ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥ ଗିରଫ
Advertisement
Article Detail0/zeeodisha/odisha2370486

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥ ଗିରଫ

Vigilance Raid: ଢେଙ୍କାନାଳରେ ଚଢ଼ାଉ ବେଳେ ଆଉ ତିନୋଟି ପ୍ଲଟ୍ ମିଳିଛି। ଯାହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ। ଏଥିସହ ୭୪ ଲକ୍ଷରୁ ଅଧିକ ମୂଲ୍ୟର ବୀମା ଜମା ମିଳିଛି, ଯେଉଁଥିରେ ଜମା ହୋଇଥିବା ମୋଟ ଅର୍ଥ ୧.୬୨ କୋଟିରୁ ଅଧିକ ଅଟେ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥ ଗିରଫ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ତାଙ୍କ ଘରୁ ଏକ କେଜିର ସୁନା ଅଳଙ୍କାର, ୩୦୦ ଗ୍ରାମ ରୁପା, ୧ କୋଟି ୩୮ ଲକ୍ଷ ଟଙ୍କାର ଜମା, ୪୨ଟି ପ୍ଲଟ୍ ସମେତ ମୂଲ୍ୟବାନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି। କଟକ ଭିଜିଲାନ୍ସ ଟିମ୍ ୧୨ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ଶ୍ରୀ ରଥଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇବାକୁ ଯାଉଛି। 

ଢେଙ୍କାନାଳରେ ଚଢ଼ାଉ ବେଳେ ଆଉ ତିନୋଟି ପ୍ଲଟ୍ ମିଳିଛି। ଯାହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ। ଏଥିସହ ୭୪ ଲକ୍ଷରୁ ଅଧିକ ମୂଲ୍ୟର ବୀମା ଜମା ମିଳିଛି, ଯେଉଁଥିରେ ଜମା ହୋଇଥିବା ମୋଟ ଅର୍ଥ ୧.୬୨ କୋଟିରୁ ଅଧିକ ଅଟେ। ଏଥିପୂର୍ବରୁ କୋଟିଏ ୩୮ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ମଧ୍ୟ ମିଳିଛି। ସେହିପରି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଗତକାଲି ୪୨ଟି ପ୍ଲଟ୍ ଠାବ ହୋଇଥିଲା। ଯେଉଁଥିରୁ କେବଳ ଯାଜପୁରରେ ରହିଛି ୩୨ଟି। ଭୁବନେଶ୍ବରରେ ବିଳାସପୂର୍ଣ୍ଣ ବଙ୍ଗଳା ଓ ୨ଟି ଫ୍ଲାଟ୍ ଥିବା ବେଳେ ଭଦ୍ରକରେ ୩ ମହଲା କୋଠା ରହିଛି।

ରେଡ ବେଳେ ତାଙ୍କ ଘରୁ କେଜିଏରୁ ଅଧିକ ସୁନା ଗହଣା ଓ ଅଧକିଲୋ ରୂପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ। ଏହା ବ୍ୟତୀତ ବାବୁଙ୍କର କ୍ରସର ୟୁନିଟ୍, ୨ଟି ଜେସିବି, ଗୋଟିଏ ଏକ୍ସକାଭେଟର, ୨ଟି ଚାରି ଚକିଆ ଗାଡି, ଗୋଟିଏ ମେଡିକାଲ ଷ୍ଟୋର ବି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ଟିମ୍ ପ୍ରଦୀପଙ୍କ ଘର, ପୈତୃକ ଘର ଓ ଅଫିସ୍ ସମେତ ୧୨ଟି ଠିକଣାରେ ଏକାସଙ୍ଗେ ପଞ୍ଝା ମାରିଥିଲା। ଆଜି ତାଙ୍କୁ ଗରିଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଥାଉକି ଗତ ସପ୍ତାହ ଭିତରେ ୧୦ରୁ ଅଧିକ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଲେଣି।