Crime News: ରକ୍ତରେ ଭିଜିଲା କଟୁରୀ, ଘୁଷୁରୀ ପାଇଁ ମଣିଷ ହତ୍ୟା
Advertisement
Article Detail0/zeeodisha/odisha2023864

Crime News: ରକ୍ତରେ ଭିଜିଲା କଟୁରୀ, ଘୁଷୁରୀ ପାଇଁ ମଣିଷ ହତ୍ୟା

Crime News:  ଜଣେ ବୃଦ୍ଧଙ୍କୁ କଟୁରୀରେ ହାଣିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତିଙ୍କ ନାଁ ପ୍ରହ୍ଲାଦ ଦାସ । ଅଭିଯୁକ୍ତକୁ ଗ୍ରାମବାସୀ କାବୁ କରି ପୋଲିସ ଜିମାରେ ଦେଇଛନ୍ତି ।

Crime News: ରକ୍ତରେ ଭିଜିଲା କଟୁରୀ, ଘୁଷୁରୀ ପାଇଁ ମଣିଷ ହତ୍ୟା

ଜଗତସିଂହପୁର: ବାଲିକୁଦା ଅନ୍ତର୍ଗତ ନାରଦିଆ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ଆସିଛି । ଜଣେ ବୃଦ୍ଧଙ୍କୁ କଟୁରୀରେ ହାଣିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତିଙ୍କ ନାଁ ପ୍ରହ୍ଲାଦ ଦାସ । ଅଭିଯୁକ୍ତକୁ ଗ୍ରାମବାସୀ କାବୁ କରି ପୋଲିସ ଜିମାରେ ଦେଇଛନ୍ତି ।

ଗ୍ରାମବାସୀଙ୍କ କହିବାନୁଯାୟୀ, ଅଭିଯୁକ୍ତର ନାଁ ବାନା ଦାସ ଓ ସେ ଜଣେ ଘୁଷୁରୀ ଚାଷୀ । ନିକଟରେ ବାନା ବିନା ପରାମର୍ଶରେ ମୃତ ପ୍ରହଲ୍ଲାଦଙ୍କ ବାଡିରେ ଘୁଷୁରୀ ଚରାଇବା କାରଣରୁ ପ୍ରହଲ୍ଲାଦ ପାଟି କରିବା ସହିତ ବାରଣ କରିଥିଲେ । ସେହି କାରଣରୁ ଉଭୟଙ୍କ ମଧ୍ୟରେ ଖୁବ ଯୁକ୍ତି ତର୍କ ଲାଗିଥିଲା । ଏଥିରେ କ୍ରୋଧିତ ହୋଇ ବାନା ପ୍ରହଲ୍ଲାଦଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ସ୍ଥାନରୁ ଫେରାର ହେବା ସମୟରେ କିଛି ଗ୍ରାମବାସୀ ଦେଖିନେଇଥିଲେ ଫଳରେ ବାନାକୁ କାବୁ କରି ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ବାଲିକୁଦା ଥାନାଅଧିକାରୀ ସଳୀଳ କୁମାର ପ୍ରଧାନ ଓ ଟିମ୍ ପହଞ୍ଚି ବାନାକୁ ପଚରାଉଚରା କରିବା ପାଇଁ ଥାନାରେ ଅଟକ ରଖିଛନ୍ତି । ଘଟଣାସ୍ଥଳରୁ ରକ୍ତଭିଜା କଟୁରୀ ମଧ୍ୟ ଜବତ କରିଛି ପୋଲିସ । ହତ୍ୟାର ପ୍ରକୃତ କାରଣ କଣ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Also Read- ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ ଭିଜିଲାନ୍ସ ଦ୍ୱାରା ଗିରଫ

Also Read- ୪୪ କୋଟି ୟୁଜର୍ସଙ୍କୁ ନୂଆ ବର୍ଷ ଗିଫ୍ଟ ଦେଲା ଜିଓ, ଏହି ପ୍ଲାନରେ ମିଳିବ ୨୪ଦିନର ଅଧିକ ଭାଲିଡିଟି