Odisha News: କ୍ରୀଡା ଶିକ୍ଷକଙ୍କ ଦୋକାନରେ ଶ୍ରମିକ ସାଜି କାମ କରୁଥିଲେ ୭ ଛାତ୍ର, ବିଦ୍ୟାଳୟ ସଭାପତିଙ୍କ ଦ୍ବାରା ଉଦ୍ଧାର
Advertisement
Article Detail0/zeeodisha/odisha2455070

Odisha News: କ୍ରୀଡା ଶିକ୍ଷକଙ୍କ ଦୋକାନରେ ଶ୍ରମିକ ସାଜି କାମ କରୁଥିଲେ ୭ ଛାତ୍ର, ବିଦ୍ୟାଳୟ ସଭାପତିଙ୍କ ଦ୍ବାରା ଉଦ୍ଧାର

Odisha News:  ଶିକ୍ଷକ ଜଣଙ୍କ ନିଜର ସ୍ବାର୍ଥ ହାସଲ କରିବା ପାଇଁ ଦୁଇ ଦିନ ଧରି ଦୋକାନ ସଫାସୁତୁରା ସହ ରଙ୍ଗ ବୋଳା କାମରେ ନିୟୋଜିତ କରୁଥିଲେ। ଏହା ଆଇନ ଗତ ସମ୍ପୁର୍ଣ୍ଣ ବେଆଇନ ହୋଇଥିଲେ ଶିକ୍ଷା ବିଭାଗୀୟ ଅଧିକାରୀ ଙ୍କୁ ବେଖାତିର କରି କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଏଭଳି ଦାୟିତ୍ଵହୀନ କାର୍ଯ୍ୟ କରିଆସୁଥିବା ଘଟଣା ପଦାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଶିକୁଳିପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ।

Odisha News: କ୍ରୀଡା ଶିକ୍ଷକଙ୍କ ଦୋକାନରେ ଶ୍ରମିକ ସାଜି କାମ କରୁଥିଲେ ୭ ଛାତ୍ର, ବିଦ୍ୟାଳୟ ସଭାପତିଙ୍କ ଦ୍ବାରା ଉଦ୍ଧାର

Odisha News: (ପ୍ରେମାନନ୍ଦ ପୁଜାରୀ) ଗ୍ରାମାଞ୍ଚଳର ଆଦିବାସୀ ଛାତ୍ର ଛାତ୍ରୀ ସରକାରୀ ବିଦ୍ୟାଳୟରେ ଆବାସିକ ଭାବେ ପାଠ ପଢିବେ ଏବଂ ଉତ୍ତମ ଜ୍ଞାନ ଆହରଣ କରିବା ଲକ୍ଷରେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେତେକ ବିଦ୍ୟାଳୟ ର ଆବାସିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ମାନେ ପିଲାଙ୍କୁ ପାଠ ପଢାଇବା ବଦଳରେ ସରଳ ଓ କୋମଳତାର ସୁଯୋଗ ନେଇ ବିଦ୍ୟାଳୟ ରୁ ଡାକି ନିଜ ଦୋକାନ କାମରେ ଲଗାଇଥିବା ଘଟଣା ସାମ୍ନାକୁ ଆସିଛି। ଫଳରେ ବହୁ ଦୂର ଦୂରାନ୍ତରୁ ଆସି ବିଦ୍ୟାଳୟ ରେ ପାଠ ପଢିବା ବଦଳରେ ବିନା ପାରିଶ୍ରମିକରେ ଶ୍ରମିକ ଭଳି କାମ କରିଆସୁଥିଲେ। ଶିକ୍ଷକ ଜଣଙ୍କ ନିଜର ସ୍ବାର୍ଥ ହାସଲ କରିବା ପାଇଁ ଦୁଇ ଦିନ ଧରି ଦୋକାନ ସଫାସୁତୁରା ସହ ରଙ୍ଗ ବୋଳା କାମରେ ନିୟୋଜିତ କରୁଥିଲେ। ଏହା ଆଇନ ଗତ ସମ୍ପୁର୍ଣ୍ଣ ବେଆଇନ ହୋଇଥିଲେ ଶିକ୍ଷା ବିଭାଗୀୟ ଅଧିକାରୀ ଙ୍କୁ ବେଖାତିର କରି କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଏଭଳି ଦାୟିତ୍ଵହୀନ କାର୍ଯ୍ୟ କରିଆସୁଥିବା ଘଟଣା ପଦାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଶିକୁଳିପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ।

