୀତ ବିକାଶ ପ୍ରତି ସମର୍ପଣର ପ୍ରମାଣ। ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରର କ୍ରୀଡ଼ା ଓ ସଂସ୍କୃତି ଭଳି ରଣନୈତିକ ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଅଂଶୀଦାରଙ୍କ ସହ ଘନିଷ୍ଠ ସହଯୋଗ କରି କମ୍ପାନୀ ସୁନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ସାମାଜିକ-ଅର୍ଥନୈତିକ ପ୍ରଗତି ଦିଗରେ ଅଗ୍ରସର।