ଯାଜପୁର ବାଲିଚନ୍ଦ୍ରପୁରରେ ଅଘଟଣ, ନଦୀରେ ଭାସିଗଲେ ୨ଜଣ
Advertisement
Article Detail0/zeeodisha/odisha2425699

ଯାଜପୁର ବାଲିଚନ୍ଦ୍ରପୁରରେ ଅଘଟଣ, ନଦୀରେ ଭାସିଗଲେ ୨ଜଣ

ଭୁବନେଶ୍ୱର ଅଭିଷେକ ପାତ୍ର ଏବଂ ପଟ୍ଟାମୁଣ୍ଡାଇର ଦିପ୍ତୀରଞ୍ଜନ ପାଢ଼ୀ ବନ୍ଧୁ ଘରକୁ ଆସିଥିଲେ । ସେହି ସମୟରେ ବିରୁପା ନଦୀକୁ ଗାଧୋଇବାକୁ ଯାଇଥିଲେ । ଗଭୀର ପାଣିରେ ପାଦ ଖସିଯିବା କାରଣରୁ ସ୍ତ୍ରୋତରେ ଜଣଙ୍କ ପରେ ଜଣେ ଭାସି ଯାଇଥିଲେ ।

ଯାଜପୁର ବାଲିଚନ୍ଦ୍ରପୁରରେ ଅଘଟଣ, ନଦୀରେ ଭାସିଗଲେ ୨ଜଣ

ଯାଜପୁର: ବାଲିଚନ୍ଦ୍ରପୁର ନିକଟ ନାନପୁର ଗାଁ ବିରୁପା ନଦୀରେ ଅଘଟଣ । ୨ଜଣ ବନ୍ଧୁ ନଦୀରେ ଗାଧୋଇବା ସମୟରେ ଭାସିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ମିଳିଥିବା ସମୟରେ ଅନ୍ୟଜଣେ ନିଖୋଜ ଥିବା ଜଣାପଡିଛି ।

ସୂଚନା ମୁତାବକ, ଭୁବନେଶ୍ୱର ଅଭିଷେକ ପାତ୍ର ଏବଂ ପଟ୍ଟାମୁଣ୍ଡାଇର ଦିପ୍ତୀରଞ୍ଜନ ପାଢ଼ୀ ବନ୍ଧୁ ଘରକୁ ଆସିଥିଲେ । ସେହି ସମୟରେ ବିରୁପା ନଦୀକୁ ଗାଧୋଇବାକୁ ଯାଇଥିଲେ । ଗଭୀର ପାଣିରେ ପାଦ ଖସିଯିବା କାରଣରୁ ସ୍ତ୍ରୋତରେ ଜଣଙ୍କ ପରେ ଜଣେ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ବହୁ ଖୋଜା ଖୋଜି କରିବା ପରେ ଅଭିଷେକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଦୁଃଖର କଥା ସେତେବେଳକୁ ଅଭିଷେକଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଦିପ୍ତୀରଞ୍ଜନ ଏପର୍ଯ୍ୟନ୍ତ ନିଖୋଜ ଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ଚଣ୍ଡିଖୋଲ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

Also Read- ସଂଯୁକ୍ତାଙ୍କୁ ମିଳିଲା ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

Also Read- ଟ୍ରେନ୍ ଟ୍ରାକରେ ରିଲ୍ସ ବନେଇବା ହେଲା କାଳ, ଚାଲିଗଲା ୩ ଜୀବନ