ଶିକୁଳି ପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ କ୍ରୀଡ଼ା ଶିକ୍ଷକ ଏମ ରାଜେନ୍ଦ୍ର କୁମାର ଦୋରା ଙ୍କ ବିଚିତ୍ର ଶିକ୍ଷା ନିତି ଶୁଣିଲେ ତାଜୁବ ଲାଗିବ। କ୍ରୀଡା ଶିକ୍ଷକ ଜଣକ ବିଦ୍ୟାଳୟ ର ଆବାସିକ ପରିଚାଳନା ଦାୟିତ୍ବରେ ରହିଥିବା ଯୋଗୁଁ ନିଜ ମନମୁତାବକ ପିଲାଙ୍କୁ ଶ୍ରମିକ ଭଳି କାମ କରାଉଆସୁଥିବା ଅଭିଯୋଗ ହୋଇଛି। ଯେଉଁ ସମୟ ରେ କୋମଳ ହାତରେ ଖାତା କଲମ ଧରି ପାଠ ପଢିବା କଥା ସେହି ସମୟରେ ଶିକ୍ଷକ ଙ୍କ ଦୋକାନ ରେ ଶ୍ରମିକ ସାଜି କୁନି ହାତରେ ଛୁନ ମାରୁଥିଲେ ଛାତ୍ରମାନେ। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳି ପଦର ସରକାରୀ ବିଦ୍ୟାଳୟ ରେ ଆବାସିକ ଭାବେ ଅଧ୍ୟୟନ କରୁଥିବା ୭ ଜଣ ନବମ ଶ୍ରେଣୀ ଆଦିବାସୀ ଛାତ୍ର ମାନେ ଦୁଇ ଦିନ ଧରି ଏହି କାମରେ ନିୟୋଜିତ ଥିଲେ । ଚାନ୍ଦିପୁଟ ଗ୍ରାମ ସ୍ଥିତ ଜାତୀୟ ରାଜପଥ ପାର୍ଶ୍ବରେ କ୍ରିଡ଼ା ଶିକ୍ଷକ ଏମ ରାଜେନ୍ଦ୍ର ଦୋରା ଥିବା ନିଜସ୍ଵ ଚୁଡ଼ି ଓ ଷ୍ଟେସନାରୀ ଦୋକାନକୁ ପିଲାଙ୍କୁ ଆଣି ଚୁନମରା ସଫେଇ କାମରେ ଲଗାଇଥିଲେ। 

ତେବେ ରବିବାର ସକାଳ ୧୧ଘଣ୍ଟ ସମୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧିର ପ୍ରଧାନ କୈାଣସି କାମରେ ମୋହନାରୁ ରାମଗିରି ଅଭିମୁଖେ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ କ୍ରିଡ଼ା ଶିକ୍ଷକ ରାଜେନ୍ଦ୍ର ଦୋରା ଉପସ୍ଥିତିରେ ଦୁଇ ଛାତ୍ର ଦୋକାନ କବାଟ ରେ ରଙ୍ଗ ଲିପୁଥିବା ଦେଖିବାକୁ ପାଇଥିଲେ । କାମ କରୁଥିବା ପିଲାଙ୍କୁ ସେ ପଚାରିବାରେ ସାତ ଜଣ ଛାତ୍ରଙ୍କୁ ସାର ଦୁଇ ଦିନ ହେବ ପରୀକ୍ଷା ପାଇଁ ଦରଖାସ୍ତ ଗ୍ରହଣ ଓ ଲେଖାଲେଖି ନିମନ୍ତେ ଡାକିଥିଲେ ହେଲେ ଦୁଇ ଦିନ ହେବ ଚୁନ ମାରିବା ସହ ଦୋକାନ ସଫେଇ କାମରେ ଲଗାଇଥିବା ଛାତ୍ର ଦ୍ବୟ ପ୍ରକାଶ କରିଛନ୍ତି। 

