Crime News: ଜୁଆ ଖେଳ ସମୟରେ ପୋଲିସ ଚଢାଉ, ୧୨ ଲକ୍ଷ ଜବତ
Advertisement
Article Detail0/zeeodisha/odisha2359012

Crime News: ଜୁଆ ଖେଳ ସମୟରେ ପୋଲିସ ଚଢାଉ, ୧୨ ଲକ୍ଷ ଜବତ

ଗିରଫ ଜୁଆଡିମାନେ କଟକ, ବାଲେଶ୍ୱର, କେନ୍ଦ୍ରାପଡା ଏବଂ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି । କେଶୁରା ଛକ ନିକଟରେ ଥିବା କଲ୍ୟାଣମଣ୍ଡପରେ ଚଢାଉ ପରେ ପୋଲିସକୁ ଏହି ସଫଳତା ମିଳିଛି ।

Crime News: ଜୁଆ ଖେଳ ସମୟରେ ପୋଲିସ ଚଢାଉ, ୧୨ ଲକ୍ଷ ଜବତ

Crime News: ଜୁଆ ଖେଳ ସମୟରେ ପୋଲିସ ଚଢାଉ କରି ୯ ଜଣଙ୍କୁ ଗିରଫ କରିବା ସହ ୧୨ ଲକ୍ଷ ଟଙ୍କା ଏବଂ ୩ଟି କାର ସହ ମୋବାଇଲ ଜବତ କରିଛି । ଗିରଫ ଜୁଆଡିମାନେ କଟକ, ବାଲେଶ୍ୱର, କେନ୍ଦ୍ରାପଡା ଏବଂ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି । କେଶୁରା ଛକ ନିକଟରେ ଥିବା କଲ୍ୟାଣମଣ୍ଡପରେ ଚଢାଉ ପରେ ପୋଲିସକୁ ଏହି ସଫଳତା ମିଳିଛି ।

ସୂଚନା ମୁତାବକ, କଟକ-ପୁରୀ ବାଇପାସ୍‌ ନିକଟରେ ଥିବା କେଶୁରା ଛକର କଲ୍ୟାଣମଣ୍ଡପରେ ଅନେକ ଦିନ ହେବ ଜୁଆ ଖେଳ ହେଉଛି ବୋଲି ପୋଲିସକୁ ବିଶେଷ ସୁତ୍ରରୁ ଖବର ମିଳିଥିଲା । ଏ ସମ୍ପର୍କରେ ଜାଣିବା ପରେ ଡିସିପିଙ୍କ ନିର୍ଦ୍ଦେଶରେ ପୋଲିସର ଏକ ଟିମ ଅଚାନକ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା । ପୋଲିସକୁ ଦେଖି ଜୁଆଡିମାନେ ଫେରାର ହେବାକୁ ପ୍ରୟାସ କରୁଥିଲେ ମଧ୍ୟ ବିଫଳ ହୋଇଥିଲେ । ପୋଲିସ ସମସ୍ତ ୯ ଅଭିଯୁକ୍ତଙ୍କୁ ଧରି ଥାନାକୁ ନେବା ସହ ପଚରାଉଚରା କରୁଛି । କଲ୍ୟାଣମଣ୍ଡପ ମାଲିକଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିବ ବୋଲି କୁହାଯାଉଛି । ତେବେ କଲ୍ୟାଣମଣ୍ଡପ ମାଲିକଙ୍କ କହିବାନୁଯାଇ ସେଠାରେ ଜୁଆଖେଳ ହେଉଛି ବୋଲି ତାଙ୍କ ନିକଟରେ ଖବର ନାହିଁ ।

Also Read- Lucky Zodiac Sign: ୩୦ ଜୁଲାଇରେ ବୁଦ୍ଧି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Odisha Vigilance Raids :ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଯୁଗ୍ମ କମିଶନର : ସମ୍ପତ୍ତି ଦେଖି ତାଯୁବ