ପାଇଖାନା ଟାଙ୍କିରେ ଚାଲିଗଲା ୩ ଜୀବନ
Advertisement
Article Detail0/zeeodisha/odisha2417712

ପାଇଖାନା ଟାଙ୍କିରେ ଚାଲିଗଲା ୩ ଜୀବନ

Odisha news: ବାରଙ୍ଗ ଅଗ୍ନିଶମ ଓ ପୋଲିସକୁ ଖବର ଦେଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତିନି ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ।

ପାଇଖାନା ଟାଙ୍କିରେ ଚାଲିଗଲା ୩ ଜୀବନ

ବାରଙ୍ଗ: ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୩ ଜୀବନ। ବାରଙ୍ଗ ଥାନା ନରଣପୁରଠାରେ ଏକ ଆପାର୍ଟମେଣ୍ଟରେ ନିର୍ମାଣ କାମ ଚାଲିଥିବାବେଳେ ଏହି ଅଘଟଣ ଘଟିଛି। ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲୁଥିବାବେଳେ ଶ୍ବାସରୁଦ୍ଧ ହୋଇପଡିଥିଲେ। 

ନରଣପୁରଠାରେ ନୂତନ ଭାବରେ ନିର୍ମାଣ ହୋଇଥିବା କୋଠାଘର ପାଇଖାନା ଟାଙ୍କିର ଛାତ ପଡ଼ିଥିଲା। ଶୁକ୍ରବାର ତିନି ଜଣ ଶ୍ରମିକ ସେହି ଛାତର ସେଣ୍ଟ୍ରିଂ ଖୋଲିବାକୁ ଯାଇଥିବା ବେଳେ ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ପଡ଼ିଯାଇଥିଲେ। ତେବେ ସେହି ସମୟରେ ବାହାରେ ଥିବା ଅନ୍ୟ ଶ୍ରମିକମାନେ ଡାକିବାରୁ ଭିତରୁ କୌଣସି ଶବ୍ଦ ଆସି ନ ଥିଲା। ପରେ ଏନେଇ ବାରଙ୍ଗ ଅଗ୍ନିଶମ ଓ ପୋଲିସକୁ ଖବର ଦେଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତିନି ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।