ଏଭଳି ପରିସ୍ଥିତିରେ ସଭାପତି ଉପସ୍ଥିତ ଦେଖି ସମ୍ପୃକ୍ତ ଶିକ୍ଷକ ସେଠାରୁ କେଉଁଆଡେ ଚମ୍ପଟ ମାରିଥିଲେ।ସାତ ଜଣ ଛାତ୍ର ମଧ୍ୟରୁ ଦୁଇ ଛାତ୍ର କୁ ବିଦ୍ୟାଳୟ ସଭାପତି ନିଜ ଖର୍ଚ୍ଚରେ ବସରେ ବସାଇ ୭ କିଲୋମିଟର ଦୁର ବିଦ୍ୟାଳୟ ପଠାଇଥିଲେ । ଏବଂ ଅନ୍ୟ ପାଞ୍ଚ ଜଣ ଛାତ୍ର ଙ୍କୁ ଡାକିବା ରେ ଘରେ ଲୁଚିଯାଇଥିଲେ। ଘଟଣା କୁ ନେଇ ସଭାପତି ସୁଧୀର ପ୍ରଧାନ ଦୃଢ ନିନ୍ଦା କରିବା ସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଭଳି ଅଭାବନୀୟ ପରିସ୍ଥିତି କୁ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି। ଏ ନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁଭଦ୍ରା ଦେବି ଙ୍କୁ ଫୋନଯୋଗେ ପଚାରି ବୁଝିବା ରେ ଘଟଣାକୁ ଅତି ହାଲକା ଭାବେ ନେବା ସହ ସମ୍ପୃକ୍ତ କ୍ରିଡ଼ା ଶିକ୍ଷକ ହଷ୍ଟେଲ ପରିଚାଳନା ଦାୟିତ୍ବରେ ଅଛନ୍ତି। ପିଲାଙ୍କୁ ବିଦ୍ୟାଳୟରୁ ଡାକିନେଇ କାମ ରେ ଲଗାଇଥିବା କୈାଣସି ଅବଗତ ନଥିବା କହିଛନ୍ତି ।‌ ସମ୍ପୃକ୍ତ ଶିକ୍ଷକ ଏଭଳି ଅନେକ ଭୁଲ ବାରମ୍ବାର କରିଆସୁଛନ୍ତି ଏଥିପାଇଁ ବାରମ୍ବାର ତାଗିଦ୍ କରାଯାଇଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। 

ଅପରପକ୍ଷରେ ଘଟଣା ନେଇ ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରେ ଘଟଣା ନେଇ ସାମାନ୍ୟ ଅବଗତ ଅଛନ୍ତି, ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି। ଏନେଇ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁଙ୍କୁ ପଚାରିବାରେ ବିଦ୍ୟାଳୟର ପିଲାଙ୍କୁ ନିଜ ଦୋକାନ କାମରେ ଲଗାଇଥିବା ସମ୍ପୁର୍ଣ୍ଣ ବେଆଇନ ଅଟେ, ତଦନ୍ତ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାର‌ ରିପୋର୍ଟ ଆସିବାପରେ ବିଭାଗୀୟ ଶୃଙ୍ଖଳା ଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଦୀର୍ଘ ଦିନ ଧରି ଗଜପତି ଜିଲ୍ଲା ରେ ଶିକ୍ଷା ବ୍ୟବସ୍ଥା ରେ ସମ୍ପୁର୍ଣ୍ଣ ଢିଲା ବ୍ୟବସ୍ଥା ରହିଥିବା ଏଭଳି ଘଟଣା କୁ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କିଭଳି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତ ଙ୍କ ନଜର